ଶ୍ରେଷ୍ଠ ଗବେଷକ ଭାବେ ସମ୍ବର୍ଦ୍ଧିତ ହେଲେ ସୋଆ ପ୍ରଫେସର୍
17/09/2018 at 6:15 PM

ଭୁବନେଶ୍ବର ୧୭/୯: ଶିକ୍ଷା ଓ ଅନୁସନ୍ଧାନ(ଡ୍ରିମଡ ଟୁ ବି ୟୁନିର୍ଭସିଟି) ଅର୍ନ୍ତଗତ ଆଇଟିଇଆର୍ କଲେଜର କମ୍ପ୍ୟୁଟର୍ ସାଇନ୍ସ୍ ବିଭାଗ ମୁଖ୍ୟ ପ୍ରଫେସର୍ ଦେବାହୂତି ମିଶ୍ରଙ୍କୁ ଶ୍ରେଷ୍ଠ ଗବେଷକ ଭାବେ ସମ୍ମାନିତ କରାଯାଇଛି। ଇଞ୍ଜିନିୟର୍ସ ଡେ ଅବସରରେ ପ୍ରଫେସର୍ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।
ଏଭର୍ ଗ୍ରୀନ୍ ଫୋରମ୍ ସଙ୍ଗଠନ ପକ୍ଷରୁ ଇଞ୍ଜିନିୟର୍ସ ଡେ ଅବସରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଫେସର୍ ମିଶ୍ର ସମ୍ମାନିତ ହୋଇଛନ୍ତି। ଗବେଷଣା କ୍ଷେତ୍ରରେ ତାଙ୍କର ଉଚ୍ଚକୋଟୀର କାର୍ଯ୍ୟ ପାଇ୍ୟ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ କଲ୍ୟାଣ,ଏମଏସଏମଇ ଓ ଏସଏସଇପିଡି ବିଭାଗ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ସାମଲ,ବିଏସଏନଏଲର ଜେନେରାଲ୍ ମ୍ୟାନେଜର୍ ଶ୍ରୀ ଏ.କେ.ପହି,ଏନଆଇଟି ରାଉରକେଲାର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର୍ ସୁନୀଲ ଷଡ଼ଙ୍ଗୀ ଏବଂ କୋରାପୁଟ ରିଜିଓନାଲ ଚିଫ୍ କନଜରଭେଟର୍ ଶ୍ରୀ ପି.କେ. ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।