ପୂର୍ବାଂଚଳର ସବୁଠାରୁ ପସନ୍ଦଯୋଗ୍ୟ ଘରୋଇ ବିଶ୍ୱବିଦ୍ୟାଳୟ ଭାବେ ସୋଆ ସମ୍ମାନିତ

Published By : Prameya-News7 Bureau | February 23, 2019 IST

ଭୁବନେଶ୍ୱର୨୩/୨ : ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)କୁ ଚଳିତବର୍ଷ ନିମନ୍ତେ ପୂର୍ବାଂଚଳର ସର୍ବାଧିକ ପସନ୍ଦଯୋଗ୍ୟ ଘରୋଇ ବିଶ୍ୱବିଦ୍ୟାଳୟ ଭାବେ ସମ୍ମାନିତ କରାଯାଇଛି । ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ଦ୍ୱାଦଶ ଆସୋଚାମ୍ ନ୍ୟାସ୍ନାଲ ଏଜୁକେସନ୍ ସମିଟ-୨୦୧୯ ଅବସରରେ “ଏଡୁସାଇନ୍ ଏକ୍ସଲେନ୍ସ ଆୱାର୍ଡ”ରେ ସମ୍ମାନୀତ ହୋଇଛି ସୋଆ ।
ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍) କୁ ମଧ୍ୟ ଚଳିତବର୍ଷର ପୂର୍ବାଂଚଳରେ ସର୍ବାଧିକ ପସନ୍ଦଯୋଗ୍ୟ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ଭାବେ “ଏଡୁସାଇନ୍ ଏକ୍ସଲେନ୍ସ ଆୱାର୍ଡ” ପ୍ରଦାନ କରାଯାଇଛି ।


ପୂର୍ବତନ ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀ ଏହି ପୁରସ୍କାର ପ୍ରଦାନ କରିଥିବା ବେଳେ ଏହି ଅବସରରେ କେନ୍ଦ୍ର ବାଣିଜ୍ୟ, ଶିଳ୍ପ ଏବଂ ବେସାମରିକ ଚଳାଚଳ ମନ୍ତ୍ରୀ ଶ୍ରୀ ସୁରେଶ ପ୍ରଭୁ ଏବଂ ଅଲ୍ଇଣ୍ଡିଆ କାଉନ୍ସିଲ୍ ଫର୍ ଟେକ୍ନିକାଲ୍ ଏଜୁକେସନ୍ (ଏଆଇସିଟିଇ)ର ଉପାଧ୍ୟକ୍ଷ ଶ୍ରୀ ଏମ୍.ପି. ପୁନିଆ ଉପସ୍ଥିତ ଥିଲେ ।


ସୋଆ ପକ୍ଷରୁ ଡ. ଅନୁରାଗ ଶତପଥୀ ଏବଂ ଡ. ସୋ÷ର୍ଯ୍ୟ ରଞ୍ଜନ ଦାସ ପୁରସ୍କାର ଗ୍ରହଣ କରିଥିଲେ । ୨୦୧୮ରେ କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ପରିଚାଳିତ ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁସ୍ନାଲ୍ ର‌୍ୟାଙ୍କିଙ୍ଗ୍ ଫ୍ରେମ୍ୱାର୍କ (ଏନ୍ଆଇଆର୍ଏଫ୍) ର‌୍ୟାଙ୍କିଙ୍ଗ୍ରେ ବିଶ୍ୱବିଦ୍ୟାଳୟ କାଟାଗୋରିରେ ସୋଆ ଦେଶରେ ୨୪ତମ ସ୍ଥାନ ହାସଲ କରିଥିବା ବେଳେ ଶିକ୍ଷାନୁଷ୍ଠାନ ର‌୍ୟାଙ୍କିଙ୍ଗ୍ରେ ୩୮ତମ ସ୍ଥାନ ହାସଲ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.