Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ଆନ୍ଦୋଳନକୁ ଦେଖି ସୋସିଆଲ୍ ମିଡିଆକୁ ସସପେଣ୍ଡ୍ କଲେ ଇମ୍ରାନ୍ ସରକାର : ଫେସବୁକ୍, ହ୍ୱାଟସଆପ୍ ଓ ଟ୍ୱିଟର ସହ ସବୁ ସୋସିଆଲ ମିଡିଆ ଉପରେ ଲାଗିଲା ବ୍ରେକ୍

16/04/2021 at 2:08 PM

ଲାହୋର,୧୬/୦୪:   ପାକିସ୍ତାନରେ ସୋସିଆଲ ମିଡିଆ ସର୍ଭିସେସ୍ ଉପରେ ବ୍ୟାନ୍ ଲାଗିଛି । ଏଥିରେ ଫେସବୁକ, ଟ୍ୱିଟର୍, ହ୍ୱାଟସଆପ୍ ଓ ୟୁଟ୍ୟୁବ୍ ଓ ଟେଲିଗ୍ରାମ୍ ସାମିଲ ରହିଛି । ପାକିସ୍ତାନର ଟେଲିକମ୍ ଅଥରିଟି ସରକାରଙ୍କୁ ଏହି ସମସ୍ତ ଆପ୍ଲିକେସନ୍ ଓ ଓ୍ୱେବସାଇଟ୍ ବ୍ଲକ୍ କରିବାକୁ ନିର୍ଦ୍ଦେଶ ଦେଇଛି ।

ଦେଶର ଆଭ୍ୟନ୍ତରୀଣ ମନ୍ତ୍ରାଳୟ କହଛି ଯେ, ଶୁକ୍ରବାରଠାରୁ ପାକିସ୍ତାନର ଟେଲିକମ୍ ଅଥରିଟି ସୋସିଆଲ ମିଡିଆକୁ ନେଇ ବଡ ଆଦେଶ ଦେଇଛି । ଟ୍ୱିଟର, ଫେସବୁକ, ହ୍ୱାଟସଆପ, ୟୁଟ୍ୟୁବ ଓ ଟେଲିଗ୍ରାମକୁ ଅସ୍ଥାୟୀ ରୂପେ ବ୍ଲକ୍ କରିବାକୁ ଟେଲିକମ୍ ଅଥରିଟି ନିର୍ଦ୍ଦେଶ ଦେଇଛି । ଏହି ସୋସିଆଲ ମିଡିଆ ଓ୍ୱେବସାଇଟ୍ ଓ ଆପକୁ ୧୧ଟାରୁ ୩ଟା ଯାଏଁ ବଲ୍କ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ବ୍ଲକ୍ ପଛର କାରଣ ବାବଦରେ କୌଣସି ସୂଚନା ମିଳିପାରି ନାହିଁ ।

ଗତ କିଛିଦିନ ଧରି ପାକିସ୍ତାନର ତହରିକ-ଏ-ଲବ୍ବେକ ପାକିସ୍ତାନ ତରଫରୁ ବିରୋଧ ପ୍ରଦର୍ଶନ କରାଯାଉଛି । ଏହି ବିରୋଧ କାରଣରୁ ପାକିସ୍ତାନରେ ସୋସିଆଲ ମିଡିଆ ଉପରେ ବ୍ୟାନ୍ ଲଗାଇବାକୁ ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି । ଏହାପୂର୍ବରୁ ଟିଭି ଚ୍ୟାନେଲ୍ କୌଣସି ଧାରଣା ପ୍ରଦର୍ଶନକୁ ପ୍ରସାରଣ କରିପାରିବେ ନାହିଁ ବୋଲି କୁହାଯାଇଥିଲା ।

ଡନ୍‌ର ରିପୋର୍ଟ ଅନୁସାରେ, ପାକିସ୍ତାନର ଟେଲିକମ୍ ଅଥରିଟିର ନିର୍ଦ୍ଦେଶକ ବ୍ୟାନ୍ ଉପରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ନେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

   Related Posts