Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ମହିଳାଙ୍କ ସୁରକ୍ଷା ପାଇଁ ନୂଆ ପ୍ରଯୁକ୍ତି କୌଶଳ, ସୋଆ ଛାତ୍ର ପ୍ରସ୍ତୁତ କରିଛନ୍ତି ଜରୁରୀ ଆଲାର୍ମ ବ୍ୟବସ୍ଥା ରେଡ୍ ବୁଲ୍ ବେସମେଣ୍ଟ

29/10/2020 at 4:46 PM

ଭୁବନେଶ୍ୱର, ୨୯୧୦:    ଦେଶରେ ମହିଳାଙ୍କ ସୁରକ୍ଷାକୁ ଏବେ ଅଧିକ ପ୍ରାଧାନ୍ୟ ଦିଆଯାଉଛି । କାରଣ ଦିନକୁ ଦିନ ବୃଦ୍ଧି ପାଉଛି ମହିଳା ବିରୋଧି ହିଂସା । ଏପରିକି ପ୍ରତିଦିନ ସାମ୍ନାକୁ ଆସୁଛି ଶହଶହ ଦୁଷ୍କର୍ମ, ଅସଦାଚରଣ ଆଦି ମାମଲା । ଏପରି ହିଂସାରୁ ମହିଳାଙ୍କୁ ରକ୍ଷା କରିବା ପାଇଁ ସୋଆ ଆଇଟିଆରର ଛାତ୍ର ସୂୟାଶ ମହାନ୍ତି ଏକ ପ୍ରକଳ୍ପକୁ ବିକଶିତ କରୁଛନ୍ତି । ଯାହାକୁ ମହିଳାଙ୍କ ସୁରକ୍ଷା ସହ ଅନେକ ପ୍ରସଙ୍ଗରେ ବ୍ୟବହାର କରାଯାଇ ପାରିବ ।

ଏହି ପ୍ରକଳ୍ପର ନାଁ ହେଉଛି ରେଡବୁଲ୍ ବେସମେଣ୍ଟ । ଏହି ପ୍ରକଳ୍ପ ବା ନୂଆ ଟେକନୋଲୋଜି ଆବଶ୍ୟକୀୟ ଲୋକଙ୍କ ପାଖରେ ସହଜରେ ପହଁଚି ପାରିବ । ଏହି ଟେକନୋଲୋଜି ଆବଶ୍ୟକୀୟ ଲୋକଙ୍କ ମୋବାଇଲରୁ ଏସଓଏସ ପଠାଇଥାଏ । ଏହାସହ ଲୋକେସନ ଓ ଫଟୋ ମଧ୍ୟ ସେଣ୍ଡ୍ କରିଥାଏ । ଫଳରେ ସହଜରେ ଏବଂ ଶୀଘ୍ର ସାହାଯ୍ୟ ମିଳିଥାଏ । ଏହି ସମୟରେ ଆଉ ଏକ ସିଗନାଲ୍ ନିକଟସ୍ଥ ହସ୍ପିଟାଲ ଓ ପୋଲିସ ଷ୍ଟେସନରେ ପହଁଚିଥାଏ ।  

ଏହି ପ୍ରକଳ୍ପକୁ ବିକଶିତ କରିବା ପାଇଁ ସୁୟାଶଙ୍କୁ ସୋଆର ସମସ୍ତ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ  । ଯେପରି ସେ ସୋଆକୁ ଅନ୍ତର୍ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରିପାରିବେ ।

ପୂର୍ବରୁ ସେ ଜାତୀୟ ସ୍ତରରେ ତୃତୀୟ ସ୍ଥାନରେ ଥିବା ବେଳେ ଏବେ ପଞ୍ଚମ ସ୍ଥାନରେ ରହିଛନ୍ତି ।  ଏହାସହ ଅନ୍ତର୍ଜାତୀୟ ସ୍ତରରେ ୨୭ ତମ ସ୍ଥାନରେ ରହିଛନ୍ତି । ଗୋଟିଏ ଭୋଟ୍ ମଧ୍ୟ ତାଙ୍କ ପାଇଁ ଅନେକ ଗୁରୁତ୍ୱ ବହନ କରୁଛି । ତାଙ୍କୁ ସମର୍ଥନ କରିବା ପାଇଁ ବିଭିନ୍ନ ଦିଗରୁ ଅନୁରୋଧ କରାଯାଉଛି । ତେବେ ସୂୟାଶଙ୍କୁ ଭୋଟ୍ ଦେବାର ଆଜି ହେଉଛି ଶେଷ ଦିନ । ଆଜି ସନ୍ଧ୍ୟା ୬ଟା ୩୦ ମଧ୍ୟରେ ସୁରେଶଙ୍କୁ ଆପଣ ଭୋଟ୍ ଦେଇପାରିବେ ।

ଭୋଟ୍ ଦେବା ପାଇଁ ଏହି ଲିଙ୍କରେ କରନ୍ତୁ କ୍ଲିକ୍

https://basement.redbull.com/en-us

   Related Posts