ଏମିତି ଏକ ଦେଶ ଯେଉଁଠି ପ୍ରତିଘଣ୍ଟାରେ ଦୁଷ୍କର୍ମର ଶିକାର ହୁଅନ୍ତି ୪ ନାବାଳିକା, ପୋଲିସକୁ ପ୍ରତି ୨ ମିନିଟରେ ମିଳେ ଗୋଟିଏ ଏତଲା

Published By : Prameya-News7 Bureau | September 19, 2019 IST

ବ୍ରାସିଲିଆ : ମହିଳାଙ୍କ ପ୍ରତି ଦୁଷ୍କର୍ମ ଓ ଅପରାଧ ବଢିବଢି ଚାଲିଛି ବ୍ରାଜିଲରେ। ଏଠାରେ ପ୍ରତି ଘଣ୍ଟାରେ ୧୩ ବର୍ଷରୁ କମ୍ ବୟସର ୪ ଜଣ ନାବାଳିକା ଦୁଷ୍କର୍ମର ଶିକାର ହେଉଛନ୍ତି। କେବଳ ଏତିକି ନୁହେଁ ପ୍ରତି ୨ ମିନିଟ୍ ରେ ପୋଲିସକୁ ମହିଳା ଅପରାଧ ସମ୍ପର୍କିତ ଗୋଟିଏ ଅଭିଯୋଗ ମିଳୁଛି। ସ୍ୱେଚ୍ଛାସେବୀ ସଙ୍ଗଠନ ବ୍ରାଜିଲିଆନ ଫୋରମ ସୋସିଆଲ ସିକ୍ୟୁରିଟର ଏକ ରିପୋର୍ଟରୁ ଏହା ଜଣାପଡିଛି। ଏଥିରୁ ୨୦ଲକ୍ଷ ଜନସଂଖ୍ୟା ବିଶିଷ୍ଟ ବ୍ରାଜିଲରେ ମହିଳାଙ୍କ ସ୍ଥିତି କେତେ ଗୁରୁତର ତାହା ସହଜରେ ଅନୁମାନ କରାଯାଇପାରେ।

{"id":159929,"width":574,"height":382}

ପୋଲିସ ଦେଶରେ ହତ୍ୟା ଅପରାଧ ହ୍ରାସ ହୋଇଥିବା ଦାବି କରୁଛି। ହେଲେ ମହିଳାଙ୍କ ହତ୍ୟା ଜନିତ ଅପରାଧ ହାର ୪ ପ୍ରତିଶତ ବୃଦ୍ଧି ହୋଇଛି। ଏଭଳି ୮୮ ପ୍ରତିଶତ ମାମଲାରେ ମହିଳାଙ୍କ ସାଥୀ କିମ୍ବା ପୂର୍ବତନ ସାଥୀ ହିଁ ହତ୍ୟାକାରୀ ପ୍ରମାଣିତ ହେଉଛନ୍ତି। ଏହା ଛଡା ଦେଶର ୨ଲକ୍ଷ ୬୩ ହଜାରରୁ ଅଧିକ ମହିଳା ସେମାନଙ୍କ ପୁରୁଷ ପାର୍ଟନରଙ୍କ ଦ୍ୱାରା ପୀଡିତ ଥିବା ଏହି ରିପୋର୍ଟରୁ ଜଣାପଡିଛି। ଏଣୁ ବ୍ରାଜିଲକୁ ମହିଳାଙ୍କ ଲାଗି ବିଶ୍ୱର ସବୁଠାରୁ ଅସୁରକ୍ଷିତ ସ୍ଥାନ ବୋଲି ଏବେ କୁହାଯାଉଛି।

{"id":159930}

ଦେଶରେ ମହିଳାଙ୍କ ସମ୍ପର୍କିତ ଅନେକ ଅପରାଧର ଯାଞ୍ଚ ବି ହେଉନଥିବା ହ୍ୟୁମାନ ରାଇଟ୍ ୱାଚ୍ ଏକ ରିପୋର୍ଟରେ ସୂଚନା ଦେଇଥଲା। ଏହାଛଡା ବଜେଟ୍ କାଟ ଯୋଗୁ ଡୋମେଷ୍ଟିକ୍ ଭାୟୋଲେନ୍ସର ଶିକାର ମହିଳାଙ୍କ ଲାଗି ସ୍ଥାପିତ ୨୩ଟି ସେଲ୍ଟର ହୋମକୁ ବନ୍ଦ କରିଦିଆଯାଇଛି। ଦେଶରେ ମହିଳାଙ୍କ ପ୍ରତି ଅପରାଧର ସ୍ଥିତି କିପରି ତାହା ରାଷ୍ଟ୍ରପତିଙ୍କ ଠାରୁ ଜଣାପଡିଯାଏ। ବ୍ରାଜିଲ ରାଷ୍ଟ୍ରପତି ଜେୟର ବୋଲ୍ସନାରୋ ଜନୈକା କଂଗ୍ରେସ ମହିଳାଙ୍କ ପ୍ରତି ଅଭଦ୍ର ମନ୍ତବ୍ୟ ଦେଇଥିବା କାହାକୁ ଅଜଣା ନାହିଁ। ତେବେ ବ୍ରାଜିଲେ ମହିଳା ପୀଡିତ ହେବାର ଅନ୍ୟଏକ କାରଣ ହେଉଛି ଏଠାକାର ସାମାଜିକ ସଂସ୍କୃତି ଓ ଚଳଣୀ ବୋଲି ଫେଡରାଲ ଜଜ୍ ବେନ-ହୁର ଭିଜା କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.