Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||
  • ଭୁବନେଶ୍ବର : ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ବହ୍ମପୁର : ବୋଲେରୋ ଧକ୍କାରେ ଜଣେ ମୃତ
  • ||
  • ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଳଚେରରେ ଅର୍ଥନୈତିକ ଆନ୍ଦୋଳନ, ସମସ୍ତ ଖଣିରୁ କୋଇଲା ଉତ୍ପାଦନ ସହ ପରିବହନ ବନ୍ଦ
  • ||
  • ନୂଆଦିଲ୍ଲୀ : ୩ ବର୍ଷରେ ପୂରା ହେବ ରାମ ମନ୍ଦିର ନିର୍ମାଣ
  • ||

ଆରମ୍ଭ ହେଲା ସୋଆ ଆନ୍ତର୍ଜାତିକ ମଡେଲ୍ ୟୁନାଇଟେଡ୍ ନ୍ୟାସନ୍ସ

10/08/2019 at 9:00 AM

ଭୁବନେଶ୍ବର ୧୦|୮: ମଣିଷ ସମାଜ ଏଭଳି ମାନସିକ ସ୍ତର ଦେଇ ଗତି କରୁଛି ଯେଉଁଠାରେ ସହନଶୀଳତା, ଧୈର୍ଯ୍ୟ ଏବଂ ସ୍ଥିରତା ଦେଖିବାକୁ ମିଳୁ ନାହିଁ । ତେଣୁ ଏହି ସମ୍ବେଦନଶୀଳ ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼ିବ । ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କରିବାକୁ ହେଲେ ପ୍ରଥମେ ନିଜ ମନରେ ଶାନ୍ତି ଆଣିବାକୁ ପଡ଼ିବ । ଶାନ୍ତି ଏପରି ଏକ ଶବ୍ଦ ଯାହା ପ୍ରତ୍ୟେକ ମନୁଷ୍ୟ ଠାରୁ ସମାଜ, ସମାଜ ଠାରୁ ଦେଶ ଏବଂ ଦେଶ ଠାରୁ ସାରା ବିଶ୍ୱକୁ ବ୍ୟାପି ଥାଏ । ଶାନ୍ତି ପ୍ରତିଷ୍ଠା ହେଲେ ହିଁ ମଣିଷ ସମାଜର ପ୍ରଗତି ସମ୍ଭବ ବୋଲି କହିଛନ୍ତି ବିଶିଷ୍ଟ ସ୍ନାୟୁରୋଗ ବିଶେଷଜ୍ଞ ତଥା ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ନିର୍ଦ୍ଦେଶକ ପ୍ରଫେସର ଡ. ଅଶୋକ କୁମାର ମହାପାତ୍ର ।  

ସୋଆ ପକ୍ଷରୁ ଶୁକ୍ରବାର ଦିନ ଏଠାରେ ଆୟୋଜିତ ତିନି ଦିନିଆ ଆନ୍ତର୍ଜାତିକ ମଡେଲ୍ ୟୁନାଇଟେଡ୍ ନ୍ୟାସନ୍ସର ତୃତୀୟ ସଂସ୍କରଣର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଫେସର ମହାପାତ୍ର କହିଛନ୍ତି ଜାତିସଂଘର ଉଦ୍ଦେଶ୍ୟ ହେଉଛି ଶାନ୍ତି ଓ ସମନ୍ୱୟ ପ୍ରତିଷ୍ଠା କରିବା  । ମଣିଷ ଶିକ୍ଷା ହାସଲ କରି ବିତଶାଳୀ ମଧ୍ୟ ହୋଇଛି । ତେବେ ଶାନ୍ତି ମିଳୁନି କିମ୍ବା ଦେଶରେ ଉନ୍ନତମାନର ଶିକ୍ଷା ବ୍ୟବସ୍ଥା ମଧ୍ୟ ସୃଷ୍ଟି ହୋଇପାରୁ ନାହିଁ । ଏହି ବିଷୟଟି ଗୁରୁତ୍ୱପୂର୍ଣ୍ଣ ତଥା ପ୍ରଣିଧାନ ଯୋଗ୍ୟ ବୋଲି ପ୍ରଫେସର ମହାପାତ୍ର କହିଛନ୍ତି । ସେହିପରି ଦେଶ ବିଦେଶରୁ ଆସିଥିବା ସୋଆ ଆନ୍ତର୍ଜାତିକ ମୁନ୍ର ପ୍ରତିଯୋଗୀ ମାନଙ୍କୁ ନିଜ ନିଜ ମଧ୍ୟରେ ସାଂସ୍କୃତିକ, ସାମାଜିକ ଏବଂ ଅର୍ଥନୈତିକ ଭାବର ଆଦାନ ପ୍ରଦାନ କରିବାକୁ ସେ ଉପଦେଶ ଦେଇଥିଲେ । ଏଥି ସହିତ ଶାରୀରିକ ଓ ମାନସିକ ସ୍ତରରେ ଛାତ୍ରଛାତ୍ରୀମାନେ ସୁସ୍ଥ ରହିବା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ ।

ଅଗଷ୍ଟ ୯ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ରାଜ୍ୟ ସମେତ ଏସୀୟ ଦେଶରୁ ପ୍ରାୟ ୬୦୦ ଛାତ୍ରଛାତ୍ରୀ ଭାଗ ନେଇଛନ୍ତି । 

ମଡେଲ୍ ୟୁନାଇଟେଡ୍ ନ୍ୟାସନ୍ସ ହେଉଛି ଏକ କୂଟନୈତିକ ବକ୍ତୃତା ପ୍ରତିଯୋଗୀତା ଯେଉଁଥିରେ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ କମିଟିରେ ବିଭକ୍ତ କରି କେତେକ ଦେଶର ପ୍ରତିନିଧିତ୍ୱ କରିବାକୁ ଦିଆଯାଏ ଏବଂ ସେହି ଦେଶର ବିଭିନ୍ନ ସମସ୍ୟା ସମ୍ପର୍କରେ ସେମାନେ ତାଙ୍କର ତଥ୍ୟ ଉପସ୍ଥାପନା କରିଥାନ୍ତି । 

ବିଭିନ୍ନ ପ୍ରସଙ୍ଗ ଉପସ୍ଥାପନା କରିବାର ଶୈଳୀ, ସମସ୍ୟାର ସମାଧାନ ଏବଂ କୂଟନୈତିକ ଦିଗରେ ବୁଦ୍ଧିମତାକୁ ଦେଖି ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥାଏ ।

ପୂର୍ବରୁ ସୋଆ ଦୁଇଟି ମଡେଲ୍ ୟୁନାଇଟେଡ୍ ନ୍ୟାସନ୍ସ ଆୟୋଜନ କରିସାରିଥିବା ବେଳେ ଚଳିତ ବର୍ଷର ତୃତୀୟ ସଂସ୍କରଣରେ ୬ଟି କମିଟି ଗଠନ କରାଯାଇଛି ଏବଂ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି । ଗଠନ ହୋଇଥିବା କମିଟି ଗୁଡ଼ିକ ହେଉଛି ୟୁନାଇଟେଡ୍ ନ୍ୟାସନ୍ସ ଇକୋନୋମିକ୍ ଆଣ୍ଡ ସୋସିଆଲ ୍କାଉନ୍ସିଲ୍, ୟୁନାଇଟେଡ୍ ନ୍ୟାସନ୍ସ କମିଶନ୍ ଅନ୍ ଦ ଷ୍ଟାଟସ ଅଫ୍ ୱିମେନ୍, ଇଂଟରନ୍ୟାସ୍ନାଲ୍ ଅର୍ଗାନାଇଜେସନ୍ ଫର

ମାଇଗ୍ରେସନ୍, ୟୁନାଇଟେଡ୍ ନ୍ୟାସନ୍ସ ଜେନେରାଲ୍ ଆସେମ୍ବଲି-ସ୍ପେଶିଆଲ୍ ପଲିଟିକାଲ୍ ଆଣ୍ଡ ଡିକଲୋନାଇଜେସନ୍ କମିଟି ଓ ୱାର୍ଲ୍ଡ ହେଲ୍ଥ ଆସେମ୍ବଲି ଓ ଇଂଟରନ୍ୟାସ୍ନାଲ୍ ପ୍ରେସ୍ । 

ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୋଆ ମୁନ୍ର ପ୍ରମୁଖ ଉପଦେଷ୍ଟା ପ୍ରଫେସର ଜୟଦେବ ପତି ଏବଂ ଆବାହକ ତଥା ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମ ମିଳିତ ଜାତିସଂଘର ଏକ ପ୍ରତିଫଳନ ବୋଲି କହିଥିଲେ । ସୋଆ ମୁନ୍-୨୦୧୯ର ସେକ୍ରେଟାରୀ ଜେନେରାଲ୍ ଶ୍ରୀ ସ୍ୱରୂପା ପାଢ଼ି ମୁନ୍ର ଆରମ୍ଭ ହେବା ନେଇ ଘୋଷଣା କରିଥିଲେ ।

ନବମ ଶ୍ରେଣୀରୁ ଅଣ୍ଡର ଗ୍ରାଜୁଏଟ୍ ଛାତ୍ରଛାତ୍ରୀମାନେ ଏହି ତିନି ଦିନିଆ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।

   Related Posts