Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ ଅଲିମ୍ପିକ୍ସ: ୪୧ ବର୍ଷ ପରେ କ୍ଵାର୍ଟର ଫାଇନାଲ୍‌ରେ ଭାରତୀୟ ମହିଳା ହକି ଦଳ
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୮୯୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ଡିସଚାର୍ଜ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସୁସ୍ଥ
  • ||
  • ଭୁବନେଶ୍ବରରୁ ଦିନକରେ ୩୫୪ କରୋନା ଆକ୍ରାନ୍ତ ଚିହ୍ନଟ, ୨୩୯ ସୁସ୍ଥ
  • ||
  • ଭାରତ-ଚୀନ ମଧ୍ୟରେ ଥମିବ କି ବିବାଦ ! ୯ ଘଣ୍ଟା ଧରି ଚାଲିଲା ୧୨ତମ ବୈଠକ, ଗୋଗରା-ହଟ୍ ସ୍ପ୍ରିଙ୍ଗରୁ ସୈନ୍ୟ ପ୍ରତ୍ୟାହାର ଉପରେ ଜୋର
  • ||
  • ଜେଲ୍‌ ଗଲେ କୋଟିପତି ପିଏସ୍‌ ବିରଞ୍ଚି ସାହୁ
  • ||
  • ସେମି ଫାଇନାଲରେ ହାରିଲେ ସିନ୍ଧୁ, ଧୂଳିସାତ ହେଲା ସ୍ଵର୍ଣ୍ଣ ପଦକ ଆଶା, ଏବେ କାଂସ୍ୟ ଉପରେ ନଜର
  • ||
  • ସରକାରୀ-ବେସରକାରୀ ସ୍ବିମିଂ ପୁଲ ଖୋଲିବ
  • ||
  • ମୀନା ବଜାର ଖୋଲାଯାଇପାରିବ
  • ||
  • ଭୋଜିଭାତ ଉପରେ ପୂର୍ବବତ କଟକଣା ରହିବ
  • ||
  • ବିବାହରେ ୨୫, ଶୁଦ୍ଧିକ୍ରିୟାରେ ୨୦ ଜଣଙ୍କୁ ଅନୁମତି
  • ||

ଫ୍ଲିପକାର୍ଡ ଗ୍ରୀଡ ରୋବୋଟିକ୍ସ ଚ୍ୟାଲେଞ୍ଜରେ ସଫଳତା, ଦ୍ଵିତୀୟ ରାଉଣ୍ଡରେ ସୋଆ ଛାତ୍ରଛାତ୍ରୀ

29/07/2020 at 5:33 PM

ଭୁବନେଶ୍ଵର ୨୯।୦୭: କରୋନା ମହାମାରୀର ମୁକାବିଲାରେ ସାରା ବିଶ୍ଵ ବ୍ୟସ୍ତ ଥିବା ବେଳେ ଶିକ୍ଷା ଓ ଅନୁସନ୍ଧାନ(ଡିମ୍‌ଡ ଟୁ ବି ୟୁନିଭର୍ସିଟି)ର ୫ ଜଣ ଛାତ୍ରଛାତ୍ରୀ ସାଉଁଟିଛନ୍ତି ସଫଳତା। ଫ୍ଲିପକାର୍ଡ ଗ୍ରୀଡ ୨.୦ ରୋବୋଟିକ୍ସ ଚ୍ୟାଲେଞ୍ଜରେ ଲେବଲ ଟୁରେ ପହଞ୍ଚିଛନ୍ତି ଏହି ଛାତ୍ର-ଛାତ୍ରୀ। ଆଇଆଇଟି ଓ ଏନଆଇଟି ବ୍ୟତିତ ଓଡିଶାର ଅନ୍ୟତମ ଟିମ୍ ଭାବେ ସୋଆର ଛାତ୍ରଛାତ୍ରୀମାନେ ଏହି ଯୋଗ୍ୟତା ହାସଲ କରିଛନ୍ତି।

ସାରା ଦେଶର ଶିକ୍ଷାନୁଷ୍ଠାନ ସମେତ ଆଇଆଇଟି ଏବଂ ଏନଆଇଟି ଭଳି ବୈଷେୟିକ ଅନୁଷ୍ଠାନ ସହ ପ୍ରତିଯୋଗିତା କରି ଉଚ୍ଚକୋଟିର ଉତ୍କର୍ଷତା ପ୍ରତିପାଦନ କରିଛନ୍ତି ଏହି ଛାତ୍ରଛାତ୍ରୀ। ଏହି ଗ୍ରୁପ ସିସ୍କୋ ଥିଙ୍କବାଟର ଷ୍ଟାର୍ଟଅପ୍‌ ଟ୍ରାକ ପ୍ରୋଗ୍ରାମରେ ମଧ୍ୟ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ଡ୍ରୋନ ସଫ୍ଟଓ୍ଵେୟାର ମାର୍କେଟ୍‌ରେ ମଧ୍ୟ ପ୍ରବେଶ କରିବା ନିମନ୍ତେ ପ୍ରସ୍ତୁତ ରହିବାକୁ ସୂଚାଇ ଦିଆଯାଇଥିବା ସୂଚନା ଦେଇଛନ୍ତି ସୋଆ ପରିଚାଳିତ ଇନଷ୍ଟିଚ୍ୟୁୟୁଟ ଅଫ ଟେକ୍ନିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ(ଆଇଟିଇଆର)ର କର୍ପୋରେଟ ଏନ୍‌ଗେଜମେଣ୍ଟ, ଟ୍ରେନିଂ ଓ ପ୍ଲେସମେଣ୍ଟର ମୁଖ୍ୟ ପ୍ରଫେସର ସୁଜିତ ଦାସ।

