୨ଟି ସୁପରଫୁ଼ଡ ‘ଚିଆ’ ଏବଂ ‘କୁଇନୋଆ’ର ସନ୍ଧାନ କଲେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ ଏଗ୍ରିକଲଚର ସାଇନ୍ସ କଲେଜର କୃଷି ବିଜ୍ଞନୀ : ଓମେଗା-୩, ନ୍ୟୁଟ୍ରିସନ୍ ଓ ଭିଟାମିନ୍‌ରେ ଭରପୁର

Published By : Prameya-News7 Bureau | January 07, 2019 IST

ଭୁବନେଶ୍ବର ୭|୧: ବିଶ୍ବରେ ଦିନକୁ ଦିନ ଖାଦ୍ୟ ସମସ୍ୟା ବଢୁଛି । ଆଗକୁ ଏହି ଖାଦ୍ୟ ସଙ୍କଟର ସମାଧାନ ସୂତ୍ର ହେବ ସୁପର ଫୁଡ। ଯେଉଁଥିରେ ସବୁକିଛି ଖାଦ୍ୟସାର ଯେମିତି ମାତ୍ରାଧିକ ମିଳିପାରିବ, ସେମିତି ସୁପର ଫୁଡ ଉପରେ ସାରାବିଶ୍ବରେ ଗବେଷଣା ଚାଲିଥିବା ବେଳେ ଓଡ଼ିଶାର ବିଜ୍ଞାନୀମାନେ କିଛି ଏମିତି ସୁପରଫୁ଼ଡର ସନ୍ଧାନ ପାଇଛନ୍ତି। ଯାହାର ନାଁ ରହିଛି ଚିଆ ଓ କୁଇନୋଆ। ଆସନ୍ତୁ ଦେଖିବା ଏହି ଦୁଇ ସୁପର ଫୁଡ କଣ।

ନୂଆ ସୁପର ଫୁଡ । ଦେଖିବାକୁ ଏମିତି ଆମର ପାରମ୍ପରିକ ଶସ୍ୟ ଭଳି। କିନ୍ତୁ ଏହା ଅସାଧାରଣ ଶସ୍ୟ। ଚିଆ ଏବଂ କୁଇନୋଆ ।  ରାଜ୍ୟର ପ୍ରଥମ ସଂସ୍ଥା ଭାବେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ ଏଗ୍ରିକଲଚର ସାଇନ୍ସ କଲେଜରେ ଏହି ଦୁଇ ସୁପର ଫୁଡ ଉପରେ କରାଯାଉଛି ରିସର୍ଚ୍ଚ । ଏହି ଶସ୍ୟରେ ଭରି ରହିଛି ଓମେଗା-୩, ନ୍ୟୁଟ୍ରିସନ୍ ଓ ଭିଟାମିନ । ଯାହା ଲୋକଙ୍କ ମାତ୍ରାଧିକ ଖାଦ୍ୟସାର ଆବଶ୍ୟକତା ପୂରଣ କରିପାରିବ । କ୍ୟାନସର, ବ୍ଲଡ ସୁଗାର ଆଦି ରୋଗ ନିୟନ୍ତ୍ରଣ କରିବାରେ ବି ଚିଆ ଓ କୁଇନୋଆ ଅଧିକ ସହାୟକ ହେବ । ଏଥିସହ ଏହା ହାଡକୁ ଅଧିକ ମଜବୁତ୍ କରିବ । ବିଶେଷ କରି ଶିଶୁଖାଦ୍ୟ ଭାବେ ଏହା ବିଶେଷ ଉପଯୋଗୀ ହୋଇପାରିବ ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ ଏଗ୍ରିକଲଚର ସାଇନ୍ସ  କଲେଜର ଡିନ୍ ଡ ବିଜୟ ସାହୁ ।

ଖୁବ ଶୀଘ୍ର ଏହାକୁ ସାଧାରଣ ଚାଷୀମାନେ ଚାଷ କରିପାରିବେ। ଅନ୍ୟ ଫସଲ ଭଳି ଏହାର ଅମଳ କରିପାରିବେ। ଓଡ଼ିଶାର ଜଳବାୟୁ, ପାଣି ଓ ଅଳ୍ପ ସାରରେ ଏହା ଅଧିକ ଉତ୍ପାଦନ ହୋଇପାରିବ । ଏଥିପାଇଁ ଚାଷୀଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ବି ପଡିବନି । ଚାଷୀମାନେ କିଭଳି ଏହାକୁ ଚାଷ କରିପାରିବେ ସେନେଇ ଗବେଷଣା ଏବେ ଶେଷ ପର୍ଯ୍ୟାୟରେ ରହିଛି ବୋଲି ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟର ଏଗ୍ରିକଲଚର ସାଇନ୍ସ  କଲେଜର ପ୍ରଫେସର ଡ ନିରଞ୍ଜନ ନାୟକ ।

କେବଳ ଏହି ସୁପର ଫୁଡ ନୁହେଁ କଲେଜ ଫାର୍ମରେ ପ୍ରତ୍ୟେକ ଋତୁର ଚାଷ ସମାଗ୍ରୀକୁ ନେଇ କରାଯାଉଛି ଚାଷ ଓ ଅଧିକ  ପରୀକ୍ଷା  ନିରୀକ୍ଷା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.