ସୋଆର ଆଇଭିଏଫ୍ ସେଂଟର ଆଂଚଳିକ ସ୍ତରରେ ଏକ ନମ୍ବର, ଦେଶରେ ୧୫ତମ ସ୍ଥାନ : ସର୍ଭେ

Published By : Prameya-News7 Bureau | December 01, 2018 IST

ଭୁବନେଶ୍ୱର ୧/୧୨ : ଟାଇମ୍ସ ହେଲ୍ଥ ପରିଚାଳିତ ଫର୍ଟିଲିଟି ଓ ଆଇଭିଏଫ୍ ର‌୍ୟାଙ୍କିଙ୍ଗ୍ ସର୍ଭେରେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ୟୁନିଭର୍ସିଟି)ର ଇନ୍ଷ୍ଟିୁଚ୍ୟଟ୍ ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ଡ ସମ୍ ହସ୍ପିଟାଲ୍ ପୂର୍ବ ଭାରତରେ ଏକ ନମ୍ବର ସ୍ଥାନ ଅଧିକାର କରିଛି । ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ସ୍ଥାପିତ “ସେଂଟର୍ ଫର୍ ହ୍ୟୁମାନ୍ ରିପ୍ରଡକ୍ସନ୍” ୨୦୧୨ ମସିହାରୁ ଆରମ୍ଭ ହୋଇଥିବାବେଳେ ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ଦ୍ୱାରା ପଞ୍ଜିକୃତ ହୋଇଛି । ଏହି କେନ୍ଦ୍ରଟି ଓଡ଼ିଶାର ପ୍ରଥମ ଟେଷ୍ଟ ଟ୍ୟୁବ୍ କେନ୍ଦ୍ର ଯାହାକି ଏକ ମେଡିକାଲ୍ କଲେଜରେ କାର୍ଯ୍ୟ କରୁଅଛି ବୋଲି ସୋଆ ପକ୍ଷରୁ ପ୍ରକାଶ କରାଯାଇଛି । ଏହି ସର୍ଭେରେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଆଇଭିଏଫ୍ କେନ୍ଦ୍ରକୁ ସାରା ଦେଶରେ ୧୫ତମ ସ୍ଥାନରେ ସ୍ଥାନୀତ କରାଯାଇଛି । ଏହା ଛଡା ଦେଶର ଶ୍ରେଷ୍ଠ ୨୦ଟି ଆଇଭିଏଫ୍ କେନ୍ଦ୍ର ଗୁଡ଼ିକ ମଧ୍ୟରେ ପୂର୍ବାଂଚଳ ରାଜ୍ୟ ଗୁଡ଼ିକ ମଧ୍ୟରେ ଏକମାତ୍ର ସମ୍ ହସ୍ପିଟାଲ୍ର ଆଇଭିଏଫ୍ କେନ୍ଦ୍ର ସ୍ଥାନ ପାଇଛି । ଏହି ଆଇଭିଏଫ୍ କେନ୍ଦ୍ର (ଇନ୍-ଭିଟ୍ରୋ ଫଟି ର୍ଲାଇଜେସନ୍)ର ଲାବୋରେଟୋରୀ କମ୍ପେ୍ଲକ୍ସ ବେଶ୍ ପରିଚିତ । ଏଠାରେ ଦମ୍ପତିଙ୍କ କାଉନ୍ସେଲିଂ, ଟ୍ରାନ୍ସଭାଜିନାଲ୍ ସ୍କାନ୍, ଓଭୁଲେସନ୍ ଇଣ୍ଡକ୍ସନ୍ ଏବଂ ଫଲିକ୍ୟୁଲାର୍ ମନିଟରିଂ, ଫର୍ଟିଲିଟି ଏନ୍ହାନ୍ସିଂ ଲାପାରୋସ୍କୋପିକ୍ ସର୍ଜରୀ, ସିମେନ୍ ଆନାଲିସିସ୍, ଇଂଟ୍ରା ୟୁଟେରାଇନ୍ ଇନ୍ସେମିନେସନ୍, ଆଇଭିଏଫ୍, ଇଂଟ୍ରା ସାଇଟୋପ୍ଲାସ୍ମିକ୍ ସ୍ପର୍ମ ଇଞ୍ଜେକ୍ସନ୍, ସର୍ଜିକାଲ୍ ସ୍ପର୍ମ ରିଟ୍ରିଭାଲ୍ ପ୍ରୋସିଡ୍ୟୁର୍, ସିମେନ୍ ଫ୍ରିଜିଂ, ଏମ୍ବ୍ରିଓ ଫ୍ରିଜିଂ ଏବଂ ଡୋନୋର୍ ସ୍ପର୍ମ ଆଇୟୁଆଇ ଏବଂ ଆଇଭିଏଫ୍ ଭଳି ଚିକିତ୍ସାର ବ୍ୟବସ୍ଥା ରହିଛି । ବିଗତ କିଛି ବର୍ଷ ମଧ୍ୟରେ ସିଏଚ୍ଆର୍ ଦ୍ୱାରା ୨୫୫୦ ରୁ ଊଦ୍ଧ୍ୱର୍ ଆଇ.ୟୁ.ଆଇ ସାଇକଲ୍ କରାଯାଇଥିବା ବେଳେ ଅନେକ ଦମ୍ପତି ସନ୍ତାନ ଜନ୍ମ କରିବାରେ ସଫଳ ମଧ୍ୟ ହୋଇଛନ୍ତି । ବିଶ୍ୱବ୍ୟାପି ଏହି ପଦ୍ଧତିରେ ଗର୍ଭଧାରଣର ହାର ୧୦-୨୦ ପ୍ରତିଶତ ରହିଥିବା ବେଳେ ସିଏଚ୍ଆର୍ର ସଫଳତାର ହାର ୧୪.୭ ପ୍ରତିଶତ ରହିଛି ବୋଲି ସୋଆ ପକ୍ଷରୁ କୁହଯାଇଛି । ଦେଶର ଫର୍ଟିଲିଟି ଏବଂ ଆଇଭିଏଫ୍ ସେଂଟର ଗୁଡ଼ିକୁ ନେଇ ଜାତୀୟ, ଆଂଚଳିକ ଏବଂ ସ୍ଥାନୀୟ ସ୍ତରରେ ଏହି ବାର୍ଷିକ ସର୍ଭେଟି ଅନୁଷ୍ଠିତ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.