Sunday, September 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

‘ସୋଆ’ରେ ଦୁଇ ଦିନିଆ ମାନବ ସମ୍ବଳ କନକ୍ଲେଭ ଶନିବାର

ଭୁବନେଶ୍ୱର ୧୯।୮:  ଶିକ୍ଷା ଓ ଅନୁସନ୍ଧାନ ‘ସୋଆ’(ଡିମଡ୍ ଟୁ ବି ୟୁନିଭର୍ସିଟି)ରେ ଆସନ୍ତା ଅଗଷ୍ଟ ୨୪ ଓ ୨୫ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହେବ ମାନବ ସମ୍ବଳ କନକ୍ଲେଭ। ସୋଆ ଏବଂ ଗ୍ଲୋବାଲ ୱାର୍କଫୋର୍ସ ମ୍ୟାନେଜମେଣ୍ଟର ମିଳିତ ଆନୁକୂଲ୍ୟରେ ଏହି ମାନବ ସମ୍ବଳ କନକ୍ଲେଭ ଆୟୋଜନ କରାଯାଉଛି। ଦ୍ୱିତୀୟ ଥର ଲାଗି ଅନୁଷ୍ଠିତ ହେବାକୁ ଯାଉଥିବା ଏହି କନକ୍ଲେଭ ହେଉଛି ପୂର୍ବ ଭାରତର ବୃହତ୍ତ ବ୍ୟବସାୟିକ ଶିକ୍ଷାଭିତ୍ତିକ କନକ୍ଲେଭ । ଚଳିତ ବର୍ଷ ଏହା ଶିର୍ଷକ ରହିଛି ‘ଦକ୍ଷତା ବୃଦ୍ଧି କରିବା, ବିକାଶକୁ ତ୍ୱରାନ୍ୱିତ କରିବା ’ ।

ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଶିଳ୍ପ କ୍ଷେତ୍ରର ବିଶେଷଜ୍ଞ ଓ ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଥିବା ଶିକ୍ଷାବିତ୍ ମାନଙ୍କୁ ଏକତ୍ରୀତ କରିବା। ଏହି ବ୍ୟକ୍ତିବିଶେଷ ଏକତ୍ରୀତ ହୋଇ ‘ଦକ୍ଷତା ବୃଦ୍ଧି କରିବା, ବିକାଶକୁ ତ୍ୱରାନ୍ୱିତ କରିବା ’ଦିଗରେ ଆଲୋଚନା କରିବେ ଏବଂ ଯେଉଁବ୍ୟକ୍ତିମାନେ କିଛିମାତ୍ରାରେ ଦକ୍ଷ ଅଛନ୍ତି ସେମାନଙ୍କୁ ଆଗକୁ ଯିବାରେ ସାହାଯ୍ୟ କରିବେ। ଏହି କନକ୍ଲେଭରେ ଉଭୟ ଶିଳ୍ପ ଓ ଶିକ୍ଷା କ୍ଷେତ୍ରରେ ଦକ୍ଷତା ବୃଦ୍ଧି ଲାଗି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯିବ।

ଶିକ୍ଷା ଓ ଅନୁସନ୍ଧାନର ପ୍ଲେସମେଣ୍ଟ ବିଭାଗ ସଂଯୋଜନାରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି କନକ୍ଲେଭରେ ସାମସଙ୍ଗ, ନୋକିଆ, ଇନଫର୍ମାଟିକା, ଜେଏସଡବ୍ଲୁ ଓ ଟାଟା ଆଇକ୍ୟୁ ଭଳି ବିଭିନ୍ନ କମ୍ପାନୀର ବରିଷ୍ଠ କର୍ମକର୍ତ୍ତା, ମାନବ ସମ୍ବଳ ବିଶେଷଜ୍ଞ, ବିଶିଷ୍ଟ ଶିକ୍ଷାବିତ୍ ଓ ଶିଳ୍ପ ଜଗତର ବରିଷ୍ଠ ବ୍ୟକ୍ତିବିଶେଷ ଯୋଗ ଦେଉଥିବା ବେଳେ ଶିକ୍ଷା ଓ ଅନୁସନ୍ଧାନର କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହିବେ।

75 Views

   ସମ୍ବନ୍ଧିତ ଖବର