ରାତିରେ ପାଣିରେ ଭିଜାଇ ସକାଳେ ଖାଲି ପେଟରେ ଖାଇଲେ ବଢିଥାଏ ପ୍ରତିରୋଧକ କ୍ଷମତା ଓ ପାଚନ ଶକ୍ତି : ଜାଣନ୍ତୁ କ'ଣ

Published By : Prameya-News7 Bureau | April 22, 2020 IST

ଭୁବନେଶ୍ୱର ୨୨/୦୪ : କିସମିସ ସମସ୍ତଙ୍କ ଘରେ ଉପଲବ୍ଧ | କିନ୍ତୁ ତାର ଗୁଣ ଓ ଲାଭ ବିଷୟରେ ସମସ୍ତେ ଜାଣି ନଥାନ୍ତି | କିସମିସର ଅନେକ ଫାଇଦା ଅଛି | କିନ୍ତୁ ପାଣିରେ ଭିଜା ଯାଇଥିବା କିସମିସର ଫାଇଦା ଅଧିକ | କିସମିସ ଶରୀରରେ ଆଇରନ ମାତ୍ରା ବୃଦ୍ଧି କରିଥାଏ | ଶରୀରରେ ରକ୍ତ ବୃଦ୍ଧି କରିବାରେ ମଧ୍ୟ କିସମିସ ସାହାଯ୍ୟ କରିଥାଏ | କିସମିସକୁ ଶୁଖିଲା ଖାଇବା ଛାଡି ପାଣିରେ ଭିଜାଇ ଖାଇଲେ ଅଧିକ ଲାଭ ମିଳିଥାଏ | ଭିଜାଇ ଖାଇଲେ ଲିଭର ସୁସ୍ଥ ରହେ | କିସମିସ ପାଣି ରକ୍ତ ସଫା କରିବାରେ ସାହାଯ୍ୟ କରିଥାଏ | ପ୍ରତିଦିନ କିସମିସ ପାଣି ପିଇଲେ କାନ୍ସଟିପେସନ, ଏସିଡ଼ିଟିରୁ ଆରାମ ମିଳିଥାଏ | ପ୍ରତିଦିନ କିସମିସ ଖାଇଲେ ହୃଦୟ ମଧ୍ୟ ସୁସ୍ଥ ରହେ | କିସମିସ ଶରୀରରେ କୋଲେଷ୍ଟ୍ରଲ ମାତ୍ରା ମଧ୍ୟ ନିୟନ୍ତ୍ରଣ କରିଥାଏ | କିସମିସରେ ଅନେକ ଭିଟାମିନ ଓ ମିନେରାଲ ରହିଛି | କିସମିସକୁ ଭିଜାଇ ଖାଇଲେ ସେଥିରେ ଥିବା ଶର୍କରା ପରିମାଣ କମି ଯାଇଥାଏ ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ |  କିସମିସରେ ପ୍ରାକୃତିକ ଆଣ୍ଟିଅକ୍ସିଡେଣ୍ଟ ରହିଛି ଯାହା ଅନେକ ରୋଗରୁ ମୁକ୍ତି ଦେଇଥାଏ | ଏଥିରେ ଆଇରନ, ପୋଟାସିୟମ, କ୍ୟାଲସିୟମ, ମ୍ୟାଗନେସିୟମ ଓ ଫାଇବର ପର୍ଯ୍ୟାପ୍ତ ପରିମାଣରେ ରହିଛି |   

{"id":258220,"sizeSlug":"large"}

କିସମିସ ସେବନ କରିବାର ସବୁଠାରୁ ଭଲ ତରିକା ହେଲା, ରାତିରେ ଏହାକୁ ପାଣିରେ ଭିଜାଇ ରଖିବେ ଏବଂ ସକାଳେ ଖାଲି ପେଟରେ ଖାଇବେ | କାରଣ ଏଥିରେ ଭରପୁର ମାତ୍ରାରେ ଆଇରନ, ପୋଟାସିୟମ, କ୍ୟାଲସିୟମ, ମ୍ୟାଗନେସିୟମ ଓ ଫାଇବର ଥାଏ | ତା'ଛଡା ଏଥିରେ ନେଚୁରାଲ ସୁଗାର ରହିଛି ଯାହା ଶରୀରକୁ କୌଣସି କ୍ଷତି କରିନଥାଏ | ଯଦି ଉଚ୍ଚ ରକ୍ତଚାପ ସମସ୍ୟା ରହିଛି ତାହେଲେ ଏହା ଆପଣଙ୍କ ପାଇଁ ବହୁତ ଲାଭଦାୟକ | ଏଥିରେ ଥିବା ପୋଟାସିୟମ ତତ୍ୱ ହାଇପରଟେନ୍ସନରୁ ରକ୍ଷା କରିବା ପାଇଁ ସହାୟକ ହୋଇଥାଏ |  

