ଫେବୃଆରୀ ୧ରୁ ‘ସୋଆ’ ଲିଟେରାରୀ ଫେଷ୍ଟିଭାଲ୍, ଯୋଗଦେବେ ଶହେରୁ ଅଧିକ ବିଶିଷ୍ଟ ସାହିତ୍ୟିକ
31/01/2020 at 5:41 PM

ଭୁବନେଶ୍ବର ୩୧।୦୧: ଫେବ୍ରୁଆରୀ ୧ରୁ ଆରମ୍ଭ ହେଉଛି ସୋଆ ଲିଟେରାରୀ ଫେଷ୍ଟିଭାଲ । ପ୍ରଥମ ଥର ପାଇଁ ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ୍ ବିଶ୍ବବିଦ୍ୟାଳୟ ପକ୍ଷରୁ ଆୟୋଜିତ ଏହି ସାହିତ୍ୟ ଉତ୍ସବରେ ଯୋଗଦେବେ ଶହେରୁ ଅଧିକ ବିଶିଷ୍ଟ ସାହିତ୍ୟିକ । ସାମ୍ପ୍ରତିକ ପରିସ୍ଥିତିରେ ଭାରତୀୟ ଭାଷା ଓ ସାହିତ୍ୟ ସମ୍ପର୍କରେ ସେମାନେ ବିସ୍ତୃତ ଆଲୋଚନା କରିବେ ।
ଫେବୃଆରୀ ୧ରୁଆରମ୍ଭ ହୋଇ ୨ଦିନ ଚାଲିବ ସୋଆ ଲିଟେରାରୀ ଫେଷ୍ଟିଭାଲ୍ । ଯୋଗଦେବେ ୧୦୦ରୁ ଅଧିକ ବିଶିଷ୍ଟ ସାହିତ୍ୟିକ । ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ୍ ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରଥମ ଥର ପାଇଁ ଆୟୋଜିତ ଏହି ସାହିତ୍ୟ ଉତ୍ସବରେ ବିଖ୍ୟାତ ଲେଖକ, ଗାଳ୍ପିକ, କବି, ସମାଲୋଚକ, ଐତିହାସିକ, ଅନୁବାଦକ ଓ ଭାଷ୍ୟକାରମାନେ ଏକତ୍ରିତ ହୋଇ ମତ ବିନିମୟ କରିବେ । ଗବେଷଣ, କର୍ମଶାଳା ଓ ସମ୍ମିଳନୀ ମାଧ୍ୟମରେ ଭାରତୀୟ କଳା ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର କରିବା ସହିତ ପୁରାତନ ସାହିତ୍ୟର ପୁନଃ ପ୍ରକାଶ କରିବା ଓ ଡଜିଟାଇଜେସିନ ମାଧ୍ୟମରେ ଭବିଷ୍ୟତ ପିଢ଼ି ପାଇଁ ସଂରକ୍ଷଣ କରିବା ହେଉଛି ଏହାର ମୂଳ ଉଦେଶ୍ୟ । ଯଦିଓ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ସାମାଜିକ ଉନ୍ନତି କ୍ଷେତ୍ରରେ ପ୍ରକୃଷ୍ଟ ମାଧ୍ୟମ ଏହା କଳା ସଂସ୍କୃତି ଓ ସାହିତ୍ୟର ସୁରଭି ମଧ୍ୟରେ ହେବା ଆବଶ୍ୟକ ବୋଲି କହିଛନ୍ତି ସୋଆ କୁଳପତି ପ୍ରଫେସର ଆର୍.କେ.ଚୌହ୍ବାନ୍ ।

ଏହି ସାହିତ୍ୟ ଉତ୍ସବରେ ସାରା ଦେଶରୁ ୧୦୦ରୁ ଅଧିକ ବିଶିଷ୍ଟ ସାହିତ୍ୟିକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଫେବ୍ରୁଆରୀ ୧ ଓ ୨ ଦୁଇ ଦିନ ଧରି ହେବାକୁ ଥିବା ସୋଆ ଲିଟେରାରୀ ଫେଷ୍ଟିଭାଲରେ ୨୬ଟି ଅଧିବେଶନ ହେବ । ଅଧିବେଶନଗୁଡ଼ିକରେ ଓଡ଼ିଆ ସିନେ କଳାକାର ଆକାଶ ଦାସ ନାୟକ, ଅନୁ ଚୌଧୁରୀ, ସିଦ୍ଧାନ୍ତ ମହାପାତ୍ର , ଓଡିଶା ଖଦୀ ଓ ଗ୍ରାମୋଦ୍ୟାଗ ବୋର୍ଡର ସଭାପତି ଶ୍ରୀୟୁକ୍ତ ସଂଗ୍ରାମ କେଶରୀ ପାଇକରାୟ, ଆସିଷ୍ଟାଣ୍ଟ କମିଶନର ଅଫ୍ ପୋଲିସ୍ ଶ୍ରୀୟୁକ୍ତ ମାନସ ଗଡନାୟକ , ସମାଜସେବୀ ବାସୁଦେଭ ଭଟ୍ଟ , ଚଳଚ୍ଚିତ୍ର ନିର୍ଦେଶକ ସବ୍ୟସାଚୀ ମହାପାତ୍ର, ପ୍ରଯୋଜକ ଅକ୍ଷୟ ପରିଜା ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
୨୦୧୯ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ଓଡ଼ିଆ ଲେଖକ ତରୁଣକାନ୍ତି ମିଶ୍ର ଓ ସାନ୍ତାଳୀ ଲେଖକ କାଳିଚରଣ ହେମ୍ବ୍ରମ୍ଙ୍କୁ ଉତ୍ସବର ପ୍ରଥମ ଦିନରେ ସମ୍ବର୍ଦ୍ଧିତ କରାଯିବ ।