କରୋନାରୁ ବର୍ତ୍ତିବା ଲାଗି facebookର ବଡ ନିଷ୍ପତ୍ତି,କର୍ମଚାରୀଙ୍କୁ ଛୁଟିରେ ପଠାଗଲା ଘରକୁ

Published By : Prameya-News7 Bureau | March 07, 2020 IST

ମେନଲୋ ପାର୍କ: କରୋନା ଭୂତାଣୁ ସଂକ୍ରମଣ ଯୋଗୁ କେବଳ ଦେଶ କି ନାଗରିକ ନୁହଁନ୍ତି ଏବେ ବଡବଡ କମ୍ପାନୀ ବି ପ୍ରଭାବିତ ହେବାରେ ଲାଗିଲେଣି। ଏଥିରେ ବିଶ୍ୱର ସର୍ବବୃହତ୍ତ ସୋସିଆଲ ମିଡିଆ ସାଇଟ୍ ଫେସ୍ ବୁକ୍ ମଧ୍ୟ ପ୍ରଭାବିତ ହୋଇଥିବା ଜଣାପଡିଛି। ଫେସବୁକ୍ ତାର ୩ଟି ଦପ୍ତରକୁ ଇତିମଧ୍ୟରେ ବନ୍ଦ କରିଥିବା ବେଳେ ଶହ ଶହ କର୍ମଚାରୀଙ୍କୁ ଛୁଟିରେ ଘରକୁ ପଠେଇ ଦେଇଛି। କର୍ମଚାରୀମାନଙ୍କୁ ଅଫିସ ନ ଆସି ଘରେ ରହି କାମ କରିବାକୁ କମ୍ପାନୀ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

{"id":234479,"sizeSlug":"large"}

ଏଥିରେ ଫେସ୍‌ବୁକ୍‌ର ଲଣ୍ଡନ ଫ୍ରିଟଜୋଭିଆସ୍ଥିତ କାର୍ଯ୍ୟାଳୟ ବନ୍ଦ ହୋଇଯାଇଛି। ଏଠାରେ କାର୍ଯ୍ୟ କରୁଥିବା ଜନୈକ କର୍ମଚାରୀ ନିକଟରେ ସିଙ୍ଗାପୁରରୁ ଫେରିଥିଲେ। ସେ୨୪ରୁ ୨୬ ଫେବୃଆରୀ ପର୍ଯ୍ୟନ୍ତ କାର୍ଯ୍ୟାଳୟରେ କାମ କରିବା ପରେ କରୋନା ସଂକ୍ରମିତ ହୋଇଥିଲେ। ଏହି ଘଟଣା ପରେ ଫେସ୍‌ବୁକ୍‌ ଲଣ୍ଡନ କାର୍ଯ୍ୟାଳୟକୁ ବନ୍ଦ କରିଦେଇଛନ୍ତି। ଫଳରେ ୩ ହଜାର କର୍ମଚାରୀଙ୍କୁ ଛୁଟି ଦିଆଯାଇଥିବା ବେଳେ ସେମାନେ ଘରୁ କାମ କରିବେ ବୋଲି ଫେସ୍ ବୁକ୍‌ ପକ୍ଷରୁ କୁହାଯାଇଛି। ସେହିପରି ଘରେ ଥିବାବେଳେ ଯଦି କେହି କରୋନା ସଂକ୍ରମିତ ହୁଅନ୍ତି ତେବେ ତୁରନ୍ତ ପ୍ରଶାସନକୁ ସୂଚିତ କରିବାକୁ କର୍ମଚାରୀଙ୍କୁ ପରାମର୍ଶ ଦିଆଯାଇଛି।

{"id":234480,"sizeSlug":"large"}

କେବଳ ଫେସ୍‌ବୁକ୍ ନୁହେଁ ଆମେରିକା ସିଏଟଲରେ ଥିବା ଆମାଜନ, ଫେସ୍‌ବୁକ୍‌ ଓ ଗୁଗଲ ମଧ୍ୟ ସେମାନଙ୍କ କର୍ମଚାରୀଙ୍କୁ ଅଫିସ ଆସିବାକୁ ମନା କରିଦେଇଛନ୍ତି। ସେମାନଙ୍କୁ ଘରୁ କାମ କରିବାକୁ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.