ଜାଣନ୍ତୁ ଭିଜା କିସମିସର ଲାଭ :

୧. ସ୍ଵସ୍ଥ ରହିବା ପାଇଁ ପାଚନ ଶକ୍ତି ସୁଦୃଢ ରହିବା ଆବଶ୍ୟକ | କିସମିସ ସେବନ କରିବା ଦ୍ୱାରା ପାଚନ ଶକ୍ତି ବୃଦ୍ଧି ପାଇଥାଏ | ରାତିରେ ଗୋଟିଏ ଗ୍ଲାସ ପାଣିରେ କିଛି କିସମିସ ଭିଜାଇ ରଖନ୍ତୁ ଏବଂ ସକାଳେ ଖାଲି ପେଟରେ ଖାଆନ୍ତୁ |

୨. ଭିଜା କିସମିସ ଖାଇଲେ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ | ଭିଜା କିସମିସ ଖାଇବା ଛଡା ଏହାର ପାଣି ମଧ୍ୟ ଶରୀର ପାଇଁ ଲାଭଦାୟକ |

୩. କିସମିସ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିଥାଏ | ରକ୍ତଚାପ ନିୟନ୍ତ୍ରଣ କରିବାରେ କିସମିସ ରାମବାଣ ଉପାୟ | ଏଥିରେ ଥିବା ପୋଟାସିୟମ ତତ୍ୱ ହାଇପରଟେନ୍ସନରୁ ରକ୍ଷା କରିଥାଏ |

୪. କିସମିସ ଶରୀରରେ ରକ୍ତହୀନତା ସମସ୍ୟା ଦୂର କରିଥାଏ | କିସମିସରେ ପର୍ଯ୍ୟାପ୍ତ ପରିମାଣର ଆଇରନ ରହିଛି ଯାହା ଏନିମିଆରୁ ରକ୍ଷା କରିଥାଏ | ଏଥିରେ କପର ମଧ୍ୟ ରହିଛି ଯାହା ରକ୍ତ କୋଷିକା ତିଆରି କରିଥାଏ |

୫. କିସମିସ ଶରୀରକୁ ଡେଟକ୍ସ କରିବାରେ ସାହାଯ୍ୟ କରିଥାଏ | ସକାଳୁ ଖାଲି ପେଟରେ କିସମିସ ଖାଇଲେ ଏହା ଶରୀରକୁ ସଫା ରଖିଥାଏ | ଏହାର ପାଣି ଶରୀରରେ ଥିବା ଟକ୍ସିନକୁ ବାହାର କରିବାରେ ସାହାଯ୍ୟ କରିଥାଏ |

୬. କିସମିସ ଖାଇଲେ କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ | ଯଦି ଆପଣଙଙ୍କର କୋଷ୍ଠକାଠିନ୍ୟ ସମସ୍ୟା ରହିଛି ତାହେଲେ ପ୍ରତିଦିନ ସକାଳୁ ଭିଜା କିସମିସ ଖାଆନ୍ତୁ | 

{"id":258218,"width":585,"height":368,"sizeSlug":"large"}

ତେବେ କିସମିସ ଖାଇବାରେ ଲାଭ ଛଡା କିଛି କ୍ଷତି ମଧ୍ୟ ରହିଛି | ପ୍ରତ୍ୟେକ ଜିନିଷ ଅଧିକ ହେଲେ ତାହା ଶରୀର ପାଇଁ କ୍ଷତିକରଣ ପ୍ରମାଣିତ ହୋଇଥାଏ | ଅଧିକ କିସମିସ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ | କିସମିସରେ ଫ୍ରୁକଟୋଜ୍ ସହ ଗ୍ଲୁକୋଜ ମଧ୍ୟ ରହିଛି ଯାହା ଓଜନ ବୃଦ୍ଧି କାରିଥାଏ | ଆବଶ୍ୟକ ଠାରୁ ଅଧିକ କିସମିସ ସେବନ କଲେ ବାନ୍ତି, ନିଶ୍ୱାସ ନେବାରେ ସମସ୍ୟା, ଝାଡା ଭଳି ସମସ୍ୟା ଦେଖା ଦେଇଥାଏ | ସେଥିପାଇଁ ଉଚିତ ପରିମାଣରେ ସେବନ କରିବା ଉଚିତ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.