Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ସୋଆରେ ବିଜ୍ଞାନ ପରିଭାଷା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

31/10/2021 at 10:35 AM

ଭୁବନେଶ୍ୱର, ୩୦/୧୦ : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଆଉଟରିଚ ପ୍ରୋଗ୍ରାମ ଅନ୍ତର୍ଗତ ନୂତନ ଭାବେ ଗଠିତ ସୋଆ ଅନୁବାଦ କେନ୍ଦ୍ରର ପ୍ରଥମ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି ।

ଇଞ୍ଜିନିଅରିଂ ପାଠ୍ୟ ପୁସ୍ତକର ଓଡ଼ିଆ ଅନୁବାଦ ନିମନ୍ତେ ଏକ ସୁସଂଗଠିତ ପରିଭାଷା ଆବଶ୍ୟକ ଯେଉଁଥିରେ ବିଜ୍ଞାନ ଓ ବୈଷୟିକ ଶିକ୍ଷା ନିମନ୍ତେ ଉପଯୋଗୀ ଓଡ଼ିଆ ପ୍ରତିଶବ୍ଦ ବ୍ୟବହୃତ ହୋଇପାରିବ । ଏହି ବୈଠକରେ ଓଡ଼ିଆରେ ବିଜ୍ଞାନ ଲେଖୁଥିବା ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ସେମାନଙ୍କର ସୁଚିନ୍ତିତ ମତାମତ ବ୍ୟକ୍ତ କରିଥିଲେ ।

ଗ୍ଲୋଶ।ରିର ପୃଷ୍ଠଭୂମି, ଏହାକୁ ପ୍ରସ୍ତୁତ କରିବାରେ ସମସ୍ୟା ଓ ଏହାର ଇତିହାସ ସମ୍ବନ୍ଧରେ ସ୍ଲାଇଡ଼ ମାଧ୍ୟମରେ ବକ୍ତବ୍ୟ ରଖିଥିଲେ ଡ଼ଃ ନିଖିଳ ମୋହନ ପଟ୍ଟନାୟକ ।

ଏହି ବୈଠକରେ ମୃଦୁଳା ମିଶ୍ର, ବିଜୟ କେତନ ପଟନାୟକ, ବିଜୟ କୁମାର ପରିଡା, ମାନସୀ ଗୋସ୍ୱାମୀ, ବ୍ରହ୍ମାନନ୍ଦ ସ୍ୱାଇଁ ଓ ମାୟାଧର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ଏକ ଇ- ଗ୍ଲୋଶ।ରି ଆରମ୍ଭ କରାଯିବା ସହ ପ୍ରକାଶିତ ପରିଭାଷା ପୁସ୍ତକର ଶବ୍ଦ ସମ୍ଭାର ସୃଷ୍ଟି କରିବା ନିମନ୍ତେ ନିଷ୍ପତି ନିଆଯାଇଥିଲା ।

ସୋଆ ଆଉଟରିଚ ପ୍ରୋଗ୍ରାମ ର ନିର୍ଦେଶକ ପ୍ରଫେସର ନଚିକେତା ଖମାରି ଶର୍ମା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଆଉଟରିଚ ପ୍ରୋଗ୍ରାମର ମ୍ୟାନେଜର ସୁଜାତା ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ ।

   Related Posts