Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||
  • କୋରାପୁଟ : ମାଲବାହୀ ଟ୍ରେନ୍‌ ଇଞ୍ଜିନ୍ ଲାଇନ୍‌ଚ୍ୟୁତ, ନୂଆ ଟ୍ରାକ୍‌ରୁ ପୁରୁଣା ଟ୍ରାକ୍‌କୁ ପାସ୍ ବେଳେ ଦୁର୍ଘଟଣା
  • ||
  • ଖଲ୍ଲିକୋଟ : ପାଖେଇ ଆସୁଛି ‘ଜଓ୍ବାଦ’, ଡଙ୍ଗା ଓ ଜାଲ ନଷ୍ଟ ହେବା ଆଶଙ୍କାରେ ମତ୍ସ୍ୟଜୀବୀ
  • ||

ସୋଆ ପ୍ରଫେସର ଡଃ ଗାୟତ୍ରୀ ପଣ୍ଡା ଓ ସମ୍ ଅଲଟିମେଟ ମେଡି କେୟାରର ସିଇଓ ଡଃ ଶ୍ଵେତପଦ୍ମା ଦାସଙ୍କୁ ‘ଟାଇମ୍ସ ପାଓ୍ଵାର ଓ୍ଵିମେନ ଓଡିଶା’ ପୁରସ୍କାର

30/10/2021 at 11:12 PM

ଭୁବନେଶ୍ଵର ୩୦।୧୦: କବିତା ଓ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କୁ ଟାଇମ୍ସ ଗ୍ରୁପ ପକ୍ଷରୁ ‘ଟାଇମ୍ସ ପାଓ୍ଵାର ଓ୍ଵିମେନ ଓଡିଶା ‘ ପୁରସ୍କାର ପ୍ରଦାନ କରାଯାଇଛି। ଶନିବାର ହୋଟେଲ ମେ ଫେୟାରରେ ଆୟୋଜିତ ସ୍ଵତନ୍ତ୍ର  କାର୍ଯ୍ୟକ୍ରମରେ ଓଡିଆ ସାହିତ୍ୟରେ ଜୀବନବ୍ୟାପୀ ସାଧନ ପାଇଁ ଖ୍ୟାତାନାମା ଲେଖିକା ତଥା ପଦ୍ମଶ୍ରୀ ପ୍ରତିଭା ରାୟଙ୍କୁ ସମ୍ମାନିତ କରାଯାଇଛି। ସେହି ପରି ସାମାଜିକ କଲ୍ୟାଣରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ସାମାଜିକ କର୍ମୀ ଶାନ୍ତି ଦେବୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ସୂର୍ଯ୍ୟ ନାରାୟଣ ପାତ୍ର ଯୋଗ ଦେଇଥିଲେ।

ଏହି ଅବସରରେ ପ୍ରଖ୍ୟାତ ଲେଖିକା ତଥା ସୋଆ ବିଶ୍ଵ ବିଦ୍ୟାଳୟର ପ୍ରଫେସର ଡଃ ଗାୟତ୍ରୀ ପଣ୍ଡାଙ୍କୁ କବିତା, ରଚନା ଏବଂ ବ୍ୟଙ୍ଗ ପାଇଁ ‘ଟାଇମ୍ସ ପାଓ୍ଵାର ଓ୍ଵିମେନ ଓଡିଶା ‘ ପୁରସ୍କାରରେ ସମ୍ମାନିତ କରାଯାଇଛି। ସେହିପରି ହସ୍ପିଟାଲ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ ଅଲଟିମେଟ ମେଡି କେୟାରର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ(ସିଇଓ) ଡଃ ଶ୍ଵେତପଦ୍ମା ଦାସଙ୍କୁ ‘ଟାଇମ୍ସ ପାଓ୍ଵାର ଓମେନ ଓଡିଶା ‘ ସମ୍ମାନରେ ସମ୍ମାନିତ କରାଯାଇଛି। ସେହି ପରି କଳା, ସାହିତ୍ୟ, ସାମାଜିକ ଏବଂ ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୩୧ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଛି। କାର୍ଯ୍ୟକ୍ରମରେ ବିଶେଷ ଆକର୍ଷଣ ପାଲଟିଥିଲେ ତେଲୁଗୁ ଅଭିନେତ୍ରୀ ଇଲିଆନ ଡିକ୍ରୁଜ।

ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର , ଅଭିନେତ୍ରୀ ଇଲିଆନା ଡିକ୍ରୁଜ ଓ ପ୍ରଶାସନିକ ଅଧିକାରୀ ଅନୁ ଗର୍ଗ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ‘ଟାଇମ୍ସ ପାଓ୍ଵାର ଓମେନ ଓଡିଶା’ ପୁରସ୍କାରରେ ସମ୍ମାନିତ କରିଛନ୍ତି। ଟାଇମ୍ସ ଗ୍ରୁପ ପକ୍ଷରୁ ପ୍ରଥମ ଥର ଓଡିଶାରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଓଡିଶାରେ ଏମିତି ମଧ୍ୟ ମହିଳା ଅଛନ୍ତି ଯିଏ ନିଜର ଅଧ୍ୟବସାୟ  ବଳରେ ଅନେକ କ୍ଷେତ୍ରରେ ସମାଜ ପାଇଁ ଉଲ୍ଲେଖନୀୟ କାମ କରୁଛନ୍ତି ବୋଲି ଟାଇମ୍ସ ଗ୍ରୁପ ପକ୍ଷରୁ କୁହାଯାଇଛି।

   Related Posts