ରୁଚି ଦେଶ ଗୌରବ ସମ୍ମାନ ଗ୍ରହଣ କଲେ 'ସୋଆ' ପ୍ରତିଷ୍ଠାତା ପ୍ରଫେସର ମନୋଜ ରଞ୍ଜନ ନାୟକ: ପ୍ରସିଦ୍ଧ କଥା ଶିଳ୍ପୀ ମନୋଜ ଦାସଙ୍କ ସହ ଅନ୍ୟ ୫ ପ୍ରତିଭା ସମ୍ମାନୀତ

Published By : Prameya-News7 Bureau | August 20, 2020 IST

ଭୁବନେଶ୍ବର୨୦/୮:  ଚଳିତ ବର୍ଷ ରୁଚି ପ୍ରତିଭା ଫାଉଣ୍ଡେସନ ପକ୍ଷରୁ ରାଜ୍ୟର ପ୍ରତିଷ୍ଠିତ ବୈଷୟିକ ଶିକ୍ଷାନୁଷ୍ଠାନ ଶିକ୍ଷା ଓ ଅନୁସନ୍ଧାନ ବା ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକଙ୍କୁ ରୁଚି ଦେଶ ଗୌରବ ସମ୍ମାନରେ ସମ୍ମାନୀତ କରାଯାଇଛି । ସେହିଭଳି ବିଶିଷ୍ଠ ସାହିତ୍ୟିକ ମନୋଜ ଦାସଙ୍କୁ ରୁଚି ଦେଶ ଜ୍ୟୋତି ସମ୍ମାନରେ ସମ୍ମାନୀତ କରାଯାଇଥିବା ବେଳେ ଓଲିଉଡ୍‌ ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ଦେଶ ସେବା ସମ୍ମାନ, ଚଳିତ ବର୍ଷର ଆଇଏଏସ୍‌ ଟପ୍ପର ସଞ୍ଜିତା ମହାପାତ୍ରଙ୍କୁ ବିଦ୍ୟାସାଗର ସମ୍ମାନ ଏବଂ ଅର୍ଜୁନ ପୁରସ୍କାର ପ୍ରାପ୍ତ ପାରା ବ୍ୟାଡମିଣ୍ଟନ୍‌ ଖେଳାଳୀ ପ୍ରମୋଦ ଭଗତଙ୍କୁ ରୁଚି ବାରବାଟୀ କ୍ରୀଡ଼ା ସମ୍ମାନରେ ସମ୍ମାନିତ କରିଛି ରୁଚି ପ୍ରତିଭା ଫାଉଣ୍ଡେସନ ।

wp:html /wp:html

ଗୁରୁବାର ରୁଚି ପ୍ରତିଭା ଫାଉଣ୍ଡେସନ ତରଫରୁ ବିଭିନ୍ନ ବର୍ଗରେ ରୁଚି ପ୍ରତିଭା ସମ୍ମାନ-୨୦୨୦ ପ୍ରଦାନ କରାଯାଇଛି ।  ରାଜ୍ୟର ପ୍ରତିଷ୍ଠିତ ବୈଷୟିକ ଶିକ୍ଷାନୁଷ୍ଠାନ ଶିକ୍ଷା ଓ ଅନୁସନ୍ଧାନ ବା ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକଙ୍କୁ ରୁଚି ଦେଶ ଗୌରବ ସମ୍ମାନରେ ସମ୍ମାନୀତ କରିଛି ରୁଚି ପ୍ରତିଭା ଫାଉଣ୍ଡେସନ । ପ୍ରଫେସର ମନୋଜରଞ୍ଜନ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଲଗାତର ଭାବେ ରାଜ୍ୟର ନମ୍ବର ଓ୍ବାନ୍‌ ଶିକ୍ଷାନୁଷ୍ଠାନ ଭାବେ ମାନ୍ୟତା ପାଇ ଆସୁଛି ଶିକ୍ଷା ଓ ଅନୁସନ୍ଧାନ ବୈଷୟିକ ବିଶ୍ବବିଦ୍ୟାଳୟ । ସେହିଭଳି ଦେଶରେ ଆଜି ବି ଟପ୍‌ ଟୋଣ୍ଟି ଭିତରେ ରହିଛି ସୋଆ ।  ଅତ୍ୟାଧୁନିକ ଜ୍ଞାନକୌଶଳ ସମ୍ପନ୍ନ ଭିତ୍ତିଭୂମି, ଉତ୍ତମ ଶିକ୍ଷାଦାନ ବ୍ୟବସ୍ଥା ପାଇଁ ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ ରାଜ୍ୟ, ଦେଶ ତଥା ବିଦେଶୀ ଛାତ୍ରଛାତ୍ରୀଙ୍କ ପାଇଁ ନମ୍ବର ଓ୍ବାନ୍‌ ଚଏସ୍‌ ହୋଇପାରିଛି ।

