Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

SOA ରେ ଆୟୋଜନ ହେବ ପ୍ରି-ରିପବ୍ଲିକ ଡେ ପ୍ୟାରେଡ୍ , ଯୋଗଦେବେ ୧୦ ରାଜ୍ୟର NSS ସ୍ବେଚ୍ଛାସେବୀ

21/11/2020 at 10:07 PM

ଭୁବନେଶ୍ବର ୨୧/୧୧ : SOA ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ୧୦ ଦିନିଆ ପ୍ରି-ରିପବ୍ଲିକ୍ ଡେ ପ୍ୟାରେଡ୍ କ୍ୟାମ୍ପରେ ପ୍ରାୟ ଦଶଟି ପୂର୍ବ ଏବଂ ଉତ୍ତର ପୂର୍ବ ରାଜ୍ୟରୁ ସ୍ବେଚ୍ଛାସେବୀ ଅଂଶଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମରେ ପାଖାପାଖି ଦୁଇଶହ NSS ସ୍ବେଚ୍ଛାସେବୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ବିଶ୍ବବିଦ୍ୟାଳୟର NSS ବ୍ୟୁରୋ କାର୍ଯ୍ୟକାରୀ ସଂଯୋଜକ ଡକ୍ଟର ନଚିକେତା କେ. ଶର୍ମାଙ୍କ କହିବା ଅନୁଯାୟୀ ଏହି ପ୍ୟାରେଡ୍ କ୍ୟାମ୍ପରେ ଭୁବନେଶ୍ୱର, କୋଲକାତା ଏବଂ ଗୌହାଟି ଆଞ୍ଚଳିକ ନିର୍ଦ୍ଦେଶାଳୟର ପ୍ରତିନିଧୀମାନେ ମଧ୍ୟ ପ୍ରତିନିଧିତ୍ବ କରିବେ । ଏହି ଶିବିର ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ITER) କ୍ୟାମ୍ପସରେ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମର ଆୟୋଜନ ପାଇଁ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ଅନୁମତି ଦେଇସାରିଛି ।

ଏହି ଶିବିରରେ ଓଡିଶା, ପଶ୍ଚିମବଙ୍ଗ, ସିକ୍କିମ୍, ଆସାମ, ଅରୁଣାଚଳ ପ୍ରଦେଶ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ ଏବଂ ତ୍ରିପୁରା ରାଜ୍ୟରୁ ପ୍ରାୟ ଶହେ ଯୁବକ ଏବଂ ଶହେ ଯୁବତୀ ଯୋଗଦେବେ । ସେମାନଙ୍କୁ ଭୁବନେଶ୍ୱରର ଆଞ୍ଚଳିକ ନିର୍ଦ୍ଦେଶାଳୟର ୧୦ ଜଣ ପ୍ରୋଗ୍ରାମ ଅଫିସର ଏବଂ ୬ ଜଣ ଅଧିକାରୀ ତଦାରଖ କରିବେ ବୋଲି ବୋଲି ଡକ୍ଟର ଶର୍ମା କହିଛନ୍ତି ।

   Related Posts