Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ଲଗାତାର ଭାବେ ଦ୍ବିତୀୟ ବର୍ଷ ‘ଟାଇମ୍ସ ହାଇଅର ଏଜୁକେସନ’ ରାଙ୍କିଂରେ ‘ସୋଆ’ ସ୍ଥାନିତ

28/10/2020 at 8:20 PM

ଭୁବନେଶ୍ୱର୨୮/୧୦: ସମ୍ନାନଜନକ ଟାଇମ୍ସ ହାଇଅର ଏଜୁକେସନ୍ (ଟିଏଚଇ ) ୱାର୍ଲଡ ୟୁନିଭର୍ସିଟି ରାଙ୍କିଂରେ କ୍ରମାଗତ ଦ୍ଵିତୀୟ ବର୍ଷ ଲାଗି ଇଞ୍ଜିନିୟରିଂ ଓ ଟେକ୍ନୋଲୋଜି ଏବଂ କମ୍ପ୍ୟୁଟର ସାଇନ୍ସ କ୍ଷେତ୍ରରେ ୬୦୧-୮୦୦ କାଟାଗୋରୀରେ ଶିକ୍ଷା ଓ ଅନୁସନ୍ଧାନ (ଡିମଡ଼ ଟୁ ବି)  ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛି |

ବୁଧବାର ପ୍ରକାଶିତ ଏହି ରାଙ୍କିଂରେ କ୍ଲିନିକାଲ,  ପ୍ରି କ୍ଲିନିକାଲ ଓ ହେଲଥ୍ କାଟାଗୋରୀରେ ‘ସୋଆ’ ୬୦୧ ପ୍ଲସ ବ୍ରାକେଟରେ ସ୍ଥାନ ପାଇଛି | ପୂର୍ବରୁ ଟିଏଚଇ ୱାର୍ଲଡ ରାଙ୍କିଂରେ ବିଶ୍ୱବିଦ୍ୟାଳୟ ଗୁଡିକ ମଧ୍ୟରେ ୧୦୦୧ ପ୍ଲସ କାଟାଗୋରୀରେ ସୋଆ ସ୍ଥାନ ପାଇଥିଲା।

ଉଚ୍ଚ ଶିକ୍ଷା କ୍ଷେତ୍ରରେ ପାରଦର୍ଶିତାକୁ ନେଇ ଶିକ୍ଷା ପ୍ରଦାନ, ଗବେଷଣା, ସନ୍ଦର୍ଭ, ଶିଳ୍ପ ସଂଶ୍ଲିଷ୍ଟ ଆୟ ଓ ଅନ୍ତର୍ଜାତୀୟ ଦୃଷ୍ଟିଭଙ୍ଗୀ ମାପଦଣ୍ଡକୁ ଆଧାର କରି ଏହି ରାଙ୍କିଂ ପ୍ରସ୍ତୁତ କରାଯାଇଛି | ସୋଆ ଅଧୀନରେ ନଅଟି ଶିକ୍ଷାନୁଷ୍ଠାନ ପରିଚାଳିତ ହେଉଥିବା ବେଳେ ଚଳିତ ବର୍ଷ ନାସନାଲ ଇନ୍‌ଷ୍ଟିଚ୍ୟୁଟସ୍‌ନାଲ ରାଙ୍କିଂ ଫ୍ରେମୱାର୍କ (ଏନଆଇଆରଏଫ ) ୨୦୨୦ ମସିହାରେ ଦେଶର ୨୦ ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସୋଆ ସ୍ଥାନ ପାଇଛି | 

ସେହିପରି ଏହାର ମେଡିକାଲ ସାଇନ୍ସ ଫ୍ୟାକ୍‌ଲଟି ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ ୨୩ ତମ ସ୍ଥାନ, ଇଂଜିନିୟରିଂ ଫାକଲ୍ଟି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଟେକ୍ନିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର ) ୩୪ ତମ ସ୍ଥାନ ଏବଂ ଫାକଲ୍ଟି ଅଫ ଡେଣ୍ଟାଲ ସାଇନସେସ୍ ଏନଆଇଆରଏଫ ରାଙ୍କିରେ ଦେଶରେ ୧୨ତମ ସ୍ଥାନ ହାସଲ କରିଛି।

   Related Posts