Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ଭିଡିଓ କନ୍‌ଫରେନ୍ସିଂରେ ସୋଆ ଏନ୍‌ଏସ୍‌ଏସ

28/08/2020 at 11:49 AM

ଭୁବନେଶ୍ୱର ୨୮।୦୮: କରୋନା ମହାମାରୀକୁ ନେଇ ସାରା ବିଶ୍ୱ ଚିନ୍ତିିତ । ଭାରତ ସରକାର ତଥା ଓଡ଼ିଶା ସରକାର ମଧ୍ୟ ଏହି କରୋନା ମହାମାରୀଠାରୁ କିପରି ଜନସାଧାରଣକୁ ସୁରକ୍ଷିତ ରଖାଯିବ ତାହାକୁ ନେଇ ଅନେକ ପ୍ରଚେଷ୍ଟା ଜାରି ରଖିଛନ୍ତି । ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ମଧ୍ୟରେ ଅନେକ ଶିକ୍ଷାନୁଷ୍ଠାନ ଅନ୍‌ଲାଇନ୍‌ ମାଧ୍ୟମରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି । ସେହିପରି ଏହି ସମୟ ଭିତରେ ଗତ ମଙ୍ଗଳବାର ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ତିନି ଘଣ୍ଟିଆ ଏନ୍‌ଏସ୍‌ଏସ୍‌ ରାଜ୍ୟସ୍ତରୀୟ ଭିଡିଓ କନ୍‌ଫରେନ୍ସିଂ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ଲକ୍‌ଡାଉନ୍‌ ପରେ ଏନ୍‌ଏସ୍‌ଏସ୍‌ ମାଧ୍ୟମରେ କିପରି ଶିକ୍ଷାନୁଷ୍ଠାନର ପିଲାମାନଙ୍କୁ ନିଶାଠାରୁ ଦୂରରେ ରଖିବା ସେ ବିଷୟରେ ଆଲୋଚନା ହୋଇଥିଲା । ଏଥିରେ ଉଚ୍ଚ ଶିକ୍ଷା ଅନୁଷ୍ଠାନର ଏନ୍‌ଏସ୍‌ଏସ୍‌ ପ୍ରୋଗ୍ରାମ୍‌ ସଂଯୋଜକ, ପ୍ରୋଗ୍ରାମ ଅଧିକାରୀ ଓ ଜିଲ୍ଲା ପ୍ରୋଗ୍ରାମ୍‌ ଅଧିକାରୀ ଯୋଗ ଦେଇଥିଲେ । ଏହି କନ୍‌ଫରେନ୍ସିଂରେ ଶିକ୍ଷାନୁଷ୍ଠାନଗୁଡ଼ିକୁ କିପରି ନିଶାମୁକ୍ତ କରିହେବ ସେ ସମ୍ପର୍କରେ ପ୍ରଶିକ୍ଷକ ଇମ୍ରାନ ଅଲ୍ଲୀ ତାଙ୍କ ଅନୁଭୂତି ପ୍ରକାଶ କରିଥିଲେ ।

ଲକ୍‌ଡାଉନ୍‌ ପରେ ଏନ୍‌ଏସ୍‌ଏସ୍‌ ଦ୍ୱାରା ଛାତ୍ରଛାତ୍ରୀଙ୍କୁ ନିଶାଠୁ ଦୂରେଇ ରଖିବା ପାଇଁ ଉଚିତ୍‌ ପଦକ୍ଷେପ ନିଆଯିବ ବୋଲି ଉଚ୍ଚଶିକ୍ଷା ସଚିବ ସାଶ୍ୱତ ମିଶ୍ର କହିଥିଲେ । ଏହି ଏକକ ଏଜେଣ୍ଡା ଭିତ୍ତିକ ନିଶା ନିବାରଣ କାର୍ଯ୍ୟକ୍ରମର ସଫଳତା ଏନ୍‌ଏସ୍‌ଏସ୍‌ ଉପରେ ନିର୍ଭର କରୁଛି ବୋଲି ସେ କହିଛନ୍ତି । ଏଥିରେ ଏନ୍‌ଏସ୍‌ଏସ୍‌ ଅଧିକାରୀ ଡ. ସୁରେଖା ସୁନ୍ଦରୀ ସ୍ୱାଇଁ ଉପସ୍ଥିତ ଥିବା ବେଳେ ସୋଆ ଏନ୍‌ଏସ୍‌ଏସ୍‌ ପ୍ରୋଗ୍ରାମ ସଂଯୋଜକ ଡ. ନଚିକେତା ଶର୍ମା ଓ ଅତିରିକ୍ତ ପ୍ରୋଗ୍ରାମ ସଂଯୋଜକ ଡ. ଶୋଭନ୍‌ ପଟ୍ଟନାୟକ ଯୋଗ ଦେଇଥିଲେ ।

   Related Posts