NITର ୧୭ତମ ସମାବର୍ତ୍ତନ ଉତ୍ସବ : ସମ୍ବର୍ଦ୍ଧିତ ହେବେ ‘ସୋଆ’ ପ୍ରତିଷ୍ଠାତା ପ୍ରଫେସର ମନୋଜ ରଞ୍ଜନ ନାୟକ

Published By : Prameya-News7 Bureau | January 18, 2020 IST

ରାଉରକେଲା ୧୮।୧: ରାଉରକେଲା ସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍‌ଆଇଟି)ର ୧୭ତମ ସମାବର୍ତ୍ତନ ଉତ୍ସବ ଆଜି ଅନୁଷ୍ଠାନର ଏନ୍‌ସିସି ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ । ଏହି ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନାକ୍‌ର କାର୍ଯ୍ୟକାରୀ ଅଧ୍ୟକ୍ଷ ପଦ୍ମଶ୍ରୀ ଡ. ବୀରେନ୍ଦ୍ର ସିଂହ ଚୌହାନ ଯୋଗଦେବେ । ସମାବର୍ତ୍ତନ ଉତ୍ସବରେ ଚେୟାରପର୍ସନ, ଏନ୍‌ଆଇଟି, ରାଉରକେଲା ଡ. ସନ୍ତୃପ୍ତ ବି.ମିଶ୍ର, ସିଇଓ କାର୍ବନ ବ୍ଲାକ୍‌ ବିଜିନେସ୍‌, ନିର୍ଦ୍ଦେଶକ, ଗ୍ରୁପ୍‌ ଏଚ୍‌ଆର, ଆଦିତ୍ୟ ବିର୍ଲା ଅଧ୍ୟକ୍ଷତା କରିବେ ।

{"id":212734,"sizeSlug":"large"}

ସମାବର୍ତ୍ତନ ଉତ୍ସବରେ ଏନ୍‌ଆଇଟିର ପୁରାତନ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୧ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯିବ । ଏହି ଅବସରରେ ସୋଆ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା ଡ. ମନୋଜ ରଞ୍ଜନ ନାୟକଙ୍କୁ ସମ୍ବର୍ଦ୍ଧିତ କରାଯିବ । ପ୍ରଫେସର ମନୋଜ ରଞ୍ଜନ ନାୟକ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ୧୯୮୩ ବ୍ୟାଚ୍‌ର ଛାତ୍ରଥିଲେ । ଉଦ୍ୟୋକାରୀ ସହ ସାଧାରଣ ଜନଜୀବନ କ୍ଷେତ୍ରରେ ତାଙ୍କର ବଳିଷ୍ଠ ଯୋଗଦାନ ରହିଛି ।

{"id":212736,"sizeSlug":"large"}

ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ପ୍ରଭାସ ରଞ୍ଜନ ମହାପାତ୍ର, ପ୍ରଫେସର ସିଆର୍‌ ଦାସ, ପ୍ରଫେସର ବିକେ ମିଶ୍ର, ପ୍ରଫେସର ସରିତ କୁମାର ଦାସ, ଇଂ. ଏସ୍‌ପି ରାଓ, ଇଂ. ଅରୁଣ କୁମାର ରଥ, ପ୍ରଫେସର ସୁକାନ୍ତ କେ. ମହାପାତ୍ର, ଦେବ ଭଟ୍ଟାଚାର୍ଯ୍ୟ, ଲଲାଟେନ୍ଦୁ ରଥ ଏବଂ ଇଂ. ଦୀପ୍ତି ରଞ୍ଜନ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯିବ ।

{"id":212735,"sizeSlug":"large"}

ଚଳିତ ବର୍ଷ ମୋଟ୍ ୧୩ ଜଣ ଛାତ୍ରଛାତ୍ରୀ ବିଭିନ୍ନ ବିଷୟରେ ସ୍ବର୍ଣ୍ଣ ପଦକ ପାଇବେ। ସେହିପରି ୫୫୯ ଜଣ ବି.ଟେକ୍‌ ଡିଗ୍ରୀ, ୨୪ ଜଣ ବି.ଆର୍କ, ୧୩୫ ଜଣ ଡୁଆଲ ଡିଗ୍ରୀ (ବିଟେକ୍‌ ଓ ଏମ୍‌ଟେକ୍‌), ୮୮ ଜଣ  ଇଣ୍ଟିଗ୍ରେଟେଡ ଏମ୍‌ଏସ୍‌ସି, ୩୬୫ ଜଣ ଏମ୍‌ଟେକ୍‌, ୧୦୬ ଏମ୍‌ଏସ୍‌ସି, ୧୩ ଏମ୍‌ଏ, ୩୦ ଏମ୍‌ବିଏ, ୪ ଏମ୍‌ଟେକ୍‌ (ରିସର୍ଚ୍ଚ ଦ୍ବାରା) ଏବଂ ୧୪୧ ପିଏଚ୍‌ଡି ଡିଗ୍ରୀ ପାଇବେ । ଏନ୍‌ଆଇଟି ପରିସରରେ ଇନକ୍ୟୁବାସନ୍‌ ସେଣ୍ଟର ସ୍ଥାପନା କରାଯିବ ବୋଲି ଇସ୍ରୋ ପକ୍ଷରୁ ଘୋଷଣା କରାଯାଇଛି ।

{"id":212737,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.