ଗଜା ବୁଟରେ ରହିଛି ଚମତ୍କାରୀ ଶକ୍ତି, ପୁରଣ କରିବ ଶରୀରର ଆଇରନ, ମିନେରାଲ ଓ କ୍ୟାଲସିୟମ ଆବଶ୍ୟକତା

Published By : Prameya-News7 Bureau | June 14, 2019 IST

କୌଣସି ଚମତ୍କାରୀ ଔଷଧଠୁ କମ୍ ନୁହେଁ ଅଙ୍କୁରିତ ଗଜାବୁଟ। ଯେଉଁମାନେ ବାରମ୍ବାର ଅସୁସ୍ଥ ହେଉଛନ୍ତି ସେମାନେ ଗଜାବୁଟ ପ୍ରୟୋଗ କରି ଏହାର ଉପକାର ପରୀକ୍ଷା କରିପାରନ୍ତି। ଏହାକୁ ଖାଇବା ଦ୍ବାରା ଆପଣଙ୍କ ଶରୀରର ଇମ୍ୟୁନିଟି ବଢିବା ସହ ଋତୁ ବଦଳିବା ସହ ହେଉଥିବା ବିଭିନ୍ନ ଋତୁକାଳୀନ ରୋଗରୁ ନିଶ୍ଚିତ ମୁକ୍ତିମିଳିପାରିବ। ଅଙ୍କୁରିଟ ବୁଟରେ ଭରପୁରମାତ୍ରାରେ ପ୍ରୋଟିନ, ଫାଇବର, କାର୍ବୋହାଇଡ୍ରେଟ୍,କ୍ୟାଲିୟମ, ଆଇରନ, ମିନେରାଲ ସମେତ ଭିଟାମିନ ଭରି ରହିଛି। ତେବେ ଆସନ୍ତୁ ଜଣିବା ବତୁରା ଚଣା ଖାଇବାରେ ରହିଛି କଣ ଉପକାରୀତା।

{"id":122943,"width":581,"height":450}

ପ୍ରଥମତଃ ଏହା ଦ୍ବାରା ଆପଣଙ୍କ ଶରୀରରେ ରକ୍ତର ଅଭାବ ଦୂର ହୁଏ। ଶରୀରର ହିମୋଗ୍ଲୋବିନ ମାତ୍ରା ବଢିବା ସହ ଶାରୀରିକ ଦୁର୍ବଳତା ଦୂର ହୁଏ। ଯଦି ସକାଳେ ଖାଲିପେଟରେ ଅଙ୍କୁରିତ ଚଣା ଖାଉଛନ୍ତି ତେବେ ଆପଣଙ୍କ ଠାରେ ହିମୋଗ୍ଲୋବିନ ସ୍ତର ହ୍ରାସର ସମ୍ଭାବନା କମିବା ସହ ରକ୍ତହୀନତା ଭଳି ସମସ୍ୟାରୁ ଆପଣଙ୍କୁ ମୁକ୍ତି ମିଳିବ। ଗଜାବୁଟରେ ପ୍ରଚୁରମାତ୍ରାରେ ଫସଫରସ ଓ ଆଇରନ ଭରି ରହିଥାଏ । ଯାହା ଆପଣଙ୍କ ଶରୀରର ହିମୋଗ୍ଲାବିନ ସ୍ତର ବୃଦ୍ଧିରେ ସହାୟକ ହୁଏ।

{"id":122944}

ଗଜାବୁଟ ଆପଣଙ୍କ ଶରୀରର ଚର୍ମ ସମସ୍ୟା ମଧ୍ୟ ଦୂରକରେ। ଏଭଳି ଖାଦ୍ୟ ଆପଣଙ୍କ ଶରୀରରେ  ପ୍ରଚୁର ଶକ୍ତି ସୃଷ୍ଟି କରିବା ସହ ଚର୍ମ ଜନିତ ସମସ୍ତ ସମସ୍ୟାର ମଧ୍ୟ ସମାଧାନ କରିଥାଏ। ତେବେ ଏଥିପାଇଁ ଗଜାବୁଟରେ ଆପଣ ଲୁଣ ନ ପକାଇ ଖାଇବା ଦରକାର। ସକାଳେ ଖାଲିପେଟରେ ଗଜାବୁଟ ଖାଇଲେ ଦିନ ତମାମ ଶରୀର ଆବଶ୍ୟକ କରୁଥିବା ଶକ୍ତି ଏଥିରୁ ପାଇଥାଏ। ଏଣୁ ଦୁର୍ବଳତା ଆପଣଙ୍କୁ ଗ୍ରାସୀପାରେ ନାହିଁ। ସେହିପରି ଗଜାବୁଟ ଖାଇବା ଦ୍ବାରା ପେଟ ମଧ୍ୟ ସଫା ରହିଥାଏ। ଏଥିରେ ପ୍ରଚୁର ପରିମାଣରେ ଫାଇବର ଭରି ରହିଥାଏ। ଏଣୁ ପାଚନତନ୍ତ୍ରକୁ ଠିକ ରଖିବା ସହ ଆପଣଙ୍କୁ ସୁସ୍ଥ ମଧ୍ୟ ରଖିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.