ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ 'ସୋଆ'ର ଶୋକ

Published By : Prameya-News7 Bureau | September 01, 2020 IST

ଭୁବନେଶ୍ବର ୧।୯: ପୂର୍ବତନ ରାଷ୍ଟ୍ରପତି ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପକ୍ଷରୁ ଗଭୀର ଶୋକ ବ୍ୟକ୍ତ କରାଯିବା ସହ ସୋଆ ପରିବାର ପକ୍ଷରୁ ତାଙ୍କ ଆତ୍ମାର ସଦଗତି କାମନା କରାଯାଇଛି ।

ଜାତୀୟ ରାଜନୀତିରେ ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଥିବା ସ୍ୱର୍ଗତ ମୁଖାର୍ଜୀ ଏକାଧାରରେ ଜଣେ ପ୍ରବୀଣ ରାଜନୀତିଜ୍ଞ ତଥା ଅର୍ଥନୀତିଜ୍ଞ ଥିଲେ ।

ଏକ ଶୋକବାର୍ତାରେ ସ୍ୱର୍ଗତ ମୁଖାର୍ଜୀ ୨୦୧୭ ମସିହା ନଭେମ୍ବର ୨୨ ତାରିଖରେ ସୋଆ ବିଶ୍ୱବିଦ୍ୟାଳୟର ୫ମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ସ୍ମରଣ କରି ବିଶ୍ୱବିଦ୍ୟାଳୟ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରାଯାଇଥିଲା ।

ତାଙ୍କର ବକ୍ତବ୍ୟରେ ଉଚ୍ଚ ଶିକ୍ଷା ଅନୁଷ୍ଠାନ ଗୁଡିକ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚମାନର ଶିକ୍ଷା ଦାନ କରିବା ସହିତ ମାନବିକତା, ସହନଶୀଳତା ଓ ସନ୍ତୁଳିତ ଜ୍ଞାନ ଆହରଣର ଆଳୟ ହେବା ଆବଶ୍ୟକ ବୋଲି ସେ କହିଥିଲେ ।

ଏହି ଉପଲକ୍ଷେ ଆୟୋଜିତ ଏକ ଶୋକସଭାରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର, ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ, ବିଭିନ୍ନ ଫ୍ୟାକଲ୍‌ଟିର ଡିନ ଓ ଅନ୍ୟାନ୍ୟ ଅଫିସର ବୃନ୍ଦ ଉପସ୍ଥିତ ଥିଲେ । ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଡିନ (ରିସର୍ଚ୍ଚ ଏଣ୍ଡ ଡେଭେଲପମେଂଟ) ଶୋକବାର୍ତା ପାଠ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.