ଛାତ୍ରଛାତ୍ରୀ ଆଗାମୀ ପିଢ଼ିଙ୍କୁ ଦୃଷ୍ଟିରେ ରଖି ସମ୍ୱଳର ବ୍ୟବହାର କରିବା ଉଚିତ୍‌: ଉଚ୍ଚଶିକ୍ଷା ମନ୍ତ୍ରୀ

Published By : Prameya-News7 Bureau | December 04, 2021 IST

ଭୁବନେଶ୍ୱର, ୦୪/୧୨: ଦିନକୁ ଦିନ ବିଶ୍ୱ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଏହାର ପ୍ରମୁଖ କାରଣ ହେଉଛି ବାୟୁ ପ୍ରଦୂଷଣ । ବିଶ୍ୱରେ ଯାନ ବାହନ ବୃଦ୍ଧି ପାଉଥିବା ବେଳେ ଯେଉଁ ପରିମାଣରେ କଟାଯାଉଛି ସେହି ପରିମାଣରେ ନୂଆ ଗଛ ସୃଷ୍ଟି କରାଯାଉ ନାହିଁ । ଏହାକୁ ଦୃଷ୍ଟିରେ ରଖି ଆଗାମୀ ପିଢ଼ି ପ୍ରକୃତିକ ସମ୍ୱଳ ଗୁଡ଼ିକର ବ୍ୟବହାର କରାବା ଉଛିତ୍‌ ।  

ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ବା ସୋଆ ପକ୍ଷରୁ ଆୟୋଜିତ ଏକ ସମ୍ମିଳନୀରେ ବିଶ୍ୱର ପରିବେଶକୁ ଅନୁଧ୍ୟାନ କରି ଏବଂ ବର୍ତ୍ତମାନର ସ୍ଥିତିକୁ ଦେଖି ଛାତ୍ରଛାତ୍ରୀମାନେ ଆଗାମୀ ପଦକ୍ଷେପ ନେବାକୁ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି । ଭବିଷ୍ୟତରେ କେଉଁଭଳି ଭାବେ ମାନବ ସଭ୍ୟତା ତିଷ୍ଠି ପାରିବ ସେନେଇ ଛାତ୍ରଛାତ୍ରୀମାନେ ଏବେ ଠାରୁ ସଜାଗ ହେବା ପାଇଁ ଶ୍ରୀ ସାହୁ SOA Model United Nations (SOAMUN) ର କାର୍ଯ୍ୟକ୍ରମରେ ଉପଦେଶ ଦେଇଛନ୍ତି ।

{"id":554437,"sizeSlug":"full","linkDestination":"none"}

ଛାତ୍ରଛାତ୍ରୀମାନେ ଜାତିସଂଘ ନେଉଥିବା ପଦକ୍ଷେପକୁ ଆଖି ଆଗରେ ରଖି କାମ କରିବା ସହ ବିଶ୍ୱ ସମୁଦାୟ କିପରି ଶାନ୍ତି ଏବଂ ସୁରକ୍ଷାରେ ରହିପାରିବେ ସେ ଦିଗରେ କାର୍ଯ୍ୟପନ୍ଥା ସ୍ଥିର କରିବାକୁ ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି । ଏହାଛଡ଼ା ସେ ସୋଆର କାର୍ଯ୍ୟକ୍ରମକୁ ବେଶେ ପ୍ରଂଶସା କରିବା ସହ ଅନୁଷ୍ଠାନର ନାମ କିପରି ଆନ୍ତର୍ଜାତୀୟ ସ୍ତରରେ ଆହୁରି ଅଧିକ ପ୍ରସାରିତ ହେବ ସେନେଇ କାର୍ଯ୍ୟକରିବାକୁ କହିଛନ୍ତି । ପରେ ମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ରଖିଥିଲେ । ବିଶ୍ୱର ହିତ ପାଇଁ ଆଗାମୀ ପୀଢ଼ିଙ୍କ ଦାୟିତ୍ୱ ସଂପର୍କରେ ମଧ୍ୟ ସେ ଆଲୋକପାତ କରିଥିଲେ ।

ତେବେ ଏହି କାର୍ଯ୍ୟକ୍ରମରେ ସୋଆର ଭିସି- ପ୍ରଫେସର ଡ. ଅଶୋକ କୁମାର ମହାପାତ୍ର, ପ୍ରୋ ଭିସି- ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ଛାତ୍ରପ ମଙ୍ଗଳ ଡିନ୍‌ ପ୍ର. ଜ୍ୟୋତି ରଞ୍ଜନ ଦାସ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।  ତେବେ SOAMUN ’21 କାର୍ଯ୍ୟକ୍ରମର ଡିଜି ଶୁଭନ ଦେବନାଥ ଅତିଥି ପରିଚୟ ଦେଇଥିବା ବେଳେ ସଂପାଦକ ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.