{"id":317717,"sizeSlug":"large"}

ସେପଟେ ସୋଆ ଅଧୀନରେ ଥିବା ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନସ୍‌ ଆଣ୍ଡ ସମ୍‌ ହସ୍ପିଟାଲ ରାଜ୍ୟ ତଥା ରାଜ୍ୟ ବାହାରର ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ପ୍ରଦାନ କରିଆସୁଛି । ଏଥି ସହ ସୋଆ ଅଧୀନରେ ଥିବା ସୁପର ସ୍ପେଶାଲିଟି ହସ୍ପିଟାଲ ସମ୍‌ ଅଲଟିମେଟ୍‌ ମେଡିକେୟାର ପୂର୍ବ ଭାରତରେ ଉନ୍ନତମାନର ସ୍ବାସ୍ଥ୍ୟ​‌ସେବା ପ୍ରଦାନ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ଏଠାରେ ଅଭିଜ୍ଞ ଡାକ୍ତର, ଅତ୍ୟାଧୁନିକ ଜ୍ଞାନକୌଶଳ ସମ୍ପନ୍ନ ସ୍ବାସ୍ଥ୍ୟ ଉପକରଣ ମାଧ୍ୟମରେ ବିରଳରୁ ବିରଳତମ ଅପରେସନ ସମ୍ଭବ ହୋଇପାରୁଛି । ଏମିତିକି ଦିଲ୍ଲୀ, ବେଙ୍ଗାଳୁରୁ ଭଳି ହାଇଟେକ୍‌ ସିଟିରୁ ମଧ୍ୟ ରାଜଧାନୀ ଭୁବନେଶ୍ବରରେ ଥିବା ସମ୍‌ ଅଲଟିମେଟ୍‌ ମେଡିକେୟାରକୁ ଚିକିତ୍ସା ପାଇଁ ରୋଗୀ ଆସୁଛନ୍ତି।

 ସେହିଭଳି କରୋନା ମହାମାରୀ ସମୟରେ ସୋଆ କର୍ତ୍ତୃପକ୍ଷଙ୍କ ପରିଚାଳନାଗତ ଦକ୍ଷତାକୁ ଦେଖି ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ମିଳିତ ସହଯୋଗରେ ସମ୍‌ ପକ୍ଷରୁ ୪ଟି କୋଭିଡ୍‌ ହସ୍ପିଟାଲ ଏବଂ ୨ଟି କୋଭିଡ୍‌ କେୟାର ସେଣ୍ଟର ଖୋଲି ଉଦାହରଣ ସୃଷ୍ଟି କରିଛି ଏହି ପ୍ରତିଷ୍ଠାନ । ଦେଶ, ରାଜ୍ୟ ତଥା ସମାଜ ପାଇଁ ପ୍ରଫେସର ମନୋଜରଞ୍ଜନ ନାୟକଙ୍କ ଅବଦାନ ଅତୁଳନୀୟ । ଯାହାକୁ ନଜରରେ ରଖି ରୁଚି ପ୍ରତିଭା ଫାଉଣ୍ଡେସନ ତରଫରୁ ପ୍ରଫେସର ମନୋଜରଞ୍ଜନ ନାୟକଙ୍କୁ ରୁଚି ଦେଶ ଗୌରବ ସମ୍ମାନରେ ସମ୍ମାନୀତ କରାଯାଇଛି । ସେହିଭଳି ରୁଚି ପ୍ରତିଭା ଫାଉଣ୍ଡେସନ ତରଫରୁ ବିଶିଷ୍ଠ ସାହିତ୍ୟିକ ମନୋଜ ଦାସଙ୍କୁ ରୁଚି ଦେଶ ଜ୍ୟୋତି ସମ୍ମାନରେ ସମ୍ମାନୀତ କରାଯାଇଥିବା ବେଳେ କରୋନା ଲକ୍‌ଡାଉନ୍‌ ସମୟରେ ଅନେକ ପ୍ରବାସୀ ଓଡ଼ିଆଙ୍କୁ ସାହାଯ୍ୟ ସହଯୋଗ କରିଥିବା ଓଲିଉଡ୍‌ ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ଦେଶ ସେବା ସମ୍ମାନ, ଚଳିତ ବର୍ଷର ଆଇଏଏସ୍‌ ଟପ୍ପର ସଞ୍ଜିତା ମହାପାତ୍ରଙ୍କୁ ବିଦ୍ୟାସାଗର ସମ୍ମାନ ଏବଂ ଅର୍ଜୁନ ପୁରସ୍କାର ପ୍ରାପ୍ତ ପାରା ବ୍ୟାଡମିଣ୍ଟନ୍‌ ଖେଳାଳୀ ପ୍ରମୋଦ ଭଗତଙ୍କୁ ରୁଚି ବାରବାଟୀ କ୍ରୀଡ଼ା ସମ୍ମାନରେ ସମ୍ମାନିତ କରାଯାଇଛି । କରୋନା କଟକଣା ଯୋଗୁଁ ଆଜି ଭର୍ଚୁଆଲ୍‌ ପ୍ଲାଟ୍‌ଫର୍ମରେ ଏହି ବିଶିଷ୍ଠ ବ୍ୟକ୍ତି ବିଶେଷଙ୍କୁ ରୁଚି ପ୍ରତିଭା ସମ୍ମାନ-୨୦୨୦ ପ୍ରଦାନ କରାଯାଇଛି ।

ଏହି ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଶକ୍ତି, ଶିଳ୍ପ ସ୍ବରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟ ଶଙ୍କର ମିଶ୍ର, ମୁଖ୍ୟବକ୍ତା ଭାବେ ଚାନ୍ଦିପୁର ପ୍ରତିରକ୍ଷା ଗବେଷଣା କେନ୍ଦ୍ର ଆଇଟିଆର ନିର୍ଦେଶକ ବିନୟ କୁମାର ଦାସ, ସମ୍ମାନିତ ଅତିଥି ଭାବେ ପୂର୍ବତନ ଇନକମ୍‌ ଟ୍ୟାକ୍ସ ଡାଇରେକ୍ଟର ବିଦୁଭୂଷଣ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.