Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

କରୋନା ମୁକାବିଲାରେ ସୋଆର ଏକ ପ୍ରୟାସ, ବିଶ୍ୱବିଦ୍ୟାଳୟର ଗବେଷକ ପ୍ରସ୍ତୁତ କରିଛନ୍ତି ସାନିଟାଇଜର

25/05/2020 at 6:11 PM

ଭୁବନେଶ୍ୱର, ୨୫|୦୫:  କରୋନା ମହାମାରୀ ସହ ମାନବ ଜାତିର ଯୁଦ୍ଧ ଜାରି ରହିଥିବା ବେଳେ ଏହି ଯୁଦ୍ଧରେ ସାମିଲ ହୋଇଥିବା ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ବିଶ୍ୱବିଦ୍ୟାଳୟ ଭାଇରସ ସହ ଲଢେଇ କରିବା ସହ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟଗତ ସୁରକ୍ଷା ଦେବା ନିମନ୍ତେ ପ୍ରସ୍ତୁତ କରିଛି ଏକ ସ୍ୱତନ୍ତ୍ର ସାନିଟାଇଜର ।

ସୋଆ ପରିଚାଳିତ ସ୍କୁଲ ଅଫ ଫାର୍ମାସ୍ୟୁଟିକାଲ ସାଇନ୍ସେସ ଅଧିନସ୍ଥ ସେଣ୍ଟର ଅଫ ବାଇଓଟେକ୍ନୋଲୋଜିର ଗବେଷକ ମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି ଏହି ସ୍ୱତନ୍ତ୍ର ସାନିଟାଇଜର । ଇସାପ୍ରୋପାନଲ, ହାଇଡ୍ରୋଜେନ ପେରୋକ୍ସସାଇଡ, ଗ୍ଲିସେରୋଲ ଏବଂ ସ୍କିନ୍ ଏମୋଲିଏଣ୍ଟ୍ ପ୍ରଭୃତି ମିଶ୍ରଣ କରାଯାଇ ଏହାର ପ୍ରସ୍ତୁତିରେ ବ୍ୟବହାର କରାଯାଇଥିବା ସୂଚନା ଦେଇଛନ୍ତି ସିବିଟିର ଆସିଷ୍ଟାଣ୍ଟ ପ୍ରଫେସର ଡ଼ଃ ବାସୁଦେବ କର । ଲେମନ ଗ୍ରାସ(ଲେମ୍ବୁ ଘାସ ) ସୁଗନ୍ଧ ମିଶ୍ରିତ  ଏହି ସାନିଟାଇଜରର ୩୦୦ଟି ବୋତଲ ପ୍ରସ୍ତୁତ କରାଯାଇଥିବା ସେ କହିଛନ୍ତି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିୟମାବଳୀ ଅନୁଯାୟୀ ଏହି ସାନିଟାଇଜର ପ୍ରସ୍ତୁତ କରାଯାଇଥିବା ବେଳେ ବଜାରରେ ବିକ୍ରି କରାଯିବ ନାହିଁ ।  ବିଭିନ୍ନ କ୍ଷେତ୍ରରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି କେବଳ ବଣ୍ଟନ କରାଯିବ ବୋଲି ଡ଼ଃ କର କହିଛନ୍ତି ।

ଡ଼ଃ କର ଏବଂ ଡ଼ଃ ସୁପ୍ରଭା ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ  ଶୁଭଶ୍ରୀ ସିଂ, ଭାସ୍କର ଚନ୍ଦ୍ର ସାହୁ, ମନସ୍ବିନୀ ଦାସ, ଦେବାଶିଷ ସାହୁ ଏବଂ ଭବାନୀ ଶଙ୍କର ବେହେରା ବେହେରା ପ୍ରମୁଖ ସୋଆ ସିବିଟିର ଗବେଷକ ମାନେ ଏହି ସାନିଟାଇଜର ପ୍ରସ୍ତୁତିରେ ସାମିଲ ଥିଲେ । ଏହି ଗବେଷକ ଟିମଙ୍କୁ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଂଜନ ନାୟକ, ଏସପିଏସ ଡିନ୍ ପ୍ରଫେସର ଏସ.ସି. ସି ଏବଂ ସିବିଟି ମୁଖ୍ୟ ପ୍ରଫେସର ସଂଘମିତ୍ରା ନାୟକ ପ୍ରମୁଖ ତାଙ୍କ ସଫଳତା ନିମନ୍ତେ ଶୁଭେଚ୍ଛା ଜଣାଇଛନ୍ତି ।

   Related Posts