ଅଗଷ୍ଟ ୯ରୁ ଆରମ୍ଭ ହେବ ସୋଆ ଆର୍ନ୍ତଜାତିକ ମଡେଲ୍ ୟୁନାଇଟେଡ୍ ନ୍ୟାସନ୍ସ

Published By : Prameya-News7 Bureau | August 08, 2019 IST

ଭୁବନେଶ୍ୱର ୮|୮ : ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି ) ପକ୍ଷରୁ ଅଗଷ୍ଟ ୯ ରୁ ୧୧ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଆରମ୍ଭ ହେବାକୁ ଥିବା ସୋଆ ଆନ୍ତର୍ଜାତିକ ମଡେଲ୍ ୟୁନାଇଟେଡ୍ ନ୍ୟାସନ୍ସର ତୃତୀୟ ସଂସ୍କରଣରେ ଦେଶ ତଥା କିଛି ଏସୀୟ ଦେଶରୁ ପ୍ରାୟ ୬୦୦ ଛାତ୍ରଛାତ୍ରୀ ଭାଗ ନେବାର କାର୍ଯ୍ୟକ୍ରମ ରହିଛି ।

ମଡେଲ୍ ୟୁନାଇଟେଡ୍ ନ୍ୟାସନ୍ସ ହେଉଛି ଏକ କୂଟନୈତିକ ବକ୍ତୃତା ପ୍ରତିଯୋଗୀତା ଯେଉଁଥିରେ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ କମିଟିରେ ବିଭକ୍ତ କରି କେତେକ ଦେଶର ପ୍ରତିନିଧିତ୍ୱ କରିବାକୁ ଦିଆଯାଏ ଏବଂ ସେହି ଦେଶର ବିଭିନ୍ନ ସମସ୍ୟା ସମ୍ପର୍କରେ ସେମାନେ ତାଙ୍କର ତଥ୍ୟ ଉପସ୍ଥାପନା କରିଥାନ୍ତି ।

ବିଭିନ୍ନ ପ୍ରସଙ୍ଗ ଉପସ୍ଥାପନା କରିବାର ଶୈଳୀ, ସମସ୍ୟାର ସମାଧାନ ଏବଂ କୂଟନୈତିକ ଦିଗରେ ବୁଦ୍ଧିମତାକୁ ଦେଖି ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥାଏ । ମୁନ୍ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କର ପାରଦର୍ଶିତାକୁ ପ୍ରୋତ୍ସାହନ ଦିଆଯାଇଥାଏ ବୋଲି କହିଛନ୍ତି ସୋଆ ଛାତ୍ରମଙ୍ଗଳ ଡିନ୍ ଡ. ଜ୍ୟୋତି ରଞ୍ଜନ ଦାସ ।

ଚଳିତ ବର୍ଷର ସୋଆ ମୁନ୍ରେ ଇଣ୍ଡୋନେସିଆ ଏବଂ ବାଂଲାଦେଶର ଛାତ୍ରଛାତ୍ରୀମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଡ. ଦାସ ସୂଚନା ଦେଇଛନ୍ତି ।

ପୂର୍ବରୁ ସୋଆ ଦୁଇଟି ମଡେଲ୍ ୟୁନାଇଟେଡ୍ ନ୍ୟାସନ୍ସ ଆୟୋଜନ କରିସାରିଥିବା ବେଳେ ଚଳିତ ବର୍ଷର ତୃତୀୟ ସଂସ୍କରଣରେ ୬ଟି କମିଟି ଗଠନ କରାଯାଇଛି ଏବଂ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯିବ ବୋଲି ସୋଆର ଛାତ୍ରୀ ତଥା ସୋଆ ଇଂଟରନ୍ୟାସ୍ନାଲ୍ ମୁନ୍ର ସେକ୍ରେଟାରୀ ଜେନେରାଲ୍ ଶ୍ରୀସ୍ୱରୂପା ପାଢ଼ୀ ସୂଚନା ଦେଇଛନ୍ତି ।

ଗଠନ ହୋଇଥିବା କମିଟି ଗୁଡ଼ିକ ହେଉଛି ୟୁନାଇଟେଡ୍ ନ୍ୟାସନ୍ସ ଇକୋନୋମିକ୍ ଆଣ୍ଡ ସୋସିଆଲ୍ କାଉନ୍ସିଲ୍, ୟୁନାଇଟେଡ୍ ନ୍ୟାସନ୍ସ କମିଶନ୍ ଅନ୍ ଦ ଷ୍ଟାଟସ ଅଫ୍ ୱିମେନ୍, ଇଂଟରନ୍ୟାସ୍ନାଲ୍ ଅର୍ଗାନାଇଜେସନ୍ ଫର ମାଇଗ୍ରେସନ୍, ୟୁନାଇଟେଡ୍ ନ୍ୟାସନ୍ସ ଜେନେରାଲ୍ ଆସେମ୍ବଲି-ସ୍ପେଶିଆଲ୍ ପଲିଟିକାଲ୍ ଆଣ୍ଡ
ଡିକୋଲୋନାଇଜେସନ୍ କମିଟି ଓ ୱାର୍ଲ୍ଡ ହେଲ୍ଥ ଆସେମ୍ବଲି ଆଣ୍ଡ ଇଂଟରନ୍ୟାସ୍ନାଲ୍ ପ୍ରେସ୍ ।

ନବମ ଶ୍ରେଣୀରୁ ଅଣ୍ଡର ଗ୍ରାଜୁଏଟ୍ ଛାତ୍ରଛାତ୍ରୀମାନେ ଏହି ତିନି ଦିନିଆ କାର୍ଯ୍ୟକ୍ରମରେ ଯୋଗ ଦେଇପାରିବେ ବୋଲି ଶ୍ରୀସ୍ୱରୂପା ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.