ଟାଇମ୍ସ ୱାର୍ଲଡ ରାଙ୍କିଙ୍ଗରେ ପ୍ରଥମ ଥର ଲାଗି ‘ସୋଆ’ ସ୍ଥାନିତ

Published By : Prameya-News7 Bureau | September 12, 2019 IST

ଭୁବନେଶ୍ୱର ୧୨।୯:  ଟାଇମ୍ସ ହାୟର ଏଜୁକେସନ ୱାର୍ଲଡ ୟୁନିଭର୍ସିଟି ରାଙ୍କିଙ୍ଗ ୨୦୨୦ରେ ଚଳିତବର୍ଷ ଶିକ୍ଷା ଓ ଅନୁସନ୍ଧାନ (ଡିମଡ୍ ଟୁବି ୟୁନିଭର୍ସିଟି) ସ୍ଥାନ ପାଇଛି। ପ୍ରଥମ ଉଦ୍ୟମରେ ୧୦୦୧ ପ୍ଲସ କ୍ୟାଟେଗୋରୀରେ ‘ସୋଆ’ କୁ ଏହି ସ୍ଥାନ ମିଳିଛି। ଉଚ୍ଚଶିକ୍ଷା କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ସହ ଜଡିତ ଥିବା ୫ଟି ଦିଗକୁ ନେଇ ଏହି ରାଙ୍କିଙ୍ଗ କରାଯାଇଥିଲା।

ଯେଉଁଗୁଡିକ ମଧ୍ୟରେ ଶିକ୍ଷାଦାନ(ଶୈଖିକ ବାତାବରଣ), ଗବେଷଣା( ପରିମାଣ, ଆୟ ଓ ଖ୍ୟାତି), ସମ୍ୱଳିତ ଲେଖା (ଗବେଷଣାର ପ୍ରଭାବ), ଶିଳ୍ପ ଆୟ( ଶିକ୍ଷା ଆଦାନ ପ୍ରଦାନ) ଓ ଅନ୍ତର୍ଜାତିକ ଦୃଷ୍ଟିକୋଣ (ଅନ୍ତର୍ଜାତିକ ଛାତ୍ରଛାତ୍ରୀ ଓ ଗବେଷଣା ସହଯୋଗ) ଆଦି କ୍ଷତ୍ରରେ ଏହି ରାଙ୍କିଙ୍ଗ କରାଯାଇଥିଲା। ସୋଆ ସହିତ ଅନ୍ୟ ଭାରତୀୟ ବିଶ୍ୱବିଦ୍ୟାଳୟଗୁଡିକ ମଧ୍ୟରେ ଆମିଟି ୟୁନିଭର୍ସିଟି,ଆନ୍ଧ୍ର ବିଶ୍ୱବିଦ୍ୟାଳୟ, ଆନ୍ନା ବିଶ୍ୱବିଦ୍ୟାଳୟ, ଆନ୍ନାମଲାଇ ବିଶ୍ୱବିଦ୍ୟାଳୟ, ବିର୍ଲା ଇନଷ୍ଟିଚ୍ୟୁଟ୍ ଅଫ ଟେକ୍ନୋଲଜି ଏଣ୍ଡ ସାଇନ୍ସ, ପିଲାନି, ଦିଲ୍ଲୀ ବୈଷୟିକ ବିଶ୍ୱବିଦ୍ୟାଳୟ, କିଟ୍ ବିଶ୍ୱବିଦ୍ୟାଳୟ, ମନିପାଲ ଆକାଡେମୀ ଅଫ ହାୟର ଏଜୁକେସନ, ମୁମ୍ବାଇ ବିଶ୍ୱବିଦ୍ୟାଳୟ, ମହୀଶୂର ବିଶ୍ୱବିଦ୍ୟାଳୟ, ଶାସ୍ତ୍ର ବିଶ୍ୱବିଦ୍ୟାଳୟ ଓ ଏସଆରଏମ ଇନଷ୍ଟିଚ୍ୟୁଟ୍ ଅଫ ସାଇନ୍ସ ଏଣ୍ଡ ଟେକ୍ନୋଲଜି ମଧ୍ୟ ୧୦୦୧ କ୍ୟାଟେଗୋରୀରେ ସ୍ଥାନ ପାଇଛନ୍ତି।

ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ ଫ୍ରେମ ୱାର୍କ(ଏନଆରଆଇଏଫ) ଦ୍ୱାରା ୨୦୧୯ ମସିହାରେ ସର୍ବଭାରତୀୟ ରାଙ୍କିଙ୍ଗରେ ବିଶ୍ୱବିଦ୍ୟାଳୟ କ୍ୟାଟେଗୋରୀରେ ‘ସୋଆ’ ୨୪ତମ ସ୍ଥାନରେ ଥିଲା। ଏହାର ମେଡିକାଲ ସାଇନ୍ସ ଫ୍ୟାକଲ୍ଟି ଆଇଏମଏସ ଏଣ୍ଡ ସମ୍ ହସ୍ପିଟାଲ ୨୧ତମ ଓ ଇଞ୍ଜିନିୟରିଂ ଫ୍ୟାକଲ୍ଟି ଇନଷ୍ଟିଚ୍ୟୁଟ୍ ଅଫ ଟେକ୍ନିକାଲ ଏଜୁକେସନ ଏଣ୍ଡ ରିସର୍ଚ୍ଚ(ଆଇଟିଇଆର)୩୨ ତମ ସ୍ଥାନ ହାସଲ କରିଛି। ଆମେ ସବୁ କ୍ଷେତ୍ରରେ ଆହୁରି ଭଲ ଉନ୍ନତି କରିବାଲାଗି ଚେଷ୍ଟା ଚଲାଇଛୁ ଏବଂ ଏହି ପ୍ରଚେଷ୍ଟା ଜାରି ରହିବ ବୋଲି କହିଛନ୍ତି ‘ସୋଆ’ର ପ୍ରତିଷ୍ଠାତା ପ୍ରଫେସର ମନୋଜ ରଞ୍ଜନ ନାୟକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.