ଦେଶର ୨୦ ସର୍ବଶ୍ରେଷ୍ଠ ବିଶ୍ବ ବିଦ୍ୟାଳୟ ତାଲିକାରେ 'ଶିକ୍ଷା ଓ ଅନୁସନ୍ଧାନ': IMS & SUM ମେଡିକାଲ କଲେଜକୁ ୨୩ ନମ୍ବର ସ୍ଥାନ, ୩୪ ନମ୍ବରରେ ITER

Published By : Prameya-News7 Bureau | June 11, 2020 IST

ଭୁବନେଶ୍ୱର ୧୧/୦୬: ଦେଶର ଶ୍ରେଷ୍ଠ ୨୦ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ସାମିଲ୍ ହେଲା ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) । ଗୁରୁବାର କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡ. ରମେଶ ପୋଖରିଆଲ୍ ନିଶାଙ୍କଙ୍କ ଦ୍ୱାରା ବିଭିନ୍ନ ବର୍ଗର ଶିକ୍ଷାନୁଷ୍ଠାନକୁ ନେଇ ଘୋଷଣା ହୋଇଥିବା ନ୍ୟାସନାଲ୍ ଇନଷ୍ଟିଚ୍ୟୁସନାଲ୍ ର‌୍ୟାଙ୍କିଙ୍ଗ୍‌ ଫ୍ରେମ୍‌ୱାର୍କ-୨୦୨୦ ରେ ଶ୍ରେଷ୍ଠ ୨୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ହାସଲ କରିଛି ସୋଆ । ବିଶ୍ୱବିଦ୍ୟାଳୟତାଲିକାରେ ଓଡ଼ିଶାରେ ୧ ନମ୍ବର ସ୍ଥାନ ବଜାୟ ରଖିଛି ସୋଆ । ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ବିଶ୍ୱବିଦ୍ୟାଳୟ ଏହି ନୂତନ ତାଲିକାରେ ୨୦ ତମ

ସ୍ଥାନ ହାସଲ କରିଥିବା ବେଳେ ସାମଗ୍ରିକ ଭାବେ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକ ମଧ୍ୟରେ ଦେଶରେ ୩୮ ତମ ସ୍ଥାନ ହାସଲ କରିଛି । ଏକ ଭିଡିଓ କନଫରେନ୍ସ ମାଧ୍ୟମରେ ଏହି ତାଳିକା ଘୋଷଣା କରିଛନ୍ତି ଡ. ପୋଖରିଆଲ । ୟୁନିଭର୍ସିଟି ଗ୍ରାଂଟସ୍ କମିଶନ ଦ୍ୱାରା ୨୦୧୭ ରେ ଡିମଡ ଟୁ ବି ୟୁନିଭର୍ସିଟିର ମାନ୍ୟତା ପାଇଥିବା ସୋଆ କ୍ରମାଗତ ଭାବେ ୫ମ ଥର ପାଇଁ ଓଡ଼ିଶାରେ ଏକ ନମ୍ବର ସ୍ଥାନ ବଜାୟ ରଖିଥିବାବେଳେ ଚଳିତ ବର୍ଷ ୫୩.୧୦ ସ୍କୋର ହାସଲ କରି ଏହି ସ୍ଥାନରେ ରହିଛି ।

୨୦୧୬ ରେ ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗ୍ ଆରମ୍ଭ କରାଯାଇଥିବା ବେଳେ ତୃତୀୟ ଥର ପାଇଁ ଦେଶର ଶ୍ରେଷ୍ଠ ୨୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇଛି ସୋଆ । ସେହିପରି ଇଞ୍ଜିନିୟରିଂ କ୍ୟାଟେଗୋରିରେ ଦେଶରେ ସୋଆ ୩୪ ତମ ସ୍ଥାନରେ ରହିଥିବାବେଳେ ମେଡିକାଲ୍ କଲେଜ କ୍ୟାଟେଗୋରିରେ ୨୩ତମ ସ୍ଥାନ ହାସଲ କରିଛି । ସୋଆ ପରିଚାଳିତ ଡେଣ୍ଟାଲ ସାଇନସ୍‌ କଲେଜ ଚଳିତ ବର୍ଷ ପ୍ରଥମ ଥର ପାଇଁ ଏହି ର‌୍ୟାଙ୍କିଙ୍ଗରେ ପ୍ରବେଶ କରି ଦେଶରେ ୧୨ ତମ ସ୍ଥାନ ହାସଲ କରିଛି ।

୨୦୨୦ ର‌୍ୟାଙ୍କିଙ୍ଗ ଅନୁସାରେ ଓଡ଼ିଶାରେ ସୋଆର ମେଡିକାଲ ସାଇନସେସ୍ ଏବଂ ଡେଂଟାଲ ସାଇନସେସ୍ ଶିକ୍ଷାନୁଷ୍ଠାନ ୧ ନମ୍ବର ସ୍ଥାନରେ ରହିଛନ୍ତି । ଇନଷ୍ଟିଚ୍ୟୁଟ୍ ଅଫ୍ ଟେକନିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ସୋଆର ଫାକଲ୍‌ଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ହୋଇଥିବାବେଳେ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନସେସ୍ ଆଣ୍ଡ ସମ୍‌

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.