ଭାରତୀୟ ବାୟୁସେନା ବିମାନ ଦେଖି ପାକିସ୍ତାନୀ ଛାନିଆ : ସୋସିଆଲ୍ ମିଡିଆରେ ଆଣିଲେ ଅଭିଯୋଗ , ସେପଟେ କିଛି ୟୁଜର ଲେଖିଲେ ପାକ୍ ଉଦ୍ୟମକୁ ଭଣ୍ଡୁର କରିଛି ଭାରତ
11/06/2020 at 9:56 AM

କରାଚି ୧୧।୦୬: ପାକିସ୍ତାନର ନିଦ ହଜାଇଦେଇଛି ଭାରତୀୟ ବାୟୁସେନା । କେତେବେଳେ ବାଲାକୋଟ ପରି ଆଉ ଥରେ ଏୟାରଷ୍ଟ୍ରାଇକ୍ କରିବା କଥା ଉଠୁଛି ତ କେତେବେଳେ ପାକିସ୍ତାନୀ ଆକାଶରେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ଉଡୁଥିବାର କଥା ଉଠୁଛି । ରାତିଦିନ, ଦିନରାତି ପାକିସ୍ତାନରେ ଏବେ ଗୋଟିଏ ନାଁ ଗୁଣୁଗୁଣୁ ହେଉଛି , ତାହା ହେଉଛି ଭାରତୀୟ ସେନା-ଭାରତୀୟ ସେନା । ମଙ୍ଗଳବାର ଦିନ ପାକିସ୍ତାନରେ ଏକ ଖବର ଖୁବ ଭାଇରାଲ ହେବାର ଲାଗିଥିଲା । ପାକିସ୍ତାନର ସୋସିଆଲ୍ ମିଡିଆରେ ଏକ ଏକ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ କୁଆଡେ କରାଚୀ ଓ ବହାବଳପୁର ନିକଟରେ ଉଡାଣ ଭରୁଥିବାର ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି । ଏହା ଶୁଣିବା ପରେ ସ୍ଥାନୀୟ ଅଞ୍ଚଳରେ ଖୁବ୍ ଉତ୍ତେଜନା ଦେଖାଦେଇଥିଲା । ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ, ଭାରତୀୟ ବାୟୁସେନାର ଆକ୍ରମଣ ଭୟରେ କିଛି ଲୋକଙ୍କୁ ବ୍ଲକଆଉଟ୍ କରିଦିଆଗଲା । ଏହି ଖବର ବୁଧବାର ଦିନ ସକାଳ ପର୍ଯ୍ୟନ୍ତ ଜାରି ରହିଛି । କିଛି ଗଣମାଧ୍ୟମ ଅନୁଯାୟୀ , ଏପରି କୌଣସି ଘଟଣାକୁ ଭାରତୀୟ ବାୟୁସେନା ପକ୍ଷରୁ ଖାରଜ କରିଦିଆଯାଇଛି ।
Dear @IndiainPakistan, rumors are rife about Indian Air Force incursions into Pakistan-administered Kashmir and the Sindh-Rajasthan sector. Recommend you put out a statement to clarify. Also recommend that everybody chill and enjoy the week.
— Waj Khan ✊🏾✊🏿 وجاہت خان (@WajSKhan) June 9, 2020
ପୂରା ପାକିସ୍ତାନରେ ଏଭଲି ଖବର ଚର୍ଚ୍ଚା ହେବା ପରେ ପାକିସ୍ତାନର ଏନ୍ବିସି ର ପୂର୍ବତନ ରିପୋର୍ଟର ଓ୍ୱାଜ୍ ଖାନ୍ ଏକ ଟ୍ୱିଟ୍ କରିଛନ୍ତି । ସେ ତାଙ୍କ ଟ୍ୱିଟ୍ରେ ଲେଖିଛନ୍ତି ଯେ, ପ୍ରିୟର ଭାରତ ଓ ପାକିସ୍ତାନ । ଏବେ ଚର୍ଚ୍ଚା ହେଉଛି ଯେ, କାଳେ ଭାରତୀୟ ବାୟୁସେନା ପିଓକେ, ସିନ୍ଧ-ରାଜସ୍ଥାନ ସେକ୍ଟରରେ ଅନୁପ୍ରବେଶ କରିଛି । ଘଟଣାରେ କଣ ସତ୍ୟାସତ୍ୟ ରହିଛି । ତାହା ଦୁଇଦେଶ ଆମକୁ ଜଣାଇବା ଦରକାର । ଚଳିତ ସପ୍ତାହରେ ଶାନ୍ତି ବଜାୟ ରଖିବାକୁ ମୁଁ ଅନୁରୋଧ କରୁଛି ।
#PakistanAirForce According to the local residents of #Karachi, the city has been blacked out completely while #PAF jets are in the skies under CAP missions of #PakistanAirForce. I think #IndianAirforce is planning a mischief near Karachi.#Pakistan #PakArmy #ISPR #PakistanArmy pic.twitter.com/lVprYUyTcN
— *🇵🇰گمنام غازی🇵🇰* (@gumanghazi) June 10, 2020
ସେହିପରି କରାଚୀର ଜଣେ ଟ୍ୱିଟ୍ର ୟୁଜର ଟ୍ୱିଟ୍ କରିଛନ୍ତି ଯେ, ମୁଁ ଆକାଶରେ ଭାରତୀୟ ବାୟୁସେନା ର ଯୁଦ୍ଧ ବିମାନ ଦେଖିଛି । ଭାରତୀୟ ବାୟୁସେନାର ବିମାନ କରାଚୀ ଆକାଶରେ ଦେଖାଯାଇଥିବା ଏପରି ଅନେକ ୟୁଜର ଦାବି କରିଛନ୍ତି । କିନ୍ତୁ ଆଉ ଜଣେ ୟୁଜର ଏହା ମଧ୍ୟ ଲେଖିଛନ୍ତି ଯେ, ଆକାଶରେ ଭାରତ ନୁହେଁ ବରଂ ପାକିସ୍ତାନ ବାୟୁସେନାର ବିମାନ । ରାଜସ୍ତାନ ବର୍ଡରରେ ପାକିସ୍ତାନ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିଲା ।
Pakistani Air Force jets are patroling over Karachi and International Broders near Sindh because indian jets were seen close to Pakistani Borders, be ready to give india a great surprise #PakistanArmy
— Syed Amir kaZmi (@amirkazmi101) June 10, 2020
#ghazwa_e_hind #PakistanAirforce pic.twitter.com/fJudG4K17F
ଭାରତୀୟ ବାୟୁସେନାର ଆକ୍ସନ ଦେଖି ପାକିସ୍ତାନ ଯୁଦ୍ଧ ବିମାନ ପଛଘୁଞ୍ଚା ଦେଇ ଫେରିଆସିଥିଲେ । ଏପରିକି କିଛି ୟୁଜର ଏହି ଘଟଣାକୁ ନେଇ ଭାରତୀୟ ପାଇଲଟ ଅଭିନନ୍ଦନ ବର୍ଦ୍ଦମାନଙ୍କ କଥା ମଧ୍ୟ ଉଠାଇଛନ୍ତି । ଫେବୃଆରୀରେ ଭାରତୀୟ ବାୟୁସେନା ପାକସ୍ତାନର ବାଲାକୋଟରେ ଆତଙ୍କବାଦୀଙ୍କ ଠିକଣା ଉପରେ ଆକ୍ରମଣ କରି ଧ୍ୱଂସ କରିଦେଇଥିଲା । ଏହା ପରେ ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ ଏମ୍ଆଇଜି-୨୧ ପାକିସ୍ତାନରେ କ୍ରାସ୍ ହୋଇଯାଇଥିଲା । ଯାହାଫଳରେ ପାକିସ୍ତାନୀ ସେନା ଅଭିନନ୍ଦନଙ୍କୁ ବନ୍ଦୀ କରିଦେଇଥିଲେ । ପରେ ଭାରତର ଚାପ ଆଗରେ ମୁଣ୍ଡ ନୁଆଁଇଥିଲା ପାକିସ୍ତାନ । ଶେଷରେ ବାଧ୍ୟ ହୋଇ ଅଭିନନ୍ଦନ ବର୍ଦ୍ଦମାନଙ୍କୁ ଭାରତକୁ ପ୍ରତ୍ୟାର୍ପଣ କରିଥିଲା ।
