ଆସନ୍ତୁ ସମକାଳୀନ ସାହିତ୍ୟ ବଦଳରେ କାଳଜୟୀ ସାହିତ୍ୟ ଉପରେ ଧ୍ୟାନଦେବା : ରମାକାନ୍ତ ରଥ

Published By : Prameya-News7 Bureau | February 02, 2020 IST

ଭୁବନେଶ୍ୱର ୨।୨:  ଶିକ୍ଷା 'ଓ' ଅନୁସନ୍ଧାନ  ଡିମଡ୍ ଟୁ ବି ୟୁନିଭର୍ସିଟି ପକ୍ଷରୁ ଏଠାରେ ପ୍ରଥମ ଥର ଅନୁଷ୍ଠିତ ହୋଇଥିବା ଦୁଇ ଦିବସୀୟ 'ସୋଆ ଲିଟିରାରୀ ଫେଷ୍ଟିଭାଲ' ରବିବାର ଉଦଯାପିତ ହୋଇଛି। ଏହି ଅବସରରେ ଆୟୋଜିତ ଉତ୍ସବରେ ପ୍ରସିଦ୍ଧ ଓଡିଆ କବି ତଥା କେନ୍ଦ୍ର ସାହିତ୍ୟ ଏକାଡେମୀ ପୂର୍ବତନ ସଭାପତି ଡ.ରମାକାନ୍ତ ରଥ ଯୋଗଦେଇ ଉପସ୍ଥିତ ସାହିତ୍ୟିକ ଓ ବୁଦ୍ଧିଜୀବିଙ୍କୁ ସମକାଳୀନ ସାହିତ୍ୟ ବଦଳେ ଏବେ କାଳାତୀତ ସାହିତ୍ୟ ଚର୍ଚ୍ଚା ଲାଗି ଆହ୍ୱାନ ଦେଇଛନ୍ତି।

ଉଦଯାପନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ପ୍ରସିଦ୍ଧ ସାହିତ୍ୟିକ ତଥା ଆନ୍ଥ୍ରୋପଲଜିଷ୍ଟ ପଦ୍ମଭୂଷଣ ସୀତାକାନ୍ତ ମହାପାତ୍ର ଯୋଗଦେଇ ଓଡିଆ ସାହିତ୍ୟର ପରମ୍ପରା ଉପରେ ଆଲୋକପାତ କରିଥିଲେ। ସେହିପରି ଉତ୍ସବରେ ଯୋଗଦେଇଥିବା ଅନ୍ୟତମ ଅତିଥି ତଥା ଔପନ୍ୟାସିକ ବିଭୂତି ପଟ୍ଟନାୟକ ଓଡିଆ ସଂସ୍କୃତି ଓ ଏହାର ବିଶ୍ୱ ଚେତନା ସନ୍ଦର୍ଭରେ ସଂକ୍ଷିପ୍ତ ଅଭିଭାଷଣ ରଖିଥିଲେ।

କାର୍ଯ୍ୟକ୍ରମ ଶେଷରେ ସୋଆ ବିଶ୍ୱବିଦ୍ୟାଳୟର ଭାଇସ୍ ଚାନ୍ସେଲର ପ୍ରୋ.ଆର.କେ.ଚୌହାନ ୨ ଦିନିଆ ଏହି ଉତ୍ସବ ଭୁବନେଶ୍ୱରରେ ଏକ ମିନି ଇଣ୍ଡିଆର ପ୍ରତିବିମ୍ବ ସୃଷ୍ଟି କରିଥିବାର କହିଥିଲେ। ଯେଉଁଥିରେଦେଶର ପ୍ରାୟ ରାଜ୍ୟର ସାହିତ୍ୟିକ ଓ ସାହିତ୍ୟ ସାଧକଙ୍କ ସମେତ ବୁଦ୍ଧିଜୀବିମାନେ ଯୋଦେଇଛନ୍ତି। ଏହି ଅନନ୍ୟ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ପ୍ରାନ୍ତରୁ ୧ଶହରୁ ଊର୍ଦ୍ଧ୍ୱ ପ୍ରତିଷ୍ଠିତ ସାହିତ୍ୟିକ ଯୋଗଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.