ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଜୁନ୍ ୩ରୁ ଆରମ୍ଭ ହେବ “ସୋଆ ସମର୍ ଟେକ୍ନୋକ୍ୟାମ୍ପ”

Published By : Prameya-News7 Bureau | May 22, 2019 IST

ଭୁବନେଶ୍ୱର, ୨୨/୫: ଆସନ୍ତା ଜୁନ୍ ୩ ତାରିଖରୁ ଆରମ୍ଭ ହେବ ଦ୍ୱିତୀୟ ସୋଆ ସମର୍ ଟେକ୍ନୋକ୍ୟାମ୍ପ । ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ଅନ୍ତର୍ଗତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଡୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍)ଠାରେ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଜୁନ୍ ୩ରୁ ୯ ତାରିଖ ମଧ୍ୟରେ ସୋଆ ସମର୍ ଟେକ୍ନୋକ୍ୟାମ୍ପ ଆୟୋଜନ କରାଯିବ ।

ଷଷ୍ଠ ଶ୍ରେଣୀରୁ ଏକାଦଶ ଶ୍ରେଣୀରେ ପାଠପଢ଼ୁଥିବା ଛାତ୍ରଛାତ୍ରୀମାନେ ଏହି କ୍ୟାମ୍ପରେ ଯୋଗ ଦେଇପାରିବେ । ସମର୍ ଟେକ୍ନୋକ୍ୟାମ୍ପ୍ରେ ମେକାନିକାଲ୍, ଇଲେକ୍ଟ୍ରିକାଲ୍, ଇଲେକ୍ଟ୍ରିକାଲ୍ ଆଣ୍ଡ ଇଲେକ୍ଟ୍ରୋନିକ୍ସ, ସିଭିଲ୍ ଇଞ୍ଜିନିୟରିଂ, କମ୍ପ୍ୟୁଟର୍ ଆପ୍ଲିକେସନ୍, କ୍ଲାଇମେଟ୍ ସାଇନ୍ସ, ରୋବୋଟିକ୍ସ ଆଣ୍ଡ ମେକାଟ୍ରୋନିକ୍ସ, ଫିଜିକ୍ସ ଏବଂ ମ୍ୟାଥମେଟିକ୍ସ ଉପରେ ପର୍ଯ୍ୟବେଷିତ ପ୍ରୋଜେକ୍ଟ ମଧ୍ୟ ଦେଇ ଶିକ୍ଷା ଦାନ କରାଯିବ ।

ସକାଳ ୧୦ ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଏହି କ୍ୟାମ୍ପ ଚାଲିବାକୁ ଥିବା ବେଳେ ଏଥିରେ ଭାଗ ନେବା ପାଇଁ କୋ÷ଣସି ପ୍ରକାର ରେଜିଷ୍ଟ୍ରେସନ୍ ଫି ରଖାଯାଇ ନାହିଁ । ରେଜିଷ୍ଟ୍ରେସନ୍ କରିବାର ଶେଷ ତାରିଖ ମେ ୩୧ ରହିଥିବା ବେଳେ ଶ୍ରୀମତି ଶ୍ୱେତାରାଣୀ ବିଶ୍ୱାଳଙ୍କୁ ତାଙ୍କ ମୋବାଇଲ ନମ୍ବର- ୯୪୩୮୧୫୭୨୩୨ ଏବଂ ଇ-ମେଲ୍ [email protected] ମାଧ୍ୟମରେ ଯୋଗାଯୋଗ କରିବାକୁ ସୋଆ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ କୁହାଯାଇଛି ।

ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗ ଅଧୀନରେ ପ୍ରସ୍ତୁତ କରିବାକୁ ଥିବା ପ୍ରୋଜେକ୍ଟ ଗୁଡ଼ିକ ମଧ୍ୟରୁ ମୁଖ୍ୟତଃ ଷ୍ଟର୍ଲିଂ ଇଞ୍ଜିନ୍, ସେଂଟ୍ରିଫ୍ୟୁଗାଲ୍ ୱାଟରପମ୍ପ୍, ଭାକ୍ୟୁମ୍କ୍ଲିନର୍, ହାଇଡ୍ରୋଲିକ୍ ବ୍ରିଜ୍, ହ୍ୟୁମ୍ୟାନ୍ ରୋବୋଟ୍ ଏବଂ ମିନି ହାଇଡ୍ରୋଲିକ୍ ପାୱାର୍ପ୍ଲାଂଟ ଉପରେ ଗୁରୁତ୍ୱ ଦିଆଯାଇଥିବା ବେଳେ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ଏମର୍ଜେନ୍ସି ଲାଇଟ୍ର କାର୍ଯ୍ୟପ୍ରଣାଳୀ, ହସ୍ତଚାଳିତ ଡିସି ଜେନେରେଟର୍, ୱେୟାର୍ଲେସ୍ ପାୱାର, ଫାୟାର୍ ଆଲାର୍ମ, ଏଲ୍ଡିଆର୍ ବେସ୍ଡ ଷ୍ଟ୍ରିଟ୍ ଲାଇଟିଙ୍ଗ୍ ଏବଂ ଇଲେକ୍ଟ୍ରିକାଲ୍ ଆପ୍ଲାଏନ୍ସେସ୍ ନିମନ୍ତେ ଟଚ୍ ସ୍ୱିଚ୍ ଉପରେ ଶିକ୍ଷା ଦିଆଯିବ ।

ସେହିପରି ସିଭିଲ୍ ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ରାସ୍ତା ସୁରକ୍ଷା, ବ୍ରିଜ୍, ୱାଟର୍ ଟ୍ରିଟ୍ମେଂଟ ସିଷ୍ଟମ୍, ସିୱେଜ୍ ଟ୍ରିଟ୍ମେଂଟ ସିଷ୍ଟମ୍ ଏବଂ ଜିଓମେଟ୍ରି ଉପରେ ପ୍ରୋଜେକ୍ଟ କରିବା ଶିକ୍ଷା ଦିଆଯିବ । ସେହିପରି ଫିଜିକ୍ସ ବିଭାଗ ପକ୍ଷରୁ ଦୈନନ୍ଦିନ ଜୀବନରେ ଫିଜିକ୍ସର କାର୍ଯ୍ୟକାରିତା ଉପରେ ଶିକ୍ଷା ଦିଆଯିବ ବୋଲି ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.