ସୋଆ ପ୍ରତିଷ୍ଠାତାଙ୍କୁ ଶ୍ରୀକ୍ଷେତ୍ର ଇତିହାସ ଗ୍ରନ୍ଥ ଅର୍ପଣ

Published By : Prameya-News7 Bureau | January 12, 2021 IST

ଭୁବନେଶ୍ୱର,୧୨/୦୧: ସୋଆ ପ୍ରତିଷ୍ଠାତା ପ୍ରଫେସର ଡ. ମନୋଜ ରଞ୍ଜନ ନାୟକଙ୍କୁ ବରିଷ୍ଠ ଗବେଷକ ଡ. ଭାସ୍କର ମିଶ୍ରଙ୍କ ସମ୍ପାଦିତ ତଥା ସଙ୍କଳନ ହୋଇଥିବା ‘ଶ୍ରୀକ୍ଷେତ୍ରର ସାଂସ୍କୃତିକ ଐତିହ୍ୟ ଗ୍ରନ୍ଥାବଳୀକୁ ସୋମବାର ଦିନ ସୋଆ କାର୍ଯ୍ୟାଳୟରେ ଅର୍ପଣ କରାଯାଇଛି ।

ଓଡ଼ିଶାରେ ପ୍ରଥମ ଥର ନିମନ୍ତେ ଶ୍ରୀକ୍ଷେତ୍ରର ବିବିଧ ପରମ୍ପରା, ପ୍ରାଚୀନ ଇତିହାସ, କ୍ଷେତ୍ର ପରିକ୍ରମା ସମ୍ବଳିତ ଏକ ପୂର୍ଣ୍ଣାଙ୍ଗ ଗ୍ରନ୍ଥ ସଙ୍କଳିତ ହୋଇଛି। ପ୍ରଫେସର ନାୟକ ଏହି ଗ୍ରନ୍ଥଟି ପାଠକ ତଥା ଶ୍ରୀକ୍ଷେତ୍ର ତଥ୍ୟ ଜିଜ୍ଞାସୁଙ୍କ ପାଇଁ ଉପାଦେୟ ହୋଇପାରିଛି ବୋଲି ମତବ୍ୟକ୍ତ କରିଥିଲେ। ଏହି ଗ୍ରନ୍ଥ ଅର୍ପଣ ସମୟରେ ଶ୍ରୀମନ୍ଦିର ବଡ଼ୁ ସୁଆର ନିଯୋଗର ସଭାପତି ଶ୍ରୀ ବିଶ୍ୱନାଥ ସାମନ୍ତରା ଓ ଗ୍ରନ୍ଥ ସଙ୍କଳକ ଡ. ମିଶ୍ର ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.