ଆଜିଠାରୁ ସୋଆ ଲିଟେରାରୀ ଫେଷ୍ଟିଭାଲ୍ : ଯୋଗଦେବେ ବିଶିଷ୍ଟ ସାହିତ୍ୟିକ, ସମ୍ବର୍ଦ୍ଧିତ ହେବେ ଓଡିଆ ଲେଖକ ତରୁଣକାନ୍ତି ମିଶ୍ର ଓ ସାନ୍ତାଳୀ ଲେଖକ କାଳୀଚରଣ ହେମ୍ବ୍ରମ୍

Published By : Prameya-News7 Bureau | February 01, 2020 IST

ଭୁବନେଶ୍ବର ୧।୨: ଆଜିଠାରୁ ଆରମ୍ଭ ହେବ ସୋଆ ଲିଟେରାରୀ ଫେଷ୍ଟିଭାଲ୍ । ପ୍ରଥମ ଥର ପାଇଁ ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ୍ ଟୁ ବି ବିଶ୍ବବିଦ୍ୟାଳୟ ପକ୍ଷରୁ ଆୟୋଜିତ ଏହି ସାହିତ୍ୟ ଉତ୍ସବରେ ଯୋଗଦେବେ ଶହେରୁ ଅଧିକ ବିଶିଷ୍ଟ ସାହିତ୍ୟିକ । ସାମ୍ପ୍ରତିକ ପରିସ୍ଥିତିରେ ଭାରତୀୟ ଭାଷା ଓ ସାହିତ୍ୟ ସମ୍ପର୍କରେ ସେମାନେ ବିସ୍ତୃତ ଆଲୋଚନା କରିବେ ।

ଆଜିଠାରୁ ସୋଆ ଲିଟେରାରୀ ଫେଷ୍ଟିଭାଲ୍ । ଯୋଗଦେବେ ୧୦୦ରୁ ଅଧିକ ବିଶିଷ୍ଟ ସାହିତ୍ୟିକ । ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ୍ ଟୁ ବି ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରଥମ ଥର ପାଇଁ  ଆୟୋଜିତ ଏହି ସାହିତ୍ୟ ଉତ୍ସବରେ ବିଖ୍ୟାତ ଲେଖକ, ଗାଳ୍ପିକ, କବି, ସମାଲୋଚକ, ଐତିହାସିକ, ଅନୁବାଦକ ଓ ଭାଷ୍ୟକାରମାନେ ଏକତ୍ରିତ ହୋଇ ମତ ବିନିମୟ କରିବେ । ଗବେଷଣା, କର୍ମଶାଳା ଓ ସମ୍ମିଳନୀ ମାଧ୍ୟମରେ ଭାରତୀୟ କଳା ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର କରିବା ସହିତ ପୁରାତନ ସାହିତ୍ୟର ପୁନଃ ପ୍ରକାଶ କରିବା ଓ ଡିଜିଟାଇଜେସନ ମାଧ୍ୟମରେ ଭବିଷ୍ୟତପୀଢି ପାଇଁ ସଂରକ୍ଷଣ କରିବା ହେଉଛି ଏହାର ମୂଳ ଉଦ୍ଦେଶ୍ୟ । ଯଦିଓ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ସାମାଜିକ ଉନ୍ନତି କ୍ଷେତ୍ରରେ ପ୍ରକୃଷ୍ଟ ମାଧ୍ୟମ ଏହା କଳା ସଂସ୍କୃତି ଓ ସାହିତ୍ୟର ସୁରଭି ମଧ୍ୟରେ ହେବା ଆବଶ୍ୟକ ବୋଲି କହିଛନ୍ତି ସୋଆ କୁଳପତି ପ୍ରଫେସର ଆର୍.କେ. ଚୌହ୍ବାନ୍ ।

ଏହି ସାହିତ୍ୟ ଉତ୍ସବରେ ସାରା ଦେଶରୁ ୧୦୦ରୁ ଅଧିକ ବିଶିଷ୍ଟ ସାହିତ୍ୟିକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଫେବୃଆରୀ ୧ ଓ ୨ ଦୁଇ ଦିନ ଧରି ହେବାକୁ ଥିବା ସୋଆ ଲିଟେରାରୀ ଫେଷ୍ଟିଭାଲରେ ୨୬ଟି ଅଧିବେଶନ ହେବ । ଅଧିବେଶନଗୁଡ଼ିକରେ ଓଡ଼ିଆ ସିନେ କଳାକାର ଆକାଶ ଦାସ ନାୟକ, ଅନୁ ଚୌଧୁରୀ, ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ପ୍ରଯୋଜକ ଅକ୍ଷୟ ପରିଜା ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

୨୦୧୯ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ଓଡ଼ିଆ ଲେଖକ ତରୁଣକାନ୍ତି ମିଶ୍ର ଓ ସାନ୍ତାଳୀ ଲେଖକ କାଳିଚରଣ ହେମ୍ବ୍ରମ୍ଙ୍କୁ ଉତ୍ସବର ପ୍ରଥମ ଦିନରେ ସମ୍ବର୍ଦ୍ଧିତ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.