ଅନଲାଇନରେ ମୋବାଇଲ ଅର୍ଡର କରିବା ପଡିଲା ମହଙ୍ଗା:୨୮ ହଜାର ମୋବାଇଲ ବଦଳରେ ପହଞ୍ଚିଲା ୫ ଟଙ୍କିଆ ସାବୁନ ପ୍ୟାକେଟ୍
27/10/2019 at 7:45 PM

ନୂଆଦିଲ୍ଲୀ୨୭|୧୦: ଅନଲାଇନରେ ମୋବାଇଲ ଅର୍ଡର କରି ଜଣେ ମହିଳା ଠକାମିର ଶିକାର ହୋଇଛନ୍ତି। ମୋବାଇଲ ବଦଳରେ ମହିଳାଙ୍କ ଘରେ ବାସନ ମଜା ସାବୁନ ପହଞ୍ଚିଛି। ସେ ଅନଲାଇନରେ ୨୮ ହଜାର ଟଙ୍କାର ମୋବାଇଲ ଅର୍ଡର କରିଥିଲେ। ଅକ୍ଟୋବର ୨୬ ତାରିଖରେ ମହିଳାଙ୍କ ପାଖରେ ଏକ ପ୍ୟାକେଟ୍ ପହଞ୍ଚିଥିଲା।
ସେ ପ୍ୟାକେଟ୍ ଖୋଲି ଦେଖିବା ପରେ ସେଥିରେ ଗୋଟିଏ ପାଞ୍ଚ ଟଙ୍କିଆ ବାସନ ମଜା ସାବୁନ ସହ ଏକ ଚାର୍ଜ କର୍ଡ ରହିଥିଲା। ଏହି ମହିଳା କୋତଓ୍ବାଲି ସେକ୍ଟର-୨୦ ରହନ୍ତି। ପେଶାରେ ସେ ଜଣେ ଇଞ୍ଜିନିୟର ତଥାପି ଠକାମିର ଶିକାର ହୋଇଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ସେ ଇ-ମେଲ ମାଧ୍ୟରେ ଅଭିଯୋଗ କରିଥିଲେ।
ଏଥିସହ ସଂପୃକ୍ତ କମ୍ପାନୀର ଟୋଲ ଫ୍ରି ନମ୍ବରରେ ସେ କଲ କରି ମହିଳା ଅଭିଯୋଗ ଦେଇଥିଲେ। ଏଥିସହ ପ୍ୟାକିଂ ଖୋଲିବା ସମୟରେ ସେ ଭିଡିଓ ମଧ୍ୟ ରେକର୍ଡି କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ତେଣୁ ଅନଲାଇନରେ ଜିନିଷ କିଣିବା ବେଳେ ଡେଲିଭରି ବୟ ସାମ୍ନାରେ ପ୍ୟାକିଂ ଖୋଲି ଆପଣ ଅର୍ଡର କରିଥିବା ଜିନିଷ ଠିକ୍ ଭାବେ ଯାଞ୍ଚ କରନ୍ତୁ।