Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଇଏସ୍‌ଡିଏ ପରିବେଶ ଉତ୍କର୍ଷତା ସମ୍ମାନ ୨୦୨୧ରେ ପୁରସ୍କୃତ ହେଲେ ସୋଆର ପ୍ରଫେସର

5/10/2021 at 8:07 PM

ଭୁବନେଶ୍ୱର, : ଦିଲ୍ଲୀସ୍ଥିତ ଏନ୍‌ଭାଇରନ୍‌ମେଂଟ ଆଣ୍ଡ ସୋସିଆଲ୍‌ ଡେଭଲପ୍‌ମେଂଟ ଆସୋସିଏସନ୍‌ (ଇଏସ୍‌ଡିଏ) ପକ୍ଷରୁ ଆୟୋଜିତ ଇଏସ୍‌ଡିଏ ପରିବେଶ ଉତ୍କର୍ଷତା ସମ୍ମାନ-୨୦୨୧ କାର୍ଯ୍ୟକ୍ରମରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍‌ (ଆଇଏଏସ୍‌)ର ପ୍ରଫେସର ଡକ୍ଟର ଶିଶିରକାନ୍ତ ବେହେରାଙ୍କୁ ସମ୍ମାନିତ କରାଯାଇଛି ।


ଆଇଏଏସ୍‌ର ରିସର୍ଚ୍ଚ, କନ୍‌ସଲ୍‌ଟାଂସି ଏବଂ ପ୍ଲେସମେଂଟର ନିର୍ଦ୍ଦେଶକ ପ୍ରଫେସର ଡଃ ବେହେରାଙ୍କୁ ଇରିଗେସନ୍‌ ଇଞ୍ଜିନିୟରିଂ ଏବଂ ଗ୍ରାଉଣ୍ଡ ୱାଟର୍‌ ମ୍ୟାନେଜମେଂଟ ସିଷ୍ଟମ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ନିମନ୍ତେ ଏହି ସମ୍ମାନ ପ୍ରଦାନ କରାଯାଇଛି ।
ଅକ୍ଟୋବର ୧ ରୁ ୩ ତାରିଖ ମଧ୍ୟରେ ଦିଲ୍ଲୀ ଠାରେ ଇଏସ୍‌ଡିଏ ପକ୍ଷରୁ ଆୟୋଜିତ ବିଶ୍ୱ ପରିବେଶ ସମ୍ମିଳନୀ ୨୦୨୧ ଅନୁଷ୍ଠାନରେ ଏହି ସମ୍ମାନ ପ୍ରଦାନ କରାଯାଇଛି ।

   Related Posts