ବିଶ୍ଵର ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ସ୍ଥାନ ପାଇଲେ ସୋଆ ଗବେଷକ ପ୍ରଫେସର ଲାଲା ବିହାରୀ ଶୁକ୍ଳା

Published By : Prameya-News7 Bureau | December 11, 2020 IST

ଭୁବନେଶ୍ବର,୧୧/୧୨ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ଗବେଷକ ପ୍ରଫେସର ଲାଲା ବିହାରୀ ଶୁକ୍ଲାଙ୍କ ନାମ ଆମେରିକାର ଷ୍ଟାନଫୋର୍ଡ ବିଶ୍ଵ ବିଦ୍ୟାଳୟ ଦ୍ବାରା ପ୍ରକାଶିତ ବିଶ୍ବର ଶ୍ରେଷ୍ଠ ଦୁଇ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସ୍ଥାନ ପାଇଛି।   

ଷ୍ଟାନଫୋର୍ଡ ବିଶ୍ବବିଦ୍ୟାଳୟ ଦ୍ବାରା ବିଷୟବସ୍ତୁ ଆଧାରରେ ବିଶ୍ଳେଷଣ କରାଯାଇ ପ୍ରକାଶ କରାଯାଇଥିବା ତାଲିକାରେ ସୋଆର ବାୟୋଫୁଏଲ୍ ଆଣ୍ଡ ବାୟୋପ୍ରୋସେସିଂ ଗବେଷଣା କେନ୍ଦ୍ରର ନିର୍ଦ୍ଦଶେକ ଥିବା ପ୍ରଫେସର ଶୁକ୍ଲା ମାଇନିଂ ଆଣ୍ଡ ମେଟାଲର୍ଜି ଗବେଷଣା କ୍ଷେତ୍ରରେ ବିଶ୍ବରେ ୩୨୮ ତମ ସ୍ଥାନରେ ହାସଲ କରିଛନ୍ତି।  

ଷ୍ଟାନଫୋର୍ଡ ବିଶ୍ବବିଦ୍ୟାଳୟର ବିଶେଷଜ୍ଞ ମାନଙ୍କ ଦ୍ବାରା ମାନଯୁକ୍ତ ସନ୍ଦର୍ଭ ଆଧାର ଯେପରିକି ସନ୍ଦର୍ଭ ସମ୍ପର୍କିତ ସୂଚନା, ଏଚ୍-ଇଣ୍ଡେକ୍ସ, କୋ-ଅଥରସିପ୍ ଏବଂ ସମଗ୍ର ସୂଚକକୁ ଆଧାର କରି ଏହି ବିଶ୍ଳେଷଣ କରାଯାଇ ବିଶ୍ବର ୨ ପ୍ରତିଶତ ଶ୍ରେଷ୍ଠ ବୈଜ୍ଞାନିକଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। 

ନେଚର୍ ପବ୍ଲିସିଙ୍ଗ୍ ଗ୍ରପ୍ ଦ୍ବାରା ପ୍ରକାଶ ପାଉଥିବା ସାଇନ୍ଟିଫିକ୍ ରିପୋର୍ଟ ନାମକ ଏକ ଜର୍ନ।ଲ୍ର ସେ ସଂପାଦକୀୟ ବୋର୍ଡର ସଦସ୍ୟ ଅଛନ୍ତି। ବାୟୋମିନେରାଲ୍ ପ୍ରୋସେସିଙ୍ଗ୍ ଏବଂ ହାଇଡ୍ରୋମେଟାଲର୍ଜି ସମ୍ପର୍କିତ ଗବେଷଣା କ୍ଷେତ୍ରରେ ତାଙ୍କର ୪୪ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ସେ ସିଏସ୍ଆଇଆର୍ର ଏମିରିଟସ୍ ସାଇଣ୍ଟିଫିକ୍ ଏବଂ ନୂଆଦିଲ୍ଳୀସ୍ଥିତ ଏକାଡେମୀ ଅଫ୍ ସାଇନ୍ଟିଫିକ୍ ଆଣ୍ଡ ଇନୋଭେଟିଭ୍ ରିସର୍ଚ୍ଚ (ଏସିଏସ୍ଆଇଆର୍) ର ଏମିରଟ୍ସ ପ୍ରଫେସର ଭାବେ କାର୍ଯ୍ୟ ତୁଲାଇଛନ୍ତି।

ସେ ମଧ୍ୟ ଭୁବନେଶ୍ବର ସ୍ଥିତ ସିଏସ୍ଆଇଆର୍ - ଆଇଏମ୍ଏମ୍ଟିର ମୁଖ୍ୟ ବୈଜ୍ଞାନିକ ଏବଂ ବାୟୋ-ରିସୋର୍ସସେ୍ ଇନିୟରିଂ ବିଭାଗର ମୁଖ୍ୟ ଭାବେ କାର୍ଯୟ କରିଛନ୍ତି। ଅନେକ ସମ୍ମାନଜନକ ପୁରସ୍କାରରେ ସମ୍ମାନିତ ହୋଇଥିବା ପ୍ରଫେସର ଶୁକ୍ଲାଙ୍କର ଆ’ର୍ଜ।ତୀୟ ଓ ଜାତୀୟ ଜର୍ଣ୍ଣାଲ ଗୁଡ଼କିରେ ୨୨୬ଟି ପେପର୍ ପ୍ରକାଶିତ ହୋଇଥିବା ବଳେ ତାଙ୍କ ନାମରେ ୧୦ଟି ପ୍ୟାଟେନ୍ଟ ରହିଛି।  ସେ ୫ଟି ପୁସ୍ତକର ମଧ୍ୟ ରଚୟିତା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.