Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

କୋଭିଡ ପରିଚାଳନାରେ ସାମିଲ ହୋଇଛନ୍ତି ସୋଆ ଏନଏସଏସର ୬୪ ସ୍ୱେଚ୍ଛାସେବୀ, ରାଜ୍ୟର ପ୍ରତି ଜିଲ୍ଲାରେ କରୁଛନ୍ତି କାମ

18/05/2021 at 1:22 PM

ଭୁବନେଶ୍ୱର, ୧୮।୦୫: କୋଭିଡ୍ ଚିକିତ୍ସା ସହ କୋଭିଡ ମୁକାବିଲା ପରିଚାଳନାରେ ବି ସକ୍ରିୟ ଭୂମିକା ନିଭାଉଛି ଶିକ୍ଷା ଓ ଅନୁସନ୍ଧାନ ଡିମଡ୍ ବିଶ୍ୱବିଦ୍ୟାଳୟ । ରାଜଧାନୀ ସହ କିଛି ଜିଲ୍ଲାରେ କୋଭିଡ୍ ହସ୍ପିଟାଲର ପରିଚାଳନା ସହ ସଂପୃକ୍ତ ସୋଆ ବିଭିନ୍ନ ଜିଲ୍ଲାରେ କୋଭିଡ ପରିଚାଳନାରେ ମଧ୍ୟ ସାମିଲ ହୋଇଛନ୍ତି । ସୋଆ ଏନଏସଏସ ପକ୍ଷରୁ ଏଥିପାଇଁ ରାଜ୍ୟର ପ୍ରତି ଜିଲ୍ଲାରେ ସ୍ୱେଚ୍ଛାସେବକଙ୍କୁ ନିୟୋଜିତ କରିଛନ୍ତି । ଏହି ସ୍ୱେଚ୍ଛାସେବକମାନେ କୋଭିଡ ପରିଚାଳନାରେ ସାମିଲ ହୋଇ ମହାମାରୀର ମୁକାବିଲା ପାଇଁ କାର୍ଯ୍ୟ କରୁଛନ୍ତି । ଆବଶ୍ୟକ ସ୍ଥଳେ ସଚେତନତା ଠାରୁ ଆରମ୍ଭ କରି ସଂକ୍ରମିତଙ୍କୁ ଚିକିତ୍ସାଜନିତ ବିଭିନ୍ନ ଆବଶ୍ୟକୀୟ ସହାୟତା ପାଇଁ କାର୍ଯ୍ୟ କରୁଛନ୍ତି । ଏଥିଲାଗି ସୋଆ ଏନଏସଏସ ପକ୍ଷରୁ ଜନ ସାଧାରଣଙ୍କୁ ସୂଚନା ନିମନ୍ତେ ଜିଲ୍ଲାଓ୍ୱାରୀ ସ୍ୱେଚ୍ଛାସେବୀଙ୍କ ନାମ ଓ ଯୋଗାଯୋଗ ନମ୍ବର ଜାରି କରାଯାଇଛି ।  

ଏହି ସ୍ୱେଚ୍ଛାସେବୀମାନେ ୨୪ ଘଣ୍ଟିଆ ସଜାଗ ରହିବେ । ଯଦି କେହି କରୋନା ସଂକ୍ରମିତ କିଛି ଚିକିତ୍ସାଜନିତ ଆବଶ୍ୟକ କରନ୍ତି ସେମାନେ ଫୋନ ଯୋଗେ ଯୋଗାଯୋଗ କରିପାରିବେ । କିଛି ଜିଲ୍ଲାରେ ୨ଜଣ ସ୍ୱେଚ୍ଛାସେବୀଙ୍କୁ ନିଯୁକ୍ତ କରାଯାଇଥିବା ବେଳେ କିଛି ଜିଲ୍ଲାରେ ୩ ଜଣ ସ୍ୱେଚ୍ଛାସେବୀଙ୍କୁ ନିଯୁକ୍ତ କରାଯାଇଛି । ସେମାନଙ୍କ ଫୋନ୍ ନମ୍ବର ମଧ୍ୟ ପ୍ରଦାନ କରାଯାଇଛି ।

   Related Posts