କମ୍ପ୍ୟୁଟର ସାଇନ୍ସ ବିଭାଗର ୨୦୨୧ ପାସ୍‌ଆଉଟ୍‌ ବ୍ୟାଚ୍‌ର ଏହି ପାଞ୍ଚ ଜଣିଆ ଟିମ୍ ଦୃଷ୍ଟାନ୍ତମୂଳକ ଗବେଷଣା ସହ ଶିଳ୍ପ ଓ ଗ୍ରାହକ ବଜାର କ୍ଷେତ୍ରରେ ଅନେକ ବିକାଶମୂଳକ ପ୍ରୋଜେକ୍ଟକୁ ନେଇ କାର୍ଯ୍ୟ କରିଥିବା ପ୍ରଫେସର ଦାସ କହିଛନ୍ତି।

ଜୀବିତେଶ ଦେବତା, ଅରୁଣ କୁମାର ମହାନ୍ତି, କମନୋସିନି ଦାସ, ମହମ୍ମଦ ଆଜମଲ ଓ ଅଂଶୁମାନ ପଣ୍ଡାଙ୍କୁ ନେଇ ଟିମ୍ ଗଠିତ ହୋଇଥିବା ବେଳେ କରୋନା ଲକ୍‌ଡାଉନ୍‌ ସମୟରେ ସାମାଜିକ ଦୂତତା ରକ୍ଷା କରି ସମୟର ସଦୁପଯୋଗ କରି ତାଙ୍କର ପ୍ରୋଜେକଟ୍ ଉପରେ ମନୋନିବେଶ କରିଛନ୍ତି ବୋଲ ପ୍ରଫେସର ଦାସ କହିଛନ୍ତି। ସେମାନଙ୍କ ଏହି ପ୍ରୋଜେକ୍ଟକୁ ନେଇ ବିଶ୍ଵ ବିଦ୍ୟାଳୟ ଏବଂ ଫ୍ୟାକଲ୍ଟି ମେମ୍ବରମାନଙ୍କର ସହଯୋଗ ଥିବା ଛାତ୍ରଛାତ୍ରୀମାନେ କହିଛନ୍ତି।

ରୋବୋଟିକ୍ସ, ଓ୍ଵେବ ଆପ୍ସ ଅଥବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଡେଭଲପମେଣ୍ଟ ଠାରୁ ଆରମ୍ଭ କରି ସାମାନ୍ୟ ସ୍ମାର୍ଟ ବଲ୍‌ବର ସମସ୍ୟାକୁ ଆମ ଟିମ୍ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଏହାର ସମାଧାନ କରି ପାରିବ ବେଲି ଟିମ୍‌ର ସଦସ୍ୟ ଜୀବିତେଶ ଦେବତା କହିଛନ୍ତି। ଆମ କ୍ୟାରିୟର ଏବଂ ଜୀବନରେ ଖୁବ୍ ଭଲ ଅଭିଜ୍ଞତା ହାସଲ କରିଛୁ ବୋଲି ସେ କହିଛନ୍ତି।

ଏହି ଟିମ୍‌ରେ ଆନ୍ତର୍ଜାତିକସ୍ତରରେ ଭାରତକୁ ପ୍ରତିନିଧିତ୍ଵ କରିଥିବା ଜଣେ ଡ୍ରୋନ ପାଇଲଟ ଅଛନ୍ତି ଯିଏକି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ବେଶ୍ ଅଭିଜ୍ଞ ବୋଲି ପ୍ରଫେସର ଦାସ କହିଛନ୍ତି।

ସୋଆର ଶୈକ୍ଷିକ ବାତାବରଣ ଏବଂ ବୃତ୍ତିଗତ ଶିକ୍ଷାଦାନ ବ୍ୟବସ୍ଥା ଆମ ଟିମ୍‌କୁ ଅନେକ ପ୍ରେରଣା ଯୋଗାଇଛି ବୋଲି ଦେବତା କହିଛନ୍ତି। ଆଇଟିଇଆରରେ ଶିକ୍ଷା ବ୍ୟବସ୍ଥା ଏବଂ ଶିକ୍ଷା ପ୍ରଦାନର ଶୈଳୀ ଏବଂ ବିଶ୍ଵ ବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ନିରବଚ୍ଛିନ ସହଯୋଗ ଆମକୁ ସାହାଯ୍ୟ ଦେଇଛି ବୋଲି କହିଛନ୍ତି ଅନ୍ୟ ଛାତ୍ର ଆଜମଲ।

   Related Posts