ସୋଆ ଏନ୍‌ଏସ୍‌ଏସ୍‌ର ବାର୍ଷିକ ଅଧିବେଶନ

Published By : Prameya-News7 Bureau | January 12, 2021 IST

ଭୁବନେଶ୍ୱର ୧୨/୧: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏନ୍‌ଏସ୍‌ଏସ୍‌ ଶାଖାର ୨୦୨୦-୨୧ ବର୍ଷ ନିମନ୍ତେ ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ରଙ୍କ   ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଭାରତ ସରକାରଙ୍କ ଏନ୍‌ଏସ୍‌ଏସ୍‌ ଆଂଚଳିକ ନିର୍ଦ୍ଦେଶିକା ଶ୍ରୀମତି ସରିତା ପଟେଲ, ରାଜ୍ୟ ଏନ୍‌ଏସ୍‌ଏସ୍‌ ଅଧିକାରୀ ଡ. ସୁରେଖା ସୁନ୍ଦରୀ ସ୍ୱାଇଁ, ହମାରା ବଚପନ୍‌ର ପ୍ରତିଷ୍ଠାତା ଶ୍ରୀମତି ଧରିତ୍ରୀ ପଟ୍ଟନାୟକ, ଜାତୀୟ ଯୁବ ପ୍ରକଳ୍ପର ଆବାହକ ଶ୍ରୀ ମଧୁସୂଦନ ଦାସ, ସୋଆ ଅନ୍ତର୍ଗତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ବିଜିନେସ୍‌ ଆଣ୍ଡ କମ୍ପ୍ୟୁଟର୍‌ ଷ୍ଟଡିଜ୍‌ (ଆଇବିସିଏସ) ଡିନ୍‌ ପ୍ରଫେସର ଅନୁପ୍‌ କୁମାର ସାମନ୍ତରାୟ, ସ୍କୁଲ୍‌ ଅଫ୍‌ ହୋଟେଲ ମ୍ୟାନେଜମେଂଟ ଡିନ୍‌ ପ୍ରଫେସର ଶିତିକଣ୍ଠ ମିଶ୍ର, ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଡେନ୍‌ଟାଲ୍‌ ସାଇନ୍‌ସେସ୍‌ (ଆଇଡିଏସ୍‌) ଡିନ୍‌ ପ୍ରଫେସର ନୀତା ମହାନ୍ତି, ସୋଆ ଏଗ୍ରିକଲ୍‌ଚରାଲ୍‌ ସାଇନ୍‌ସେସ୍‌ର ଡିନ୍‌ (ପିଜି) ପ୍ରଫେସର ପ୍ରେମାନନ୍ଦ ମହାପାତ୍ର, ସମ୍‌ ନର୍ସିଙ୍ଗ କଲେଜ୍‌ ଡିନ୍‌ ପ୍ରଫେସର ପ୍ରଭାତୀ ତ୍ରିପାଠୀ ଓ ଛାତ୍ର ପ୍ରତିନିଧି ଶ୍ରୀ ପ୍ରତୀକ ଦାସ ଯୋଗ ଦେଇଥିଲେ ।

ପ୍ରୋଗ୍ରାମ୍‌ ସଂଯୋଜକ ଡ. ନଚିକେତା ଶର୍ମା ବାର୍ଷିକ ବିବରଣୀ ପାଠ କରିବା ସହ କୋଭିଡ-୧୯ ସମୟରେ ବ୍ୟୁରୋ ତରଫରୁ ଆୟୋଜିତ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ । ଲିଙ୍ଗଗତ ହିଂସା ସଚେତନତା କାର୍ଯ୍ୟକ୍ରମ, ଗ୍ରାମ ପୁନର୍ଗଠନ, ପ୍ରଥମ ପର୍ଯ୍ୟାୟରେ ମହିଳା ସ୍ୱେଚ୍ଛାସେବୀଙ୍କର ଆତ୍ମସୁରକ୍ଷା ପ୍ରଶିକ୍ଷଣ, ପୋଷ୍ୟ ଗାଁମାନଙ୍କରେ ସ୍ୱଚ୍ଛ ଭାରତ, ଡିଜିଟାଲ୍‌ ସାକ୍ଷରତା ସଚେତନତା କାର୍ଯ୍ୟକ୍ରମ, ବିଶ୍ୱବିଦ୍ୟାଳୟ ସ୍ତରରେ ଶ୍ରେଷ୍ଠ ସ୍ୱେଚ୍ଛାସେବୀ ଓ ପ୍ରୋଗ୍ରାମ୍‌ ଅଫିସର ଚୟନ କରି ପୁରଷ୍କୃତ କରିବା, ମାନସିକ-ସାମାଜିକ ସ୍ୱାସ୍ଥ୍ୟ ସଂକ୍ରାନ୍ତୀୟ କାଉନ୍‌ସେଲିଙ୍ଗ୍‌, ଡାକ୍ତରଖାନା ଓ ଘର ମଝିରେ ସେବାଦାତାର ଭୂମିକା ତୁଲାଇବା ପାଇଁ ମାନସିକତା, ଦୃଷ୍ଟିକୋଣ, ଦକ୍ଷତା, ଆଚରଣ ଉପରେ ଜୋର ଦେବା ଆଦି ବିଷୟରେ ଅଧିକ ମନୋନିବେଶ କରିବାକୁ ସମସ୍ତ ସଭ୍ୟ ପରାମର୍ଶ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.