Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

କେନ୍ଦ୍ରାପଡ଼ା ବାଲିଗୋଠ ଗାଁର ଦିବ୍ୟାଙ୍ଗ ପରିବାରରେ ଏବେ ଖୁସିର ଲହରୀ : ଖବର ପ୍ରସାରଣ ପରେ ପ୍ରଶାସନର ତତ୍ପରତା, ସହାୟତା ପାଇଁ ଆଗେଇ ଆସିଲେ ସ୍ବେଚ୍ଛାସେବୀ

19/12/2018 at 5:49 PM

କେନ୍ଦ୍ରାପଡା୧୯|୧୨: କେନ୍ଦ୍ରାପଡ଼ା ବାଲିଗୋଠ ଗାଁର ଦିବ୍ୟାଙ୍ଗ ପରିବାରରେ ଏବେ ଖୁସିର ଲହରୀ |ପରିବାରର ସମସ୍ୟା ସମ୍ପର୍କରେ News 7ରେ ଖବର ପ୍ରସାରଣ ହେବା ପରେ ତତ୍ପରତାଦେଖାଇଛି ପ୍ରଶାସନ । ଏହାସହ କିଛି ବଦାନ୍ୟ ବ୍ୟକ୍ତି ମଧ୍ୟ ସହାୟତାର ହାତ ବଢ଼ାଇଛନ୍ତି । ଦିବ୍ୟାଙ୍ଗ ସୁଶାନ୍ତଙ୍କ ଝିଅ ମାଗଣା ପାଠ ପଢ଼ିବାର ସୁଯୋଗ ପାଇବ । ଏଥିପାଇଁ ଆଗକୁ ଆସିଛି ପଟ୍ଟାମୁଣ୍ଡାଇ ସ୍ଥିତ ସକ୍ଷମ ଚାରିଟେବୁଲ୍ ଟ୍ରଷ୍ଟ । ଏହାସହ ଭତ୍ତା ଏବଂ ଘର ପାଇଁ ପ୍ରତିଶ୍ରୁତି ଦେଇଛି ପ୍ରଶାସନ।   

କେନ୍ଦ୍ରାପଡ଼ା ବାଲିଗୋଠ ଗାଁର ସୁଶାନ୍ତ ଦାସ | ସୁଶାନ୍ତ ଜଣେ ଦିବ୍ୟାଙ୍ଗ  | ଭୂମିହୀନ ସୁଶାନ୍ତ ଓ ତାଙ୍କ ପୁରା କିପରି ସଂଘର୍ଷ କରି ବଞ୍ଚୁଛନ୍ତି ସେ ସଂପର୍କିତ ଖବର ଗତ ୧୪ ତାରିଖରେ ପ୍ରସାରଣ ହୋଇଥିଲା । ଖବର ପ୍ରସାରଣ ପରେ ସୁଶାନ୍ତଙ୍କ ଘରେ ଏବେ ଜିଲା ପ୍ରଶାସନର ଅଧିକାରୀ ଓ ବଦାନ୍ୟ ବ୍ୟକ୍ତିଙ୍କ ଭିଡ  | PAG ବା people’s action groupର ଅଧିକାରୀ ସୁଶାନ୍ତଙ୍କ ଘରେ ପହଞ୍ଚି ସମସ୍ତ ତଥ୍ୟ ସଂଗ୍ରହ କରିଛନ୍ତି | ସୁଶାନ୍ତଙ୍କ ଦୁଇ ପୁଅଙ୍କୁ ଦିବ୍ୟାଙ୍ଗ ପ୍ରମାଣପତ୍ର ଏବଂ ଭତ୍ତା ମିଳିବ। ଏହା ସହ ସୁଶାନ୍ତଙ୍କୁ  ଇନ୍ଦିରା ଆବାସ ଯୋଗାଇ ଦେବାକୁ ଆରମ୍ଭ ହୋଇଛି  ପ୍ରକ୍ରିୟା । ଖୁବ୍ ଶୀଘ୍ର ଏହି ପରିବାର ସମସ୍ତ ସରକାରୀ ଯୋଜନାରେସାମିଲ୍ ହେବ । 

ସୁଶାନ୍ତଙ୍କ ୯ ବର୍ଷର ଝିଅ ପାଇଁ ମାଗଣା ଶିକ୍ଷା ବ୍ୟବସ୍ଥା କରିବାକୁ ଆଗେଇ ଆସିଛନ୍ତି ପଟ୍ଟାମୁଣ୍ଡାଇ ସ୍ଥିତ ସକ୍ଷମ ଚାରିଟେବଲ ଟ୍ରଷ୍ଟ | ଟ୍ରଷ୍ଟର ଅଧିକାରୀ ସୁଶାନ୍ତଙ୍କ ଘରେ ପହଂଚି ଏସମ୍ପର୍କରେ ପ୍ରସ୍ତାବ ଦେଇଛନ୍ତି | ସୁଶାନ୍ତଙ୍କ ଝିଅକୁସମ୍ପୂର୍ଣ୍ଣ ମାଗଣାରେ ହଷ୍ଟେଲରେ ରହିବା ବ୍ୟବସ୍ତା କରିବା ସହିତ ପାଠପଢା ଖର୍ଚ ମଧ୍ୟ ବହନ କରିବଏହି ଅନୁଷ୍ଠାନ | ବିଭିନ୍ନ ଆଡ଼ୁ ସହାୟତାର ହାତ ବଢି ଆସିବା ପରେ ଏବେ ସୁଶାନ୍ତ ଓ ତାଙ୍କ ପରିବାର ମୁହଁରେ ହସ ଫୁଟି ଉଠିଛି | ସେହିପରି ଜିଲାର ସତ୍ୟ ସାଇ ସେବା ସମିତି ମଧ୍ୟ ସୁଶାନ୍ତଙ୍କୁ ସହାୟତାର ହାତ ବଢ଼ାଇଛି ।   

ଦିବ୍ୟାଙ୍ଗମାନଙ୍କୁ ନେଇଗଠନ ହେଉଥିବା ସ୍ଵୟଂ ସହାୟକ ଗୋଷ୍ଠୀରେ ଏହି ଦିବ୍ୟାଙ୍ଗ ପରିବାରକୁ ଅନ୍ତର୍ଭୁକ୍ତ କରିବା ପାଇଁ ମଧ୍ୟ ଯୋଜନା କରିଛି ପ୍ରଶାସନ |

   Related Posts