Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||

ରାଜ୍ୟ ପାଇଁ ଗୌରବ- ବିଶ୍ୱ ଡେଂଟାଲ୍ ସମ୍ମିଳନୀରେ ସୋଆ ଡେଂଟାଲ୍ ଡିନ୍ ପ୍ରଫେସର ନୀତା ମହାନ୍ତି ସମ୍ମାନିତ

9/10/2019 at 6:44 PM

ଭୁବନେଶ୍ୱର, ୯/୧୦ : ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍ସରେ ଡିନ୍ ପ୍ରଫେସର ନୀତା ମହାନ୍ତି ବିଶ୍ୱ ଡେଂଟାଲ୍ ସମ୍ମିଳନୀରେ ବେଷ୍ଟ ଡେଂଟାଲ୍ ଆଡମିନଷ୍ଟ୍ରେଟର୍ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ପ୍ରଫେସର ମହାନ୍ତିଙ୍କୁ ମାଲେସିଆର କୁଆଲାଲାମ୍ପୁର ଠାରେ ଅନୁଷ୍ଠିତ ବିଶ୍ୱ ଡେଂଟାଲ୍ ସମ୍ମିଳନୀରେ ଏହି ସମ୍ମାନ ପ୍ରଦାନ କରାଯାଇଛି।
କୁଆଲାଲାମ୍ପୁରର ପୁଟ୍ରା ୱାର୍ଲ୍ଡ ଟ୍ରେଡ୍ ସେଂଟର୍ ଠାରେ ଆୟୋଜିତ ଏହି ସମ୍ମିଳନୀର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ପ୍ରଫେସର ମହାନ୍ତିଙ୍କୁ ସମ୍ମାନିତ କରାଯାଇଥିଲା। ଆଇଡିଏସ୍‌ର ଡିନ୍ ଭାବେ ତାଙ୍କ ଅବଦାନ ନିମନ୍ତେ ଏହି ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମାଲେସିଆର ସ୍ୱାସ୍ଥ୍ୟ ମନ୍ତ୍ରୀ ୱାଇବି ଡାକୁଟ ସେରି ଡଃ ହାଜି ଜୁଲ୍କେଫ୍ଲି ଅହମ୍ମଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
ଏହି ସମ୍ମିଳନୀର ଥିମ୍ ରହିଥିଲା “ଦନ୍ତବିଦ୍ୟାର ଭବିଷ୍ୟତ ପନ୍ଥା”। ପ୍ରଫେସର ମହାନ୍ତି ‘ଦନ୍ତବିଦ୍ୟାର ଜ୍ଞାନ ଏବଂ ଏହାର ପ୍ରୟୋଗ’ ସମ୍ପର୍କରେ ତାଙ୍କର ସନ୍ଦର୍ଭ ଉପସ୍ଥାପନ କରିଥିଲେ। ଯାହାକି ସମ୍ମିଳନୀର ଅଧ୍ୟକ୍ଷ ଏବଂ ଅନ୍ୟ ପ୍ରତିନିଧିମାନେ ଖୁବ୍ ପ୍ରଶଂସା କରିଥିଲେ।

   Related Posts