Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||
  • ଷ୍ଟୋକ୍ସଙ୍କ ଧୂଆଁଧାର ଶତକ ଓ ସଞ୍ଜୁଙ୍କ ଦମଦାର ଫିଫ୍ଟି: ୮ ଓ୍ବିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ରାଜସ୍ଥାନ ରୟାଲ୍ସ
  • ||

ସୋଆ କପ୍ କ୍ରୀଡ଼ା ପ୍ରତିଯୋଗିତାରେ ସ୍କାଏମୁନ୍ ଏବଂ ଲିପ୍ସାଙ୍କ ବାଜିମାତ୍

2/02/2019 at 6:06 PM

ଭୁବନେଶ୍ୱର ୨/୨ : ସୋଆ କପ୍ କ୍ରୀଡ଼ା ପ୍ରତିଯୋଗିତାରେ ପୁରୁଷ ଏବଂ ମହିଳା ଚାମ୍ପିଅନ୍ ଭାବେ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍)ର ଛାତ୍ର ଓ ଛାତ୍ରୀ ସ୍କାଏମୁନ୍ ମଲ୍ଲିକ ଏବଂ ଲିପ୍ସା ଦାସ କୃତିତ୍ୱ ହାସଲ କରିଛନ୍ତି ।


ଇନଷ୍ଟିଚ୍ୟୁଟ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସ (ଆଇଏଏସ୍) ଚାମ୍ପିଅନ୍ ଟ୍ରଫି ହାସଲ କରିଥିବା ବେଳେ ଆଇଟିଇଆର୍ର କମ୍ପ୍ୟୁଟର୍ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗ ରନର୍ ଅଫ୍ ଟ୍ରଫି ହାସଲ କରିଛନ୍ତି । ଜାନୁଆରୀ ୧୦ ତାରିଖରୁ ୩ ସପ୍ତାହ ବ୍ୟାପୀ ଚାଲିଥିବା ସୋଆ କପ୍ ସ୍ପୋର୍ଟ୍ସ ପ୍ରତିଯୋଗିତାରେ ସୋଆର ସମସ୍ତ ୯ଟି ଯାକ ଶିକ୍ଷା ଅନୁଷ୍ଠାନ ଭାଗ ନେଇଥିଲେ ।

ମଲ୍ଲିକ ୧୦୦ ମିଟର ଏବଂ ୨୦୦ ମିଟର ସ୍ପ୍ରିଂଟ, ୪୦୦ ମିଟର, ୧୦୦ ଢ ୪ ମିଟର ରିଲେ ଏବଂ ଲଙ୍ଗ୍ ଜମ୍ପରେ ବିଜେତା ହୋଇଥିବା ବେଳେ ଆଇଟିଇଆର୍ର ଆଶୁତୋଷ ସାହୁ ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ । ସେହିପରି ଆଇଟିଇଆର୍ର ଲିପ୍ସା ଦାସ ୨୦୦ ମିଟର ସ୍ପ୍ରିଂଟ, ୪୦୦ ମିଟର, ୮୦୦ ମିଟର ଏବଂ ୧୦୦* ୪ ମିଟର ରିଲେ ବିଜେତା ହୋଇ ମହିଳା ବିଭାଗରେ ଚାମ୍ପିଅନ୍ ହୋଇଥିଲେ । ଆଇଟିଇଆର୍ ସୋନାଲି ଦାସ ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ ।


ଅଲମ୍ପିଆନ୍ ଅନୁରାଧା ବିଶ୍ୱାଳ ଏବଂ ବିଶିଷ୍ଟ ଚେସ୍ ଖେଳାଳି ସୋ÷ମ୍ୟ ରଞ୍ଜନ ମିଶ୍ର ସୋଆ କପ୍ ସ୍ପୋର୍ଟ୍ସ ଉଦ୍ଯାପନୀ ଉତ୍ସବରେ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ । ଏହି ଅବସରରେ ସୋଆ କୁଳପତି ପ୍ରଫେସର ଅମିତ ବାନାର୍ଜୀ, ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ମେଡିକାଲ୍ ସୁପରିଟେଣ୍ଡେଂଟ ଡ. ପୁଷ୍ପରାଜ ସାମନ୍ତସିଂହାର, ଛାତ୍ର ମଙ୍ଗଳ ଡିନ୍ ଡ. ଜ୍ୟୋତି ରଞ୍ଜନ ଦାସ ଏବଂ ସୋଆ ସ୍ପୋର୍ଟ୍ସ ଅଫିସର ଶ୍ରୀମତି ସୁନିତା ବର୍ମା ଉପସ୍ଥିତ ଥିଲେ ।


ଫୁଟବଲ୍ ଫାଇନାଲ୍ରେ ସୋଆ ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲ ସଫ୍ଟୱେୟାର ସାଇନ୍ସ ଇଞ୍ଜିନିୟରିଂ ବିଭାଗକୁ ହରାଇ ଚାମ୍ପିଅନ୍ ହୋଇଥିଲା । ସେହିପରି ପୁରୁଷ କ୍ରିକେଟରେ ସିଏସ୍ଇ ଆଇଏମ୍ଏସ୍କୁ ୧୮ ରନ୍ରେ ପରାସ୍ତ କରି ଚାମ୍ପିଅନ୍ ହୋଇଥିବା ବେଳେ ସମ୍ ନର୍ସିଂ କଲେଜ ମହିଳା କ୍ରିକେଟ ଫାଇନାଲ୍ରେ ଇନଷ୍ଟିଚ୍ୟୁଟ ଅଫ୍ ଏଗ୍ରିକଲ୍ଚରାଲ ସାଇନ୍ସେସ୍କୁ ପରାସ୍ତ କରିଥିଲା ।


ସୋଆ କପ୍ରେ ବାସ୍କେଟବଲ୍, ଭଲିବଲ୍, ଟେନିସ୍, ଟେବୁଲ୍ ଟେନିସ୍, ବ୍ୟାଡମିଂଟନ୍, ସଫ୍ଟ ବଲ୍, ଥ୍ରୋବଲ୍, କବାଡି ଏବଂ ଚେସ୍ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ।


ଆଇଟିଇଆର୍ କଲେଜର ଅଭିଷେକ ରଞ୍ଜନ ଗୁପ୍ତା ଆଶିଷ ପଣ୍ଡାକୁ ପଛରେ ପକାଇ ବେଷ୍ଟ ଫିଜିକ୍ କ୍ରାଉନ୍ ହାସଲ
କରିଥିଲେ ।

   Related Posts