କରୋନା ନେଇ ଦୁଇ ସାବୁନ ବ୍ରାଣ୍ଡ ମୁହାଁମୁହିଁ, ହିନ୍ଦୁସ୍ଥାନ ଲିଭର କୋର୍ଟ ଯିବାରୁ ବିଜ୍ଞାପନ ହଟାଇବାକୁ ରାଜି ହେଲା ଡେଟଲ

Published By : Prameya-News7 Bureau | March 24, 2020 IST

ମୁମ୍ବାଇ ୨୪।୦୩: ସମଗ୍ର ବିଶ୍ଵରେ ଆତଙ୍କ ଖେଳାଇଥିବା ମହାମାରୀ କରୋନାର ପ୍ରତିରୋଧ ଲାଗି ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଓ ଭାରତ ସରକାର ଅନେକ ପ୍ରକାର ପଦକ୍ଷେପ ନେବା ଜାରି ରଖିଛନ୍ତି। ସାମାଜିକ ଦୂରତା ସହିତ ନିଜ ସତର୍କ ଓ ସଚେତନ ରହିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଉଛି। ହାତକୁ ବାରମ୍ବାର ସାବୁନରେ ଧୋଇବାକୁ ପରାମର୍ଶ ଦିଆଯାଇଛି। ଫଳରେ ଏବେ ଲୋକଙ୍କ ଗହଣରେ ସାବୁନର ଚାହିଦା ବୃଦ୍ଧି ପାଇଛି। ସାବୁନକୁ ନେଇ ଏବେ ମଇଦାନକୁ ଓହ୍ଲାଇଛନ୍ତି ଲାଇଫ ବଏ ଓ ଡେଟଲ। ଏହା ମଧ୍ୟରେ ଡେଟଲ୍ ବିରୋଧରେ ଆରୋପ ଆଣି ବମ୍ବେ ହାଇକୋର୍ଟର ଦ୍ଵାରସ୍ଥ ହୋଇଛି ଲାଇଫବୟ।

ହିନ୍ଦୁସ୍ଥାନ ୟୁନିଲିଭ ଲିମିଟେଡ(HUL) ଡେଟଲର ନିର୍ମାତା ରେକକିଟ୍ ବେଙ୍କିସର ବିରୋଧରେ ହାଇକୋର୍ଟର ଦ୍ଵାରସ୍ଥ ହୋଇଛି। ହଲ୍ ଅଭିଯୋଗ କରିଛି ଯେ, ରେକକିଟ୍ ବେଙ୍କିସର ତାର  ବିଜ୍ଞାପନରେ ଅନ୍ୟ ସାବୁନକୁ ନିଚ୍ଚ ଦେଖାଇ ନିଜର ଉତ୍ପାଦିତ ସାବୁନ ଭଲ ବୋଲି ଚିତ୍ରଣ କରିଛି। କୋର୍ଟର ହସ୍ତକ୍ଷେପ ପରେ ରେକକିଟ୍ ବେଙ୍କିସର ତାର ଏହି ବିଜ୍ଞାପନକୁ ମାର୍ଚ୍ଚ ୨୨ ରୁ ଏପ୍ରିଲ ୨୧ ପର୍ଯ୍ୟନ୍ତ ହଟାଇ ଦେଇବାକୁ ନିଷ୍ପତ୍ତି ନେଇଛି।

{"id":243390,"sizeSlug":"large"}

ଲାଇଫବୟର ନିର୍ମାତା ହିନ୍ଦୁସ୍ଥାନ ଲିଭର ହାଇକୋର୍ଟରେ ପିଟିସନ ଦାୟର କରି କହିଛି ଯେ, ଡେଟଲ ସାବୁନର ନିର୍ମାତା କମ୍ପାନୀ ତାର ଉତ୍ପାଦିତ ସାମଗ୍ରୀ ବିରୋଧରେ ବିଜ୍ଞାପନ ଦେଇଛି। ଯାହା କମ୍ପାନୀର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରୁଛି। କୋଭିଡ-୧୯ ବିରୋଧରେ ଲଢେଇ ପାଇଁ କମ୍ପାନୀ ଅନେକ ମିଡିଆରେ ବିଜ୍ଞାପନ ଦେଇଥିଲା। ହାତକୁ ସର୍ବଦା ସଫା ରଖିବାକୁ ହିନ୍ଦୁସ୍ଥାନ ଲିଭର ବିଜ୍ଞାପନରେ ଲୋକଙ୍କୁ ପରାମର୍ଶ ଦେଇଥିଲା।

ହିନ୍ଦୁସ୍ଥାନ ଲିଭର ଗୋଟିଏ ବିଜ୍ଞାପନରେ ଦେଖିବାକୁ ମିଳୁଛି ଯେ,  ଡାକ୍ତର ଜଣେ ଅସୁସ୍ଥ ଶିଶୁଙ୍କୁ ଦ୍ଵାରା ଯାଞ୍ଚ କରିବା ପରେ ଶିଶୁର ମାଙ୍କୁ ଲାଇଫବୟରେ ହାତ ଧୋଇବାର ଉପକାରିତା ବିଷୟରେ କହୁଛନ୍ତି। ଏହା ପରେ ଡେଟଲ ଏକ ବିଜ୍ଞାପନ ପ୍ରକାଶିତ କରିଥିଲା। ସେଥିରେ ଲାଇଫବୟ ଅପେକ୍ଷା ତାର ସାବୁନରେ ହାତ ଧୋଇବା ସ୍ଵାସ୍ଥ୍ୟ ପକ୍ଷେ ଲାଭଦାୟକ ବୋଲି କହିଥିଲା।

{"id":243392,"sizeSlug":"large"}

ଏହାକୁ ନେଇ ହିନ୍ଦୁସ୍ଥାନ ଲିଭର ଓ ଡେଟଲ ନିର୍ମାତା କମ୍ପାନୀ ମଧ୍ୟରେ ଲଢେଇ ଆରମ୍ଭ ହୋଇ ଯାଇଥିଲା। ହିନ୍ଦୁସ୍ଥାନ ଲିଭର ଡେଟଲର ନିର୍ମାତା କମ୍ପାନୀର ଏହି ବିଜ୍ଞାପନ ଉପରେ ପ୍ରଶ୍ନ ଉଠାଇ  କୋର୍ଟରେ ପିଟିସନ ଦାୟର କରିଥିଲା। ଏହି ମାମଲା ବିଚାରପତି କେଆର ଶ୍ରୀରାମଙ୍କ ସମ୍ମୁଖକୁ ଯିବା ପରେ ରେକକିଟ୍ ମାର୍ଚ୍ଚ ୨୨ ମଧ୍ୟ ରାତ୍ରରୁ ଏପ୍ରିଲ ୨୧ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ତାର ବିଜ୍ଞାପନକୁ ବନ୍ଦ ରଖିବାକୁ ସମ୍ମତି ପ୍ରକାଶ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.