‘ଫିକି’ ଶିକ୍ଷା ମହାକୁମ୍ଭ : ‘ସୋଆ’ ଷ୍ଟଲ୍‌ରେ ବିଦେଶୀ ଶିକ୍ଷା କନ୍‌ସଲଟାଣ୍ଟଙ୍କ ଭିଡ

Published By : Prameya-News7 Bureau | November 28, 2019 IST

ନୂଆଦିଲ୍ଲୀ ୨୮।୧୧: ଫେଡେରେସନ୍‌ ଅଫ୍‌ ଇଣ୍ଡିଆନ୍‌ ଚାମ୍ବର୍ସ ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି) ତରଫରୁ ୧୫ତମ ଆନ୍ତର୍ଜାତିକ ଶିକ୍ଷା ମହାକୁମ୍ଭ ସ୍ଥାନୀୟ ବିଜ୍ଞାନ ଭବନରେ ଆରମ୍ଭ ହୋଇଛି । ୩ ଦିନିଆ ଏହି ମହାକୁମ୍ଭକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଦଘାଟନ କରିଥିଲେ । ଏହି ମହାକୁମ୍ଭରେ ଦେଶ ବିଦେଶର ସରକାରୀ ଓ ଘରୋଇ ବିଶ୍ବବିଦ୍ୟାଳୟ ଭାଗ ନେଇଛନ୍ତି। ଓଡିଶାର ସୋଆ ୟୁନିଭରସିଟି ମଧ୍ୟ ଏହି ମହାକୁମ୍ଭରେ ଅଂଶଗ୍ରହଣ କରିଛି।

{"id":190998,"sizeSlug":"large"}

ଏହି ମହାକୁମ୍ଭରେ ସୋଆ ୟୁନିଭରସିଟି ତରଫରୁ ପ୍ରଥମଥର ପାଇଁ ଷ୍ଟଲ ଲଗାଯାଇଛି । ସୋଆ ତାହାର ଷ୍ଟଲ୍‌ରେ ବିଶ୍ବବିଦ୍ୟାଳୟର ବିଭିନ୍ନ ପାଠ୍ୟକ୍ରମ ପ୍ରସଙ୍ଗରେ ସୂଚନା ପ୍ରଦାନ କରୁଛି । ପ୍ରଦର୍ଶନୀର ପ୍ରଥମ ଦିନରେ ବିଦେଶରୁ ବହୁ ଶିକ୍ଷା କନ୍‌ସଲଟାଣ୍ଟ ଆସି ସୋଆର ବିଭିନ୍ନ ପାଠ୍ୟକ୍ରମ ସମ୍ବନ୍ଧରେ ଉତ୍ସାହ ପ୍ରକାଶ କରିଥିଲେ । ବିଶେଷ ଭାବେ ଆଫ୍ରିକୀୟ ଦେଶମାନେ ଅଧିକ ରୁଚି ଦେଖାଇବା ପରିଲକ୍ଷିତ ହୋଇଥିଲା ।

{"id":190995,"sizeSlug":"large"}

ଆଫ୍ରିକା ମିଆଁମାର, ମିଡିଲ ଇଷ୍ଟ ଭଳି ପାଖାପାଖି ୧୦୦ରୁ ଅଧିକ ଦେଶ ନିଜ ଛାତ୍ରଛାତ୍ରୀଙ୍କୁ ସୋଆରେ ପଢାଇବା ଏବଂ କଲଚରାଲ ଏବଂ ଏକାଡେମିକ୍ ଆଦାନପ୍ରଦାନ ପାଇଁ ଆଗ୍ରହ ପ୍ରକାଶ  କରିଛନ୍ତି । ସେମାନେ ସୋଆର ପାଠ୍ୟକ୍ରମ, ସୋଆ ତରଫରୁ ବିଦେଶୀ ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ସୁବିଧା ସୁରକ୍ଷାରେ ସନ୍ତୋଷ ପ୍ରକାଶ  କରିଛନ୍ତି।

{"id":190996,"sizeSlug":"large"}

ବର୍ତ୍ତମାନ ସୋଆରେ ୨୦୦ପାଖାପାଖି ବିଦେଶ ଛାତ୍ରଛାତ୍ରୀ ପଢୁଛନ୍ତି । ସେମାନଙ୍କ ସୁରକ୍ଷା ଓ ଉତ୍ତମ ପାଠ୍ୟକ୍ରମ ସହିତ ଘର ପରି ପରିବେଶ ଦେବା ପାଇଁ ସୋଆ ପ୍ରତିଶ୍ରୁତିବଦ୍ଧ ବୋଲି ସୋଆର ଭିସି ପ୍ରଫେସର ଅମିତ ବାନାର୍ଜୀ ସୂଚନା ଦେଇଛନ୍ତି । ଏହାସହ ଅନେକ ଦେଶ ଏହି ମହାକୁମ୍ଭ ମାଧ୍ୟମରେ ସୋଆ ସହ କଲଚରାଲ ଓ ଆକେଡେମିକ ଆଦାନପ୍ରଦାନ କରିବାକୁ ରାଜି ହୋଇଥିବା ସୋଆର ଭିସି ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.