ଆଦିତ୍ୟଙ୍କ ମୃତ୍ୟୁ ରହସ୍ୟ ଅଡ଼ୁଆସୁତା: ଘରୁ ଜବତ ଡାଏରୀ ଉପରେ ଏବେ ଫୋକସ୍ କରିଛି ପୋଲିସ, ତଥାପି ଅବୁଝା ଅନେକ କଥା

Published By : Prameya-News7 Bureau | July 08, 2020 IST

ଭୁବନେଶ୍ୱର ୦୮/୦୭ : ଡାଏରୀ ଖୋଲିବ କି ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ରହସ୍ୟ ?  ଜିଆରପି ପକ୍ଷରୁ ଏହି ଘଟଣାର ଛାନଭିନ୍‌ ଚାଲିଥିବା ବେଳେ ଆଦିତ୍ୟଙ୍କ ଘରୁ ତାଙ୍କର ଏକ ଡାଏରୀ ଜବତ ହୋଇଛି । ଜିଆରପି ସ୍ପେଶାଲ ଟିମ୍‌ ଆଜି ଆଦିତ୍ୟଙ୍କ ପରିବାର ଲୋକ, ପାଖ ପଡ଼ୋଶୀଙ୍କୁ ପଚରାଉଚରା କରିବା ସହ  ଲିଙ୍ଗରାଜ ଟେମ୍ପଲ ରୋଡ଼ ଷ୍ଟେସନକୁ ଯାଇ ସେଠାରେ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ଯାଂଚ କରିଛି । ତେବେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଆଦିତ୍ୟଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି କହିଛନ୍ତି ଜିଆରପି ଏସପି । ….

{"id":297858,"sizeSlug":"large"}

ଡାଏରୀ ଖୋଲିବ କି ଆଦିତ୍ୟଙ୍କ ମୃତ୍ୟୁ ରହସ୍ୟ ? ଆଜି ଆଦିତ୍ୟଙ୍କ ଘରୁ ତାଙ୍କର ଏକ ଡାଏରୀକୁ ଜବତ କରିଛି ଘଟଣାର ଛାନଭିନ୍‌ କରୁଥିବା ଜିଆରପି ସ୍ପେଶାଲ ଟିମ୍‌ । ଏଥି ସହ ଆଦିତ୍ୟଙ୍କ ପରିବାର, ସାଙ୍ଗସାଥୀ, ଓ ପାଖପଡ଼ୋଶୀଙ୍କୁ ମଧ୍ୟ ପଚରାଉଚରା କରାଯାଇଛି । ସେହିଭଳି ଆଦିତ୍ୟଙ୍କ ମୃତଦେହ ମିଳିଥିବା ଲିଙ୍ଗରାଜ ଟେମ୍ପଲ ରୋଡ଼ ଷ୍ଟେସନକୁ ଯାଇ ସେଠାରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଯାଂଚ କରିଛି ଜିଆରପି । ତେବେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହିଁ ଆଦିତ୍ୟଙ୍କ  ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି କହିଛନ୍ତି ଜିଆରପି ଏସପି ।

{"id":297859,"sizeSlug":"large"}

ଆଦିତ୍ୟ ମଦ ବିରୋଧୀ ଅଭିଯାନ ଚଳାଇଥିବାରୁ ତାଙ୍କୁ ବିଭିନ୍ନ ନମ୍ବରରୁ ବହୁ ଧମକପୂର୍ଣ୍ଣ କଲ୍‌ ଆସୁଥିଲା ବୋଲି କହିଛନ୍ତି ତାଙ୍କର ଜଣେ  ସମ୍ପର୍କୀୟ ଭାଇ । ଆଦିତ୍ୟଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଛି।  ପୋଲିସ ଯଦି ଠିକ୍‌ ଭାବେ ତଦନ୍ତ କରେ ତାହେଲେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିପାରିବ ବୋଲି କହୁଛନ୍ତି ପରିବାର ଲୋକ ।

ଆଦିତ୍ୟଙ୍କ ଭଳି ଜଣେ ମୋଟିଭେସନାଲ ସ୍ପିକର, ମାନବ ସେବାକୁ  ନିଜର ଆଦର୍ଶ କରିଥିବା ଜଣେ ମହାନ୍‌ ଆତ୍ମା କେବେ ବି ଆତ୍ମହତ୍ୟା କରିପାରିବେ ନାହିଁ ବୋଲି ତାଙ୍କର ଶୁଭେଚ୍ଛୁ, ଓ ପ୍ରଶଂସକ ଅନୁଭବ କରୁଛନ୍ତି । ହେଲେ ଏବେ ସବୁ କିଛି ନିର୍ଭର କରୁଛି ଜିଆରପି ସ୍ପେଶାଲ ଟିମ୍‌ର ତଦନ୍ତ ପ୍ରକ୍ରିୟା ଉପରେ । ଆଦିତ୍ୟ ଆତ୍ମହତ୍ୟା କରିଛନ୍ତି ନା’ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ତାହା ଜାଣିବାକୁ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିବାକୁ ପଡ଼ିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.