ଦୁବାଇରେ ଅନୁଷ୍ଠିତ ଇଣ୍ଡିଆନ୍ ଏଜୁକେସନ୍ ଫେୟାରରେ ସୋଆ

Published By : Prameya-News7 Bureau | December 08, 2018 IST

ଭୁବନେଶ୍ୱର ୮/୧୨ : ଦୁବାଇରେ ଅନୁଷ୍ଠିତ ହେଉଛି ଇଣ୍ଡିଆନ୍ ଏଜୁକେସନ୍ ଫେୟାର୨୦୧୮ । ଏହି ଏଜୁକେସନ୍ ଫେୟାର୍ରେ ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ୟୁନିଭର୍ସିଟି ମଧ୍ୟ ଯୋଗଦେଇଛି । ସୋଆ ପକ୍ଷରୁ ଡିନ୍ ଛାତ୍ର ମଙ୍ଗଳ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏବଂ ଆଇଡିଏସର ପ୍ରଫେସର ଡକ୍ଟର ଅନୁରାଗ ଶତପଥୀ ଯୋଗ ଦେଇଛନ୍ତି । ସୋଆ କିଭଳି ଶିକ୍ଷା କ୍ଷେତ୍ରରେ ଦେଶରେ ନିଜର ପାରଦର୍ଶିତା ଦେଖାଇଛି ଏବଂ ଗବେଷଣା କ୍ଷେତ୍ରରେ ଉନ୍ନତି କରିଛି ସେହି ସମ୍ପର୍କରେ ଏହି ଫେୟାର୍ରେ ଯୋଗ ଦେଇଥିବା ଦୁଇଜଣ ପ୍ରଫେସର ଅଧିକ ଆଲୋକପାତ କରିଛନ୍ତି ।


ଏହି ଫେୟାର୍ରେ ଦୁବାଇସ୍ଥିତ ମାୱାରିଡ୍ ଫାଇନାନ୍ସର ସିଇଓ ଏବଂ ପରିଚାଳନା ନିର୍ଦ୍ଦେଶକ ମହମ୍ମଦ ଅଲ୍ ନୁଆଇମି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ମହମ୍ମଦ ନୁଆଇମି ସୋଆର ଷ୍ଟଲ୍ ମଧ୍ୟ ପରିଦର୍ଶନ କରିବା ସହ ଶିକ୍ଷା ଅନୁଷ୍ଠାନ ସମ୍ପର୍କରେ ଆଲୋଚନା କରିଥିଲେ । ମହମ୍ମଦ ନୁଆଇମିଙ୍କର ବ୍ୟାଙ୍କିଙ୍ଗ୍ ଓ ଫାଇନାନ୍ସ କ୍ଷେତ୍ରରେ ୨୫ ବର୍ଷ ଅଭିଜ୍ଞତା ରହିଛି । ସେ ନ୍ୟାସ୍ନାଲ୍ ବ୍ୟାଙ୍କ ଅଫ୍ଦୁ ବାଇର ବରିଷ୍ଠ ପଦାଧିକାରୀ ରହିଥିବା ବେଳେ ଏମିରେଟ୍ସ ଇନ୍ଷ୍ଟିଚ୍ୟୁଟ୍ ଫର ବ୍ୟାଙ୍କିଙ୍ଗ୍ ଆଣ୍ଡ ଫାଇନାନ୍ସ ଷ୍ଟଡିଜର ମଧ୍ୟ ଚେୟାର୍ମ୍ୟାନ୍ ମଧ୍ୟ ରହିଛନ୍ତି । ସେ ଦୁବାଇର ବୋର୍ଡ ଅଫ୍ କମର୍ସିୟାଲ ବ୍ୟାଙ୍କ ଇଣ୍ଟରନ୍ୟାସନାଲର ନିର୍ଦ୍ଦେଶକ ମଧ୍ୟ ଅଛନ୍ତି ।


ଦୈନିକ ଇଂରାଜି ଖବର କାଗଜ ‘ଦ ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ୍’ ପକ୍ଷରୁ ପ୍ରକାଶିତ ଏଡେକ୍ସ ଆନୁକୂଲ୍ୟରେ ଏହି ଇଣ୍ଡିଆନ୍ ଏଜୁକେସନ୍ ଫେୟାର-୨୦୧୮ର ଆୟୋଜନ କରାଯାଇଛି । ଦୁବାଇର ଅନେକ ବିଶିଷ୍ଟ ବ୍ୟକ୍ତି ଓ ଛାତ୍ରଛାତ୍ରୀ ଏହି ଫେୟାର ବୁଲି ଦେଖିବା ସହ ସୋଆ ଷ୍ଟଲ୍ ମଧ୍ୟ ପରିଦର୍ଶନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.