ବିଶ୍ବ ପରିବେଶ ଦିବସରେ ପ୍ରଧାନମନ୍ତ୍ରୀଙ୍କ ବକ୍ତୃତା ଲାଇଭ ଷ୍ଟ୍ରିମିଂରେ ଅଂଶଗ୍ରହଣକଲା SOA

Published By : Prameya-News7 Bureau | June 10, 2021 IST

ଭୁବନେ‌ଶ୍ବର ୧୦/ ୦୬ : ଶିକ୍ଷା 'ଓ' ଅନୁସନ୍ଧାନ ବିଶ୍ବବିଦ୍ୟାଳୟ ପରିସରରେ ବିଶ୍ବ ପରିବେଶ ଦିବସ ପାଳିତ ହୋଇଛି । ଏହି ଉତ୍ସବରେ, ଭିଡିଓ ଷ୍ଟ୍ରିମିଂ ମାଧ୍ୟମରେ ଅଭିଭାଷଣ ରଖିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଶ୍ବ ପରିବେଶ ଦିବସକୁ ନେଇ ଆୟୋଜିତ ଏହି ଲାଇଭ ଷ୍ଟ୍ରିମିଂରେ ଅଧ୍ୟାପକ ଏବଂ ଛାତ୍ରଛାତ୍ରୀଙ୍କ ସହ ମୋଟ ୫୦ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡର ଓଡିଶା କାର୍ଯ୍ୟାଳୟ ପକ୍ଷରୁ ଏହି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଆଲୋଚନାର ବିଷୟବସ୍ତୁ ଥିଲା 'ଇକୋସିଷ୍ଟମ୍ ରେଷ୍ଟୋରେସନ' ।

wp:gallery {"ids":[464050],"linkTo":"none"} /wp:gallery


କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର ଏନଏନଏସ୍‌ ଓ୍ବିଙ୍ଗ୍‌ ସମେତ SOA ଓ୍ବେଲନେସ ସେଣ୍ଟର ପକ୍ଷରୁ ଏକ ଅନଲାଇନ ବକ୍ତୁତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଇଂରାଜୀ, ଓଡିଆ ଓ ହିନ୍ଦୀରେ ଆୟୋଜିତ ହୋଇଥିବା ଏହି ବକ୍ତୃତା କାର୍ଯ୍ୟକ୍ରମର ପ୍ରସଙ୍ଗ ଥିଲା 'ଇଣ୍ଡିଆଜ ଗ୍ରୀନ୍‌ ଫ୍ୟୁଚର' ଅର୍ଥାତ ଭାରତର ସବୁଜ ଭବିଷ୍ୟତ। ଏହି କାର୍ଯ୍ୟକ୍ରମକୁ ଛାତ୍ର ଓ୍ବେଲଫେୟାର ଡିନ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ , ୟୁନିଭରସିଟି ଆଉଟରିଚ୍‌ ପ୍ରୋଗ୍ରାମର ନିର୍ଦ୍ଦେଶକ ନଚିକେତା କେ. ଶର୍ମା ପ୍ରମୁଖ ସଞ୍ଚାଳିତ କରିଥିଲେ । ଅଧ୍ୟାପକ ହିରନମୟା ନନ୍ଦ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ଅନ୍ୟପଟେ, ପରିବେଶ ଉପରେ ଏକ ପୃଥକ କୁଇଜ୍ ପ୍ରତିଯୋଗିତା ଜୁନ୍ ୭ ତାରିଖରେ ଅନଲାଇନରେ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ୪୦୦ ରୁ ଅଧିକ
ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଏହାକୁ ଛାତ୍ର କଲ୍ୟାଣ ଡିନ ପ୍ରଫେସର ଦାସ ପରିଚାଳନା କରିଥିଲେ ।

wp:gallery {"ids":[464052],"linkTo":"none"} /wp:gallery

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.