Friday, November 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିଜ୍ଞାନୀଙ୍କ ସହ ଆଲୋଚନା କଲେ ସୋଆରେ ଅଧ୍ୟୟନରତ ବିଭିନ୍ନ ଦେଶର ଛାତ୍ରଛାତ୍ରୀ

ଭୁବନେଶ୍ବର ୯।୧୧:  ବିଜ୍ଞାନୀଙ୍କ ମେଳରେ ସୋଆରେ ଅଧ୍ୟୟନରତ ବିଭିନ୍ନ ଦେଶର ଛାତ୍ରଛାତ୍ରୀ । ଆଜି କ୍ୟାମ୍ପସ ୨ରେ ଆୟୋଜିତ ବିଜ୍ଞାନୀଙ୍କ ସହିତ ଆଳାପ କାର୍ଯ୍ୟକ୍ରମରେ ସୋଆର ବିଭିନ୍ନ ଅନୁଷ୍ଠାନରେ ଓ ଭିନ୍ନ ଭିନ୍ନ ପାଠ୍ୟକ୍ରମରେ ଯୋଗ ଦେଇଥିବା ୨୦୦ ପାଖାପାଖି ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

ଭାରତ ସରକାରଙ୍କ ବିଜ୍ଞାନ ଓ ଟେକ୍ନୋଲଜି ନିର୍ଦ୍ଦେଶକ ବିଜ୍ଞାନୀ ଡ. ସୁଜିତ ବାନାର୍ଜି, ଡ. ଲଳିତ ଶର୍ମା ଓ ଡ. ସନ୍ଦୀପ ଯୋଗ ଦେଇଥିଲେ । ସୋଆ ଆନ୍ତର୍ଜାତିକ ଆଡମିସନ ନିର୍ଦ୍ଦେଶକ ଡ. ନଚିକେତା ଶର୍ମା ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ଦେଇଥିଲେ ।

କୁଳପତି ପ୍ରଫେସର ଅମିତ ବନାର୍ଜି ପିଲାଙ୍କୁ ପ୍ରେରଣା ଦେଇଥିଲେ । ଡ଼. ଲଳିତ ଶର୍ମା ଭାରତର ବିଜ୍ଞାନ ପରମ୍ପରା ଉପରେ ଏକ ସ୍କାଇଡ୍ ପରିବେଷଣ କରିଥିଲେ । ଉଭୟ ବିଜ୍ଞାନୀ ପିଲାଙ୍କର ଅନେକ ପ୍ରଶ୍ନର ଉତ୍ତର ଦେଇଥିଲେ ।

84 Views

   ସମ୍ବନ୍ଧିତ ଖବର