ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ ତାଲିକାରେ ସୋଆ : MHRD ତାଲିକାର ଶ୍ରେଷ୍ଠ ୧୦ ଇଞ୍ଜିନିୟରିଂ କଲେଜରେ ୯ମ , ଜାତୀୟ ମାନ୍ୟତା ୩୨

Published By : Prameya-News7 Bureau | March 05, 2020 IST

ନୂଆଦିଲ୍ଲୀ ୦୫।୦୩: ଦେଶରେ ଶ୍ରେଷ୍ଠ ବିଦ୍ୟାଳୟ ତାଲିକାରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ । ସୋଆ ଦେଶର ଶ୍ରେଷ୍ଠ ୧୦ ଇଞ୍ଜିନିୟରିଂ କଲେଜ ମଧ୍ୟରେ ରହିଛି ।  ଆଇଆଇଟି ଓ ଏନ୍‌ଆଇଟି ଗୁଡିକୁ ବାଦ୍‌ ଦେଇ ମାନବ ସମ୍ବଳ ବିକାଶ ବିଭାଗ (MHRD) ପକ୍ଷରୁ ପ୍ରସ୍ତୁତ ଏହି ତାଲିକାରେ ସୋଆ ଇଞ୍ଜିନିୟରିଂ ବର୍ଗରେ ୯ମ ସ୍ଥାନରେ ଥିବା ବେଳେ  ସାମଗ୍ରୀକ ଭାବେ ସୋଆ  ବିଶ୍ବବିଦ୍ୟାଳୟ ଦେଶରେ ୩୨ନଂ ସ୍ଥାନ( National Rank) ହାସଲ କରିଛି । ଏହି ଅନୁଯାୟୀ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ତାଲିକାରେ ଶ୍ରେଷ୍ଠ ୪୦ ବିଶ୍ବବିଦ୍ୟାଳୟ ମଧ୍ୟରେ ରହିଥିବା ସୋଆ ରାଜ୍ୟର ଏକମାତ୍ର ବିଶ୍ବବିଦ୍ୟାଳୟ (  IIT, NITକୁ ବାଦ୍‌ ଦେଇ ) ଭାବେ ସ୍ଥାନ ପାଇଛି ।

{"id":233084,"width":576,"height":268,"sizeSlug":"large"}

ଦେଶର ସର୍ବୋକୃଷ୍ଟ ଇଞ୍ଜିନିୟରିଂ କଲେଜକୁ ନେଇ MHRD ପକ୍ଷରୁ ଏହି ତାଲିକା ପ୍ରସ୍ତୁତ କରାଯାଇଛି । ଏହି ତାଲିକାରେ ଦେଶର ଅନେକ ସରକାରୀ ଓ ଏବଂ ଘରୋଇ ଶିକ୍ଷାନୁଷ୍ଠାନ ରହିଛି । ଶିକ୍ଷାରମାନକୁ ନେଇ ଏହି ତାଲିକା ପ୍ରସ୍ତୁତ କରାଯାଇଛି ।

୧୯୯୬ରେ ପ୍ରତିଷ୍ଠିତ ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ ଜାତୀୟ ସ୍ତରରେ ବେଶ୍‌ ପ୍ରସିଦ୍ଧି ହାସଲ କରିଛି । ଇଞ୍ଜିନିୟରିଂ , ମେଡିସିନ, ଫାର୍ମାସୀ, ବିଜନେସ୍, ନସିଂ , ବାୟୋଟେକ୍ନଲୋଜି , କୃଷି ଏବଂ ଆଇନ ପାଠ୍ୟକ୍ରମ ପ୍ରଦାନ କରୁଥିବା ଏହି ପ୍ରମୁଖ ବିଶ୍ବବିଦ୍ୟାଳୟରେ  ଡିଗ୍ରୀ ପାଠ୍ୟକ୍ରମ ସହ ଡକ୍ଟରେଟ୍ ଡିଗ୍ରୀ ପାଠ୍ୟକ୍ରମ ରହିଛି । ଲଗାତର କିଛିବର୍ଷ ଧରି ଦେଶର ଶ୍ରେଷ୍ଠ ବିଶ୍ବବିଦ୍ୟାଳୟରେ ସ୍ଥାନ ପାଉଥିବା ସୋଆ , ସେହିକ୍ରମରେ ପୂର୍ବ ଭାରତରେ ମଧ୍ୟ ବେଶ୍ ପ୍ରସିଦ୍ଧ ଓ ରାଜ୍ୟର ଏକମାତ୍ର ବିଶ୍ବବିଦ୍ୟାଳୟ ଭାବେ ଶ୍ରେଷ୍ଠ ମାନ୍ୟତା ତାଲିକାରେ ରହିଛି । MHRD ପ୍ରସ୍ତୁତ ତାଲିକାରେ କେଉଁ ବିଶ୍ବବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନ କେଉଁ ସ୍ଥାନରେ ରହିଛି । ତାହା ନିମ୍ନଲିଖିତ ଓ୍ବେବସାଇଟ୍‌ରେ ରହିଛି ।

https://www.nirfindia.org/2019/EngineeringRanking.html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.