Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

ବିଶ୍ୱର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ତାଲିକାରେ ‘ସୋଆ’, କ୍ୟୁଏସ ରାଙ୍କିଂରେ ଓଡିଶାରୁ ଏକମାତ୍ର ଘରୋଇ ବିଶ୍ୱ ବିଦ୍ୟାଳୟ

9/06/2021 at 3:09 PM

ଭୁବନେଶ୍ୱର,୦୯/୦୬ : ସୋଆରୁ ବଡ ସଫଳତା । ପୂର୍ବ ଭାରତର ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ ଭାବେ ଶିକ୍ଷା ଓ ଅନୁସନ୍ଧାନ ଡିମଡ୍ ଟୁ ବି ୟୁନିଭର୍ସିଟିକୁ କ୍ୟୁଏସ୍ ରାଙ୍କିଂ-୨୦୨୨ରେ ସ୍ଥାନ ମିଳିଛି ।

ଭାରତର ଶ୍ରେଷ୍ଠ ବିଶ୍ୱ ବିଦ୍ୟାଳୟ ମଧ୍ୟରେ ସୋଆକୁ ସ୍ଥାନ ମିଳିଛି । ସୋଆ ଭାରତୀୟ ବିଶ୍ୱ ବିଦ୍ୟାଳୟ ଗୁଡିକ ମଧ୍ୟରେ ୨୧ ତମ ସ୍ଥାନରେ ରହିଛି । ଏହି ରାଙ୍କିଂରେ ଆଇଆଇଟି ବମ୍ବେ ରାଙ୍କିଂରେ ଟପ୍ପର ହୋଇଛି ।ଏହି ରାଙ୍କିଂ ସହ ସୋଆ ଅନେକ ବଡବଡ ଶିକ୍ଷାନୁଷ୍ଠାନକୁ ପଛରେ ପକାଇଦେଇଛି । ସୋଆ ଆଇଆଇଟି ଗୁଡିକ ସହ ପ୍ରତିଦ୍ୱନ୍ଦ୍ୱିତା କରୁଛି ।

କ୍ୟୁଏସ ରାଙ୍କିଂରେ ଭାରତର ଅନ୍ୟ ଶିକ୍ଷାନୁଷ୍ଠାନ ମଧ୍ୟରେ ଆଇଆଇଟି ବମ୍ବେ ପ୍ରଥମ ସ୍ଥାନରେ ରହିଛି । କ୍ୟୁଏସ ରାଙ୍କିଂରେ ଆଇଆଇଟି ବମ୍ବେର ସ୍ଥାନ ସାରା ବିଶ୍ୱରେ ୧୭୭ ଅଟେ । ସେହିପରି ଅନ୍ୟ ବିଶ୍ୱ ବିଦ୍ୟାଳୟ ମଧ୍ୟରେ ଆଇଆଇଏସ, ବେଙ୍ଗାଲୁରୁ, ଆଇଆଇଟି ମାଦ୍ରାସ, ଆଇଆଇଟି କାନପୁର, ଆଇଆଇଟି ଖଡଗପୁର, ଆଇଆଇଟି ଗୌହ୍ୱାଟି, ଆଇଆଇଟି ରୁର୍‌କି ଆଦି ରହିଛି । ତେବେ ଓଡିଶାରୁ ଏକମାତ୍ର ଘରୋଇ ବିଶ୍ୱବିଦ୍ୟାଳୟ ଭାବେ ସୋଆ ଏଥିରେ ସାମିଲ ହୋଇଛି ।

ମୋଟ୍ ୧୩୦୦ ବିଶ୍ୱବିଦ୍ୟାଳୟକୁ ନେଇ ଏହି ରାଙ୍କିଂ ପ୍ରକାଶ ପାଇଛି । କେବଳ ଆମେରିକାର ହିଁ ୧୭୭ଟି ବିଶ୍ୱ ବିଦ୍ୟାଳୟ ଏହି ରାଙ୍କିଂରେ ରହିଛନ୍ତି । ଆମେରିକାର ନୂତନ ଭାବେ ୧୯ଟି ବିଶ୍ୱବିଦ୍ୟାଳୟଙ୍କୁ ଏଥିରେ ସ୍ଥାନ ମିଳିଛି । କାନାଡାରୁ ୨୮ଟି ବିଶ୍ୱବିଦ୍ୟାଳୟ ଏଥିରେ ରହିଥିବା ବେଳେ କାନାଡର ୟୁନିଭର୍ସିଟି ଅଫ୍ ଟରୋଣ୍ଟୋ ୨୬ତମ ସ୍ଥାନରେ ରହିଛି ।

ଏହି ରାଙ୍କିଂ ଶିକ୍ଷାଗତ ଗୁଣବତ୍ତା, କର୍ମଚାରୀ, ଖ୍ୟାତି, ଅଧ୍ୟାପକ-ଛାତ୍ର ହାର, ଅନ୍ତର୍ଜାତୀୟ ଛାତ୍ରଙ୍କ ପ୍ରତିଶତକୁ ନେଇ ବିଚାର କରାଯାଏ ।

   Related Posts