ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟକୁ ମିଳିବ ୨୦୨୦ ପାଇଁ ଟାଇମସ୍ ବିଜିନେସ୍ ଆୱାର୍ଡ

Published By : Prameya-News7 Bureau | February 28, 2020 IST

ଭୁବନେଶ୍ବର୨୮/୨: ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟକୁ ମିଳିବ ୨୦୨୦ ପାଇଁ ଟାଇମସ୍ ବିଜିନେସ୍ ଆୱାର୍ଡ। ଟାଇମସ୍ ଅଫ୍ ଇଣ୍ଡିଆ ତରଫରୁ ବିଭିନ୍ନ କ୍ଷେତ୍ରରେ ବିଜନେସ୍ ପାଇଁ ଏହି ପୁରସ୍କାର ଦିଆଯାଏ । ପୂର୍ବ ଭାରତର ସବୁଠୁ ସମ୍ମାନଜନକ ବିଶ୍ବବିଦ୍ୟାଳୟ ଭାବରେ ଶିକ୍ଷା ଓ ଅନୁସନ୍ଧାନକୁ ଏହି ପୁରସ୍କାର ମିଳିବ । ସ୍ବତନ୍ତ୍ର ଏବଂ ନିରପେକ୍ଷ ସଂସ୍ଥା ଦ୍ବାରା ସର୍ଭେ କରାଯାଇ ଏହି ଚୟନ କରାଯାଇଛି । ଆସନ୍ତାକାଲି ଭୁବନେଶ୍ବରସ୍ଥିତ ହୋଟେଲ ମେ ଫେୟାର ଲାଗୁନର କନଭେନସନ୍ ହଲ୍ ରେ ଏକ ବିଶେଷ ଉତ୍ସବରେ ଏହି ପୁରସ୍କାର ଦିଆଯିବ । ଉତ୍ସବରେ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଯୋଗଦେବେ । ଏହି ଉତ୍ସବରେ ବଲିଉଡ୍ ଅଭିନେତା ଅନିଲ କପୁର ପ୍ରମୁଖ ଆକର୍ଷଣ ରହିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.