Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଆଇଆଇଏମ୍ ପକ୍ଷରୁ ସମ୍ମାନିତ ହେଲେ ସୋଆ ଗବେଷକ ପ୍ରଫେସର ଲାଲା ବିହାରୀ ଶୁକ୍ଳା

27/07/2019 at 4:34 PM

ଭୁବନେଶ୍ବର ୨୭|୭: ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ବାୟୋଫୁଏଲ୍ ଏବଂ ବାୟୋପ୍ରୋସେସିଂ ଗବେଷଣା କେନ୍ଦ୍ର (ବିବିଆର୍ସି)ର ନିର୍ଦ୍ଦେଶକ  ପ୍ରଫେସର ଲାଲା ବିହାରୀ ଶୁକ୍ଳା ହାଇଡ୍ରୋମେଟାଲର୍ଜିକାଲ୍ ଇଞ୍ଜିନିୟରିଂ କ୍ଷେତ୍ର ପାଇଁ ଆର୍.ପି. ଦାସ ମେମୋରିଆଲ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଟାଲ୍ସ, ଭୁବନେଶ୍ୱର ଚାପ୍ଟର ପକ୍ଷରୁ ଶୁକ୍ରବାର ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । 

ବାୟୋମିନେରାଲ୍ ପ୍ରୋସେସିଂ ଏବଂ ହାଇଡ୍ରୋମେଟାଲର୍ଜି କ୍ଷେତ୍ରରେ ପ୍ରଫେସର ଶୁକ୍ଳାଙ୍କର ନିରନ୍ତର କାର୍ଯ୍ୟ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଭୁବନେଶ୍ୱର ସ୍ଥିତ ସିଏସ୍ଆଇଆର୍-ଆଇଏମ୍ଏମଟି ପରିସରରେ ଅନୁଷ୍ଠିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଟାଲ୍ସ, ଭୁବନେଶ୍ୱର ଚାପ୍ଟରର ବାର୍ଷିକ ସାଧାରଣ ସଂଘ ବୈଠକରେ ଏସ୍ଇଆରପିଏଲ୍, ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ପି.ସି. ଚୌବେ ପ୍ରଫେସର ଶୁକ୍ଳାଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ । ଏହି ଅବସରରେ ସିଏସ୍ଆଇଆର୍-ଆଇଏମ୍ଏମ୍ଟିର ନିର୍ଦ୍ଦେଶକ ପ୍ରଫେସର ସୁଦ୍ଧାସତ୍ବ ବସୁ ମଧ୍ୟ ଉପସ୍ଥିତ ଥିଲେ । 

   Related